Movie prime

ଏମିତି ଏକ ଚମତ୍କାର କୁଣ୍ଡ ଯେଉଁଠି ଗୁଆ ପାଇଲେ କଟିବ ବ-ନ୍ଧ୍ୟା ଦୋଷ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରି ଅଟ୍ରି ଉଷ୍ଣ ପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ଼ ପକାଉଛନ୍ତି।
ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ କ୍ଷେତ୍ର ଚଳଚଂଚଳ ହୋଇ ଉଠିଛି। ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ। ପର୍ଯ୍ୟଟନ ଋତୁରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଛି ପର୍ଯ୍ୟଟକଙ୍କ ଗହଳି। 
ଅନ୍ୟସ୍ଥାନ ଭଳି ଖୋର୍ଦ୍ଧାରେ ଥିବା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ଗହଳି ଲାଗିଛି। ବର୍ଷ ସାରା ଏହିି ଅଂଚଳରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲେ ବି ମକର ମେଳା ପାଇଁ ଏବେ ଚାଲିଛି ଭିଡ଼। ଏଠାରେ ରହିଛି ବହୁ ପରୁଣା ପରମ୍ପରା।
ଯେଉଁଠି ଗୁଆ ଖୋଜିଥାନ୍ତି ଭକ୍ତ ମାନେ। ଲୋକଙ୍କ ବିଶ୍ୱାସ ଏଠାରେ ଯୋଡି ହୋଇ ରହିଛି କିଛି ଆଧ୍ୟାତ୍ମିକ କଥା। ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। 
ଏହି ଦିନ ଅର୍ଦ୍ଧରାତ୍ରିରୁ ବ-ନ୍ଧ୍ୟା-ନା-ରୀ ମହାଦେବ ହଟକେଶ୍ବରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବ-ନ୍ଧ୍ୟା-ଦୋ-ଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି।
ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି। ଏଠାରେ ରହିଛି ଆରାଧ୍ୟ ଦେବତା ବାବା ହଟକେଶ୍ୱରଙ୍କ ମନ୍ଦିର। 
ଆଉ ଏଠାରେ ଥିବା ଉଷ୍ଣପ୍ରସବଣ କ୍ଷେତ୍ରକୁ କୁଆ କୁଣ୍ଡ ବୋଲି କୁହାଯାଇଥାଏ। ଯେଉଁଠି ପାଣି ସର୍ବଦା ୫୫ଡିଗ୍ରୀ ଉପରେ ରହିଥାଏ। କେବଳ ଯେ ପର୍ଯ୍ୟଟନ ଋତୁ ନୁହେଁ ସବୁ ଦିନ ଏହି ସ୍ଥାନରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ।
ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଚାଲି ଆସନ୍ତି ବୁଲିବାକୁ। ଆଉ କିଛି ଶ୍ରଦ୍ଧାଳୁ ଆସନ୍ତି ଗୁଆ ବସାଇବାକୁ। ଏଠି ଯାହାବି ମାନସିକ କରିଲେ ସମସ୍ତ ମାନସିକ ପୂରଣ ହୋଇଥାଏ। ପ୍ରତିଦିନ ଏଠାରେ ଲୋକଙ୍କ ଭିଡ ଲାଗିଥାଏ।