Movie prime

ଘରୁ ତଡିଦେଲା ପୁଅ ସାହା ସାଜିଲା ସଉତୁଣୀ ଦେଖନ୍ତୁ ବାର୍ଦ୍ଧକ୍ୟ ଅବସ୍ଥାରେ କେମିତି ସାଜିଲେ ଦୁହେଁ ଦୁହିଁଙ୍କ ସାହାରା

 
Viral News
ଜଣେ ଦୁଃଖିନୀ ମା ଙ୍କ ପରିସ୍ଥିତି ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ।ପୁଅ ବୋହୁ ଘରୁ କାଢି ଦେବା ପରେ ଆଜି ସଉତୁଣୀ ସାଜିଛି ସାହା ଭରଷା।ଆଜି ଗୋଟିଏ ସଉତୁଣୀ ଆଉ ଏକ ସଉତୁଣୀ କୁ ପାଖରେ ପାଇଛି।
ବୟସର ଶେଷରେ ଆଜି ସଉତୁଣୀ ର ଜୀବନକୁ ବଞ୍ଚାଇବା ରେ ଲାଗିଛି ଆଉ ଗୋଟିଏ ସଉତୁଣୀ।ପାଣି ପିଆଇ ଦେଉଛନ୍ତି।ହାତରେ ବିଞ୍ଚଣା ଧରି ବଡ଼ ସଉତୁଣୀ ଙ୍କୁ ବିଞ୍ଚି ପକାଇ ଦେଉଛନ୍ତି।
ସେତେବେଳେ ସଉତୁଣୀ ଆଉ ସଉତୁଣୀ ଙ୍କ ଭିତରେ ମନ ମିଶୁ ନଥିଲା।କିନ୍ତୁ ଆଜି ଜଣଙ୍କ ପାଇଁ ଜଣେ ଯେମିତି ଜୀବନ ପାଲଟି ଯାଇଛି। ପୁଅ ବୋହୁ ସର୍ବସ୍ବ ନିଜ ନାମରେ କରି ଦେବାପରେ ଏହି ମା ଜଣଙ୍କୁ ଘରୁ ବାହାର କରିଦେଲେ।
ଆଉ ଏବେ ସେ ସାନ ସଉତୁଣୀ ଙ୍କ ପାଖରେ ଆସି ରହିଛନ୍ତି।ବୟସ ଗଡ଼ି ଗଲାଣି।ସମୟ ମଧ୍ୟ ବିତି ଯାଇଛି।ସବୁ ରାଗ ରୂଷା କେଉଁଆଡେ ହଜି ଯାଇଛି। ସାନ ସଉତୁଣୀ ଟିକେ ସମୟ ପାଇଁ ମଧ୍ୟ ଛାଡୁ ନାହାନ୍ତି।
ଗୋଟିଏ ଛୋଟିଆ କ୍ୟଭିନ୍ ରେ ଶାନ୍ତିଲତା ସୋଇ ରହୁଛନ୍ତି।ଆଉ କାନ୍ଦୁଛନ୍ତି।ପୁଅ ବୋହୁ ଛାତ ଘରେ ରହୁଥିବା ବେଳେ ମା ଜଣଙ୍କ ଆଜି ଗୋଟିଏ ଛୋଟିଆ କ୍ୟଭିନ୍ ଭିତରେ ସୋଇ ରହି କଇଁ କଇଁ ହୋଇ କାନ୍ଦୁଛନ୍ତି।
ଏହି ଘଟଣା ଟି ଵାଲ୍ୟପାଳ ପଞ୍ଚାୟତ ସମିତି ଅସ୍ତି ଗ୍ରାମରେ ଦେଖିବାକୁ ମିଳିଛି।ସ୍ବର୍ଗତ ହରେକୃଷ୍ଣ ପରିଡ଼ା ଙ୍କ ଧର୍ମ ପତ୍ନୀ ହେଉଛନ୍ତି ଶାନ୍ତିଲତା ପରିଡ଼ା। ବୟସ ତାଙ୍କୁ ୭୫।ମା ଜଣଙ୍କର ସ୍ଵାମୀ ଆରପାରି କୁ ଚାଲି ଯାଇଛନ୍ତି।
ଘରେ ଦୁଇ ପୁଅ ଥିଲେ।କିନ୍ତୁ ମା ର ସେବା ଯତ୍ନ କରିବା ବଦଳରେ ବୁଢ଼ୀ ମା କୁ ଘରୁ ବାହାର କରିଦେଲେ।କଥାରେ ଅଛି ଭାଇ ହେଉଛି ଭଗାରି।ସଉତୁଣୀ ହେଉଛି ଧାରୁଆ ଛୁରୀ।କିନ୍ତୁ ବାସ୍ତବରେ ଦେଖିବାକୁ ମିଳିଛି ଏଠାରେ ସଉତୁଣୀ ହେଉଛି ସବୁକିଛି।
ସାନ ସଉତୁଣୀ ବଡ଼ ସଉତୁଣୀ ର ସେବା କରୁଥିବାର ଦେଖିବାକୁ ମିଳିଛି।ଏହି ଦୃଶ୍ୟ ଯିଏ ଦେଖୁଛନ୍ତି ତାଙ୍କ ଆଖିରୁ ଲୁହ ଚାଲି ଆସୁଛି।