Movie prime

ଫେସବୁକ୍ ରେ ଫ୍ରେଣ୍ଡ୍ ହେଇ ୭ ଲକ୍ଷ ଦେଇଥିଲେ ଅମିୟ ଦେଖନ୍ତୁ ପ୍ରତିକ୍ରିୟାରେ କଣ କହିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ସବୁଠାରୁ ବଡ଼ ଖବର ହେଉଛି କି ଅର୍ଚ୍ଚନା ଙ୍କୁ ଟଙ୍କା ଦେଇଛନ୍ତି ବ୍ୟବସାୟୀ ଅମିୟ ଦାସ।
କହିଛନ୍ତି ଅର୍ଚ୍ଚନା ତାଙ୍କର ଫେସବୁକ୍ ରେ ଫ୍ରେଣ୍ଡ୍ ହେଲେ ଏବଂ ତାଙ୍କୁ ପଇସା ମାଗିବାରୁ ସେ ପଇସା ଦେଇ ଦେଲେ। ହେଲେ ସେ ଅର୍ଚ୍ଚନା ଙ୍କୁ ଦେଖି ନାହାଁନ୍ତି ବୋଲି ମନା ମଧ୍ୟ କରିଦେଲେ।
ସେପଟେ ଅକ୍ଷୟ ପରିଜା ଙ୍କୁ ଆଠ ଘଣ୍ଟା ପାଇଁ ଜେରା କରିଛି ଇଡି। ଅର୍ଚ୍ଚନା ନାଗ ମାମଲାରେ ଘନ ଘନ ଜେରା କରୁଛି ଇଡି।
ଏବେ ନୋଟିସ ପରେ ଜଣକ ପରେ ସେଠାରେ ଜଣେ ହାଜିର୍ ମଧ୍ୟ ହେଉଛନ୍ତି। ଏଥି ମଧ୍ୟରେ ଅମିୟ ଦାସ ଓ ଅକ୍ଷୟ ପରିଜା ଙ୍କୁ ଜେରା ମଧ୍ଯ କରାଯାଇଛି।
ଜେରା ସମୟରେ ଅର୍ଚ୍ଚନା ଙ୍କୁ ଦେଖି ନଥିବା କଥା କହିଛନ୍ତି ଅମିୟ। ଏବଂ ମେଡିକାଲ ଗ୍ରାଉଣ୍ଡ ରେ ତାଙ୍କୁ ସାତ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି।
ଏହି କଥାକୁ ଏବେ ସହଜରେ ହଜମ କରି ପାରୁ ନାହିଁ ଇଡି। ତାଙ୍କୁ ପୁଣି ଥରେ ଜେରା କରାଯିବ ବୋଲି ସୂଚନା ମିଳିଛି।
ଅର୍ଚ୍ଚନା ଙ୍କ ମାମଲାରେ ଅନେକ ନେତା,ମନ୍ତ୍ରୀ, ବିଧାୟକ ଓ ବ୍ୟବସାୟୀ ମାନଙ୍କ ନାମ ପଦାକୁ ଆସିଥିଲା। ଖଗେଶ୍ବର ଙ୍କୁ ଜେରା ସମୟରେ ଅର୍ଚ୍ଚନା ଙ୍କ ସହ ଅମିୟଙ୍କ ୫୦ ଲକ୍ଷ ଟଙ୍କା କାରବାର ନେଇ ମଧ୍ୟ ସୂଚନା ମିଳିଥିଲା।
ଯାଞ୍ଚ ସମୟରେ ଇଡି ଅଧିକାରୀ ମାନେ ଜାଣିବାକୁ ପାଇଲେ କି ଅନେକ କାଗଜପତ୍ର କାରବାର ମଧ୍ଯ ହୋଇଛି। ଏ ବାବଦରେ ଜାଣିବା ପାଇଁ ଗତ ସପ୍ତାହରେ ଇଡି ଅମିୟ ଙ୍କୁ ନୋଟିସ କରିଥିଲା।
ନୋଟିସ ପାଇ ଅମିୟ ଇଡି କାର୍ଯ୍ୟାଳୟ ରେ ମଧ୍ୟ ହାଜିର୍ ହୋଇ ଯାଇଥିଲେ। ଏହା ପରେ ଆରମ୍ଭ ହୋଇ ଯାଇଥିଲା ଜେରା।
ବିଶେଷ କରି ଅର୍ଚ୍ଚନା ଓ ଅମିୟ ଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାର କୁ ଅଧିକ ଗୁରୁତ୍ବ ଦେଇଥିଲେ ଇଡି। ଏହାପରେ ଅମିୟ ମଧ୍ଯ ଇଡି ସାମ୍ନାରେ ସବୁ ତଥ୍ଯ ଉପସ୍ଥାପନ କରିଥିଲେ।
ଏଥି ସହ ଅର୍ଚ୍ଚନା ଅମିୟ ଙ୍କ ସହ ହୋଟେଲ୍ ରେ ରହିଥିବା ଖବର ମଧ୍ଯ ସାମ୍ନାକୁ ଆସୁଛି।