Movie prime

ବାପାଙ୍କୁ ମା-ରିଦେଲା ପୁଅ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ଘଟଣା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ନିଜ କଥା ଭାବିବା ପୂର୍ବରୁ ପରିବାର ପାଇଁ ଯିଏ ଚିନ୍ତା କରେ, ସିଏ ହେଉଛନ୍ତି ବାପା।
ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର, ସିଏ ହେଉଛନ୍ତି ବାପା। ସଂକ୍ଷେପରେ କହିଲେ ବାପା ହେଉଛନ୍ତି ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସୁନ୍ଦର ଉଦାହରଣ।
ତେବେ ବନ୍ଧୁଗଣ ଦିନେ ଯାହା ହାତ ଧରି ବାଟ ଚାଲିବା ଶିଖିଥିଲା ପୁଅ। ଆଜି ସେହି ବାପାକୁ ମାରିବା ପାଇଁ ବି ପଛାଇଲାନି।
ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହ-ତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ।
ବାପାକୁ ଅତି ବିଭତ୍ସ ଭାବେ ହ-ତ୍ୟା କରି ଲୁଚାଇ ରଖିଥିଲା ଜନ୍ମକଲା ପୁଅ। ଏଭଳି ଏକ ବିଭତ୍ସ ହ-ତ୍ୟା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗାଡିଆ ଗାଁରେ।
ମୃ-ତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦ କିଶୋର ଗୁଇଆ। ତାଙ୍କୁ ତାଙ୍କ ପୁଅ ଈଶ୍ୱର ଗୁଇଆକୁ ହ-ତ୍ୟା କରିଛି। 
ମିଳିଥିବା ସୂଚନା ଅନୁସାରେ ପାରିବାରିକ ଯୁକ୍ତି ତର୍କ କାରଣ ଲାଗି ବାପ-ପୁଅଙ୍କ ମଧ୍ୟରେ ଗତ ୨ତାରିଖରେ ରାତିରେ କୌଣସି କଥାକୁ ନେଇ ବଚସା ହୋଇଥିଲା।
ବାପପୁଅଙ୍କ ମଧ୍ୟରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ଏହାପରେ ପୁଅ ରାଗି ଯାଇ ଏକ କୋ-ଦ-ଳରେ ବାପାକୁ ଚୋଟେ ଦେଇଥିଲେ। ଯେଉଁଥିର ବାପାଙ୍କର ଘଟଣାସ୍ଥଳରେ ହିଁ ମୃ-ତ୍ୟୁ ହୋଇଯାଇଥିଲା।
ତେବେ ବାପାର ମୃ-ତ୍ୟୁ ପରେ ନୃ-ଶଂ-ସ ପୁଅ ବାପାର ମୃ-ତ-ଦେ-ହକୁ ଏକ ଘରେ ଲୁଚାଇ ରଖିଥିଲା। ସାହିପଡିଶା ନନ୍ଦଙ୍କୁ ୨ ଦିନ ନ ଦେଖିବାରୁ ଖୋଜାଖୋଜି କରିଥିଲେ। 
ଏହାପରେ ଘରେ ମୃ-ତ-ଦେ-ହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ହ-ତ୍ୟା-କା-ଣ୍ଡ ସଂପର୍କରେ ଖବର ପାଇ ଯଶିପୁର ଥାନାଧିକାରୀ ପଞ୍ଚାନନ ମହାନ୍ତି ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି
ତଦନ୍ତ ପୂର୍ବକ ମୃ-ତ-ଦେ-ହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିନ୍ତି। ଅ-ଭି-ଯୁ-କ୍ତ ପୁଅ ଇଶ୍ୱର ଗୁଇଆକୁ ଗିରଫ କରି ଥାନାକୁ ଆଣିଛି ପୁଲିସ।
କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା କଲା ସେନେଇ ଖୋଳତାଡ଼ ଜାରି ରଖିଛି ପୁଲିସ। ଯାହା ସୂଚନା ମିଳିଛି ପୁଅ ଈଶ୍ୱର ଗୁଇଆ ପାଖରେ ନନ୍ଦ ରହୁଥିଲେ।