Movie prime

କିଶୋର ଭାଇନା ପୋଲ ଖୋଲିଲା BMC ଦେଖନ୍ତୁ ଏହି କାରଣ ପାଇଁ ଭାଙ୍ଗିଲା ଦୋକାନ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ ହୋଟେଲକୁ ଗତକାଲି ସିଲ୍ କରିଥିଲା ବିଏମସି। ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ବିଏମସି ଏପରି ନିଷ୍ପତ୍ତି ନେଇଥିବା ଟ୍ୱିଟି କରିଥିଲା। ହେଲେ ଆଜି ଦେଖିବାକୁ ମିଳିଛି ଓଲଟା ଚିତ୍ର। ସବୁ ଦିନ ପରି ଆଜି ସକାଳୁ ବି ଚଳଚଞ୍ଚଳ ହୋଇ ଉଠିଛି ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ହୋଟେଲ। ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି କାରଣ ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ତେବେ ଏହା ମଧ୍ୟରେ ଗତକାଲି ବିଏମ୍‌ସି ଟିମ୍‌ ପକ୍ଷରୁ କିଶୋର ଭାଇନାଙ୍କ ହୋଟେଲ ପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟରେ ମିଶୁଥିବା ରଙ୍ଗ, ସସ୍‌ର ଏକ୍ସପାୟାର ଡେଟ୍‌ ପଳାଇଥିବା ଚଢ଼ାଉ ସମୟରେ ଜଣାପଡ଼ିଲା। ଏପରିକି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦେଖିବାକୁ ମିଳିଥିଲା। ଏହାକୁ ସିଲ୍‌ କରାଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ଗତକାଲି ଟ୍ୱିଟ କରାଯାଇଥିଲା। ହୋଟେଲର ଫୁଡ୍ ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଫାଇନ୍ ବି ପଡ଼ିଥିଲା ।
ହେଲେ ଆଜି ସକାଳୁ ହୋଟେଲଟି ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ଖାଦ୍ୟ ପ୍ରସ୍ତୁତିରେ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛନ୍ତି କର୍ମଚାରୀ। ତେବେ ଏନେଇ କିଶୋର ଭାଇନା କହିଛନ୍ତି, କାଲି ବିଏମସି ଟିମ୍‌ ସଦସ୍ୟ ଆସିଥିଲେ। ଲାଇସେନ୍ସ ରିନ୍ୟୁ ପାଇଁ ବିଏମସି ଅଧିକାରୀ ଇନକ୍ୱାରୀରେ ଆସିଥିଲେ। ଫାଇନ ପଡିନି ଫୁଟପାଥରେ ଦୋକାନ କରିଛି। ମାର୍ବଲ, ଟାଇଲ ପକାଇ ପାରିବିନି। ସ୍ୱଚ୍ଛତା ନ ଥିଲେ ଲୋକେ କାହିଁକି ଖାଇବାକୁ ଆସୁଛନ୍ତି? ଖାଇବା ନିମ୍ନମାନର ହେଲେ ଲୋକେ ଆସନ୍ତେ ନାହିଁ। 
ମୋ’ ଖାଦ୍ୟରେ କିଛି ସସ୍‌ ପଡ଼େନି। ମୋ ଉପରେ କୌଣସି ଫାଇନ୍‌ ପଡ଼ିନି। ପାଖ ହୋଟେଲକୁ ସିଲ୍ କରାଯାଇଛି। ଖାଲି ମାନ ଓ ସ୍ୱଚ୍ଛତା ଠିକ୍ ରଖିବାକୁ ତାଗିଦ କରିଥିଲେ ବୋଲି କିଶୋର ଭାଇନା କହିଥିଲେ। ଏନେଇ ବିଏମସି ସିଟି ହେଲଥ ଅଫିସର ଦୀପକ ବିଶୋୟୀ କହିଛନ୍ତି, ଗତକାଲି କିଶୋର ହୋଟେଲରେ ଚଢାଉ କରିଥିଲୁ। ହୋଟେଲରେ ଥିବା ବାସି ଜିନିଷ ନଷ୍ଟ କରିବା ସହ ତାର ରେଜିଷ୍ଟ୍ରେସନ୍ କ୍ୟାନସେଲ କରିଥିଲୁ। ଯଦି ରେଜିଷ୍ଟ୍ରେସନ ବାତିଲ ପରେ ବି ଖୋଲିଛନ୍ତି, ତେବେ ବେଆଇନ ଭାବେ ଖୋଲିଛନ୍ତି। ପୁଣି ଚଢାଉ କରି ଫାଇନ କରିବୁ।