Movie prime

ଅନୁଭବ କହିଲେ ନିଜର ମନର କଥା ଦେଖନ୍ତୁ କଣ କହିଲେ Exclusive Visual

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଅଭିନେତା ଅନୁଭବ ଯେତେବେଳେ ମଇଦାନ କୁ ଓହ୍ଲାଇ ଥାନ୍ତି ଦମ୍ ରେ ସହ ଓହ୍ଲେଇ ଥାନ୍ତି ଏବଂ ସଫଳତା ମଧ୍ୟ ପାଇଥାନ୍ତି।ତାହା ରାଜନୀତି ହେଉ ବା ଅଭିନୟ ହେଉ।ସେହି ଅଭିମନ୍ୟୁ ଆଉ ସେହି ରାୱାନ୍।
ନିକଟରେ ଅଭିନେତା ଅନୁଭବ ଙ୍କ ର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଅଛି।ଚଳଚ୍ଚିତ୍ର ଟି ର ନାମ ହେଉଛି ଲଭ୍ ଇନ୍ ଲଣ୍ଡନ।୨୦୨୨ ରେ ଅଭିନେତା ଅନୁଭବ ବହୁତ କିଛି ଶିଖିଲେ।
ଆଗକୁ ମଧ୍ୟ ଆହୁରି ବହୁତ ଜିନିଷ ଶିଖିବେ ବୋଲି ଅଭିନେତା ଅନୁଭବ କହିଛନ୍ତି।
କିଛି ଦିନ ତଳେ ଅଭିନେତା ଅନୁଭବ ଙ୍କ ର ଏକ ବ୍ୟାଟ ଧରିଥିବା ଭିଡିଓ ଟି ସୋସିଆଲ ମିଡିଆରେ ଭାଇ ହୋଇଥିଲା।କିନ୍ତୁ ସେହି ଭିଡିଓ ଟି ଅନୁଭବ ପୋଷ୍ଟ କରି ନଥିଲେ।
ଅଭିନେତା ଅନୁଭବ ସାକ୍ଷାତକାର ରେ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ, ବାପା ମା ଙ୍କ ଆର୍ଶୀବାଦ,ଗୁରୁଜନ ଙ୍କ ଆର୍ଶୀବାଦ ଯାହା ପାଖରେ ଥିବ ତାଙ୍କର କିଛି ହେବ ନାହିଁ।
ଜୀବନରେ ଯାହା ବି ଦୁଃଖ ଆସୁଛି ତାହାକୁ ସାମ୍ନା କରୁଛନ୍ତି।ଆଉ ସେ ସାହସ ମଧ୍ୟ ସେ ରଖିଛନ୍ତି।ଆସ୍ତେ ଆସ୍ତେ ସମୟର ପରିବର୍ତ୍ତନ ହେବ।କେତୋଟି ଜିନିଷ ରେ ବାନ୍ଧି ହୋଇ ରହିଛନ୍ତି।ସେଥିରୁ ମୁକୁଳି ଗଲେ ସମୟ ପରିବର୍ତ୍ତନ ହେବ।
ସେ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ସେ ଯେପରି ଖୁସି ଥିଲେ ବର୍ଣ୍ଣନା କରି ପାରିବେ ନାହିଁ।ସେହି ଘରେ ଜେଜେମା ଙ୍କ ସହିତ ଖେଳି ଛନ୍ତି,ବଡ଼ ବାପା ଙ୍କ ସହିତ ବହୁତ ସମୟ ବିତାଇଛନ୍ତି।
ଅଭିନେତା ଅନୁଭବ ଙ୍କୁ ତଳକୁ ପକାଇବା ପାଇଁ ବହୁତ ଚେଷ୍ଟା କରିଛନ୍ତି।ଚାରି ବର୍ଷ ହୋଇଗଲାଣି ବହୁତ ଚାପ ପକାଇଛନ୍ତି।କିନ୍ତୁ ସବୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି।