Movie prime

ଅର୍ଚ୍ଚନା ଧଳା ଅଣ୍ଡା ନେଲା ଇଡି ଦେଖନ୍ତୁ କେତେ କଷ୍ଟରେ ମିଳିଲା ସଫଳତା

 
Viral

ବିନା ନମ୍ବର ପ୍ଲେଟ୍ ରେ ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିବା ଅର୍ଚ୍ଚନା ଙ୍କ ଧଳା ଏଣ୍ଡେଭର୍ ଗାଡ଼ି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେଇ ଯାଇଛନ୍ତି ବୋଲି ଜଣାପଡିଛି।

ଯେତେବେଳେ ଇଡି ଙ୍କ ହାତରେ ଅର୍ଚ୍ଚନା ଙ୍କ ଏଣ୍ଡେଭର୍ ପଡି ସାରିଛି ଠିକ୍ ସେତିକି ବେଳେ ପ୍ରଶ୍ନ ଉଠୁଛି ଯେ ଏ ଗାଡି ରଖିବା ପଛରେ କଣ କାରଣ ରହିଥିଲା? କିଏ ଏହି ଗାଡିର ନମ୍ବର୍ ପ୍ଲେଟ୍ ଖୋଲି ଖୁଲମ୍ ଖୁଲା ମଞ୍ଚେଶ୍ୱର ଅଞ୍ଚଳରେ ଚଳାଇଥିଲେ?

ଆଉ ଯେଉଁ ସ୍ଥାନରୁ ଏହି ଗାଡ଼ି କୁ ଇଡି ନେଲେ ସେ ସ୍ଥାନରେ ଗାଡ଼ିଟି କୁ ଆଣି କିଏ ରଖିଥିଲେ ତାହା ମଧ୍ୟ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଉ ସବୁଠାରୁ ବଡ କଥା ହେଉଛି ଯେ ଏଭଳି ଏକ ଚଳଚଞ୍ଚଳ ସ୍ଥାନରେ କିଏ ଓ କିପରି ଗାଡ଼ି ରଖି ପଳାଇଛନ୍ତି ତାହା କେହି ଜାଣି ପାରିଲେ ନାହିଁ।ଏହାକୁ ତଦନ୍ତ କରିଲେ ହିଁ ସବୁକଥା ସାମ୍ନାକୁ ଆସିବ। ତେବେ ଅର୍ଚ୍ଚନା ଙ୍କ ଗାଡ଼ି କୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ପ୍ରଶ୍ନ ଉଠୁଛି।
ଏହି ଗାଡ଼ିଟି କୁ ଆଣି ରଖିଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ଇଡି ତାକୁ ସମସ୍ତଙ୍କର ନଜର ରହିଛି।
ଏବଂ ଏହି ଗାଡ଼ିଟି କୁ ଆଣି ରଖିଥିବା ବ୍ୟକ୍ତି ଙ୍କୁ ଇଡି ଠାବ କରି ପାରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।୩୩ ଲକ୍ଷ ଟଙ୍କାର ଏଣ୍ଡେଭର୍ କାର କୁ ଇଡି ଶନିବାର ଦିନ ଜବତ କରିଛନ୍ତି। ମଞ୍ଚେଶ୍ୱର ଶିଳ୍ପା ଅଞ୍ଚଳର ଏକ ଘରୋଇ କଲେଜ ସମ୍ମୁଖରୁ ଇଡି ଅଧିକାରୀ ମାନେ ଏହାକୁ ଜବତ କରିଛନ୍ତି।
ଆଉ ଏହି କାର ଟି ଧଳା ରଙ୍ଗର ହୋଇଥିବା ବେଳେ ଏହାର ଆଗ ଆଉ ପଛ ନମ୍ବର ପ୍ଲେଟ୍ ଖୋଲି ଦିଆଯାଇଛି।
ଆଉ ସବୁଠାରୁ ବଡ କଥା ହେଉଛି ଯେ ଏମିତି ଏକ ଖବର ଆସିବା ପରେ ଇଡି ଅଧିକାରୀ ମାନେ କାର ର ଇଞ୍ଜିନ ନମ୍ବର ତଦନ୍ତ କରିବା ପରେ ଉକ୍ତ କାର ଟି ଅର୍ଚ୍ଚନା ନାଗ ଙ୍କ କାର ବୋଲି ଜଣାପଡିଛି।ଏବଂ ଗାଡ଼ି କିଏ ଚଳାଇଥିଲେ,ଆଉ କିଏ ଏହି ଗାଡ଼ି କୁ ଆଣି ରଖିଥିଲେ ତାହାକୁ ଇଡି ବହୁତ ଜଲ୍ଦୀ ଧରିବେ ବୋଲି ଚର୍ଚ୍ଚା ହେଉଛି।