Movie prime

ପ୍ରଧାନମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ ଆଉ ଜଣେ ସୁଭଦ୍ରା ଦେଖନ୍ତୁ କଣ କହିଲେ

 
Special report
ଚିଠି ଲେଖିଲେ ସୁଭଦ୍ରା। ଏ ହେଉଛନ୍ତି ସେହି ସୁଭଦ୍ରା ଯିଏ କି କିଛି ଦିନ ହେବ ଚର୍ଚ୍ଚାରେ ରହିଥିଲେ।ଯିଏ କି ମୁଖ୍ୟ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ ବର୍ତ୍ତମାନ ଯାହାଙ୍କ କଥା କହୁଛନ୍ତି ଏ ସେ ସୁଭଦ୍ରା ନୁହନ୍ତି। ସେ ସୁଭଦ୍ରା ଲେଖିଥିଲେ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି।ଆଉ ଏହି ସୁଭଦ୍ରା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଛନ୍ତି।ନାମ ସମାନ କିନ୍ତୁ ପରିସ୍ଥିତି ଦୁଇ ଜଣକର ଭିନ୍ନ ଭିନ୍ନ।
ସେ ସୁଭଦ୍ରା ନିଜ ମା ର ଚିକିତ୍ସା ପାଇଁ ଏବଂ ପାଠ ପଢ଼ିବେ ବୋଲି ଚିଠି ଲେଖି ସାହାର୍ଯ୍ୟ ମାଗିଥିଲେ।କିନ୍ତୁ ଏହି ସୁଭଦ୍ରା ତାହା ଲେଖି ନାହାନ୍ତି। ଏ ସୁଭଦ୍ରା ଲେଖିଛନ୍ତି ଯେ ନିଜ ପାଠ ପଢିବା ସହିତ ନିଜ ଜୀବନ ବଞ୍ଚାଇବାକୁ ମାଗୁଛନ୍ତି ସାହାର୍ଯ୍ୟ।ଏହି ଘଟଣା ଟି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ। ସୁଭଦ୍ରା ଙ୍କ ର ବାପା ଆଉ ମା ନାହାନ୍ତି।ପିଲାଟି ଦିନରୁ ବାପା ଆଉ ମା କଣ ଜାଣି ନଥିଲେ ସୁଭଦ୍ରା।
ପିତାମାତା ଙ୍କ ର ପରିଚୟ ନଥିବାରୁ ସେହି ଗ୍ରାମର ଜଣେ ଦମ୍ପତି ତାଙ୍କୁ କୋଳେଇ ନେଇଥିଲେ।ମଲ୍ଲିପଶି ଗ୍ରାମରେ ସ୍ବର୍ଗତ ବିଜୟ କୁମାର ନାୟକ ଓ ତାଙ୍କ ପତ୍ନୀ ରମି ନାୟକ ତାଙ୍କୁ ପାଳିତ କନ୍ୟା ଭାବେ ବଢେଇ ଆସୁଥିଲେ। ପାଳିତ ହେଲେ ବି କେବେବି ସେ ସୁଭଦ୍ରା ଙ୍କୁ ନିଜ ଛୁଆ ନୁହେଁ ବୋଲି ଅନୁଭବ କରାଇ ନାହାନ୍ତି।ପିଲାଟି ଦିନରୁ ସୁଭଦ୍ରା ଙ୍କ ର ଭଲମନ୍ଦ ବୁଝିବା ସହିତ ତାଙ୍କୁ ପାଠ ମଧ୍ୟ ପଢ଼ାଇ ଥିଲେ।ଦୁଃଖ କଷ୍ଟରେ ଚଳି ଯାଇଥିଲେ।
କିନ୍ତୁ ସୁଭଦ୍ରା ତାଙ୍କ ପାଖରେ ରହି ବାପା ମା ଙ୍କ ଅନୁଭବ ପାଉଥିଲେ ଏବଂ ବହୁତ ଖୁସିରେ ରହୁଥିଲେ।କିନ୍ତୁ ତାହା ଭଗବାନ ସାହି ପାରିଲେ ନାହିଁ।କିନ୍ତୁ ବିଜୟ ଓ ତାଙ୍କ ସ୍ତ୍ରୀ ଅକାଳ ବିୟୋଗ ହୋଇଗଲା।ବର୍ତ୍ତମାନ ସୁଭଦ୍ରା ପୁରା ଏକା ହୋଇ ହେଉଛନ୍ତି।ସେଥିପାଇଁ ପ୍ରଧାନ ମନ୍ତ୍ରୀ ଙ୍କୁ ସାହାର୍ଯ୍ୟ ମାଗିଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।