Movie prime

ପୁଣି ଓଡ଼ିଶାକୁ ଲଘୁଚାପ ଭୟ ଦେଖନ୍ତୁ କେଉଁଠି କେତେ ମାତ୍ରାରେ ହେବ ପ୍ରଭାବିତ

 
Special Report
୨୪ ଘଣ୍ଟା ଭିତରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି।ଏବଂ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣି ବଳୟ ସୃଷ୍ଟି ହୋଇଛି।ପାଣିପାଗ ର ନିୟାମକ ରହିଛି ମୁଖ୍ୟ ଭାବରେ ମୌସୁମୀ ନିମ୍ନ ଚାପ ରେଖା ଯାହା ରାଜସ୍ଥାନ ର ଗଙ୍ଗାନଦୀ ରୁ ବାହାରି ଉତ୍ତର ପୂର୍ବ ବଙ୍ଗୋପାଗରରେ ପର୍ଯ୍ୟନ୍ତ ଲମ୍ବିଛି।
ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ବାୟୁ ମଣ୍ଡଳ ର ୪.୫ କିଲୋମିଟର ରୁ ୫.୬ କିଲୋମିଟର ମଧ୍ୟରେ ଘୂର୍ଣି ବଳୟ ସୃଷ୍ଟି ହୋଇଛି।ଏଭଳି ଯେଉଁ ଦୁଇ ପ୍ରକାରର ପାଣିପାଗ ନିୟାମକ ରହୁଛି ତାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।ଏବଂ ଏହି ଯେଉଁ ଘୂର୍ଣି ବଳୟ ସୃଷ୍ଟି ହୋଇଛି ତାହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋସାଗରର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ମୁଖ୍ୟତଃ ଭାବରେ ୧୯ ତାରିଖ ରେ ବା ଆସନ୍ତା କାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଖାସ୍ କରି ୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୟେଲୋ ସଙ୍କେତ ଜାରି କରାଯାଇଛି।୨୦ ତାରିଖ ରେ ୧୧ ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହି ଲଘୁଚାପ ଟି ୨୧ ତାରିଖ ଯାଏଁ ରହିବାର ସମ୍ଭାବନା ରହିଛି।
୨୧ ତାରିଖ ରେ ୧୦ ଟି ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.