Movie prime

Archana naag ଘଟଣାର ବର୍ତ୍ତମାନ ED ଖୋଲିବ ସବୁ ଗୁମର ଦେଖନ୍ତୁ କେମିତି

 
Viral News
ଅର୍ଚ୍ଚନା ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି।ବର୍ତ୍ତମାନ ଇଡି ଙ୍କୁ ହସ୍ତାନ୍ତର କରାଯାଇଛି ଅର୍ଚ୍ଚନା ଙ୍କ ମାମଲା।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି
ଅର୍ଚ୍ଚନା ଙ୍କ ମାମଲ୍ ରେ ଦୁଇ ଟି ଏଫ୍ ଆଇ ଆର୍ କପି ପୋଲିସ ଙ୍କୁ ମାଗିଛନ୍ତି।
ଏବଂ ପୋଲିସ ସେହି ଦୁଇ ଟି ଏଫ୍ ଆଇ ଆର୍ କପି ଇଡି ଙ୍କୁ ପ୍ରଦାନ କରିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଅର୍ଚ୍ଚନା ଙ୍କ ମାମଲା ରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି।
ଅର୍ଚ୍ଚନା ଙ୍କ ଲିଙ୍କ ରେ ହୋଇଥିବା ଆର୍ଥିକ ଦେଣ ନେଣ ଏବଂ କେତେ ଟଙ୍କା ସେ କାହା ପାଖରୁ କଲେକ୍ଟ କରିଥିଲେ,ତାଙ୍କର ଯେଉଁ ଦୁଇଟି କମ୍ପାନୀ ରହିଛି,ସେ ଯେଉଁ ଘର ତିଆରି କରିଛନ୍ତି ଏବଂ ଅନ୍ୟାନ୍ୟ ସ୍ଥାବର ଅସ୍ତାବର ସମ୍ପତି ଏସବୁ କୁ ଟିକିନିଖି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରିବେ।
ତେବେ ପ୍ରଥମ ପର୍ଯ୍ୟାୟ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁ ବର୍ତ୍ତମାନ ଦୁଇ ଟି ଏଫ୍ ଆଇ ଆର୍ କପି ଦିଆଯାଇଛି।
ଯାହା ପୃଥକ ପୃଥକ ଖଣ୍ଡଗିରି ଏବଂ ନୟାପଲ୍ଲୀ ଥାନାରେ ଦିଆଯାଇଥିଲା।ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ନାଗ ତାଙ୍କ ସ୍ଵାମୀ ଜଗବନ୍ଧୁ ଏବଂ ଖଗେଶ୍ବର ଙ୍କ ନାମରେଏକ ଏଫ୍ ଆଇ ଆର୍ ଦେଇଥିଲେ।
ଏବଂ ଯେଉଁଥିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କୁ ଗିରଫ କରାଯାଇଥିବା ବେଳେ ଖଗେଶ୍ୱର ଙ୍କୁ ପୋଲିସ ଏଯାଏଁ ଗିରଫ କରି ନାହାନ୍ତି।ଏବଂ ଅନ୍ୟଟି ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଥିଲା।ତାହା ଫିଲ୍ମ୍ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିଲେ।
ସେ ଉଲେଖ କରିଥିଲେ ଯେ ଅର୍ଚ୍ଚନା ନାଗ ତାଙ୍କୁ ତିନି କୋଟି ଟଙ୍କା ମାଗିବା ସହିତ ହ-ତ୍ୟାର ଧମକ ଦେଇଥିଲେ।
ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଙ୍କ ର ଏହି କେଶ୍ ରେ କେଉଁ କେଉଁ ଦିଗରୁ ଅର୍ଚ୍ଚନା ଟଙ୍କା ରୋଜଗାର କରିଥିଲେ,ହଠାତ୍ ଏତେ ଟଙ୍କା ପାଞ୍ଚ ବର୍ଷରେ କେଉଁ ଠୁ ଆଣିଲେ ତାହା ସବୁ ଯାଞ୍ଚ କରାଯିବ। ଆର୍ ବି ଆଇ କୁ ମଧ୍ୟ ପୋଲିସ ଚିଠି ଲେଖିଥିଲେ।