Movie prime

ନୂଆ ବର୍ଷରେ ଘଟି ଯାଇଥିବା ଘଟଣା ସମ୍ପର୍କରେ କ୍ଷମା ମାଗିଲେ Sidhanta Mohapatra ! ଦେଖନ୍ତୁ କଣ କହିଲେ

 
Special report
ଯେପରି ଅଗ୍ନି ଧୂଆଁ ଦ୍ଵାରା,ଦର୍ପଣ ଧୂଳି ଦ୍ଵାରା,ବା ଭ୍ରୁଣ ଗ-ର୍ଭା-ଶ-ୟ ଦ୍ଵାରା ଆବୃତ ରହିଥାଏ,ସେହିପରି ଜୀବାତ୍ମା କାମ ପ୍ରବୃତ୍ତି ର ବିଭିନ୍ନ ମାତ୍ର ଦ୍ଵାରା ଆବୃତ ରହିଥାଏ।ଶ୍ରୀମଦ ଭାଗବତ ଗୀତା ରେ ଶ୍ରୀ କୃଷ୍ଣ ଏହି ବାର୍ତ୍ତା ଦେଇଛନ୍ତି।
ଜୀବାତ୍ମା ର ଆବରଣ ର ତିନି ଟି କୋଟି କୁ ଏଠାରେ ଦର୍ଶାଇଛନ୍ତି।ଯେଉଁଥିରେ ସୁଧ ଚେତନା ଉପରେ ଧୂଳି ଜମିଯାଏ।ଏହି ଆବରଣ କାମ ଅଟେ।ଯାହାକି ବିଭିନ୍ନ ସ୍ୱରୂପ ରେ ଉପସ୍ଥିତ ହୋଇ ରହିଥାଏ।
ଯେଭଳି ଅଗ୍ନି ଧୂଆଁ ଚାରିପଟେ ଘେରା ହୋଇ ରହିଥାଏ। ଦର୍ପଣ ଉପରେ ଧୂଳି ପଡ଼ିବା ଦ୍ଵାରା ଏହା ମଳିନ ପଡିଯାଏ।ଆଉ ଯେଉଁ ଭଳି ଭାବରେ ଭ୍ରୁଣ ଗ-ର୍ଭା-ଶ-ୟ ଦ୍ଵାରା ଘେରି ହୋଇ ରହିଥାଏ
ସେହିଭଳି ଭାବରେ ଜୀବାତ୍ମା ବା ମନୁଷ୍ୟ ର ଆତ୍ମା ବା ଅନ୍ୟ ସବୁ ଜୀବ ମାନଙ୍କର ଆତ୍ମା କାମ ପ୍ରବୃତ୍ତି ଦ୍ଵାରା ଘେରି ହୋଇ ରହିଥାନ୍ତି।ତେବେ ଧୂଆଁ ଙ୍କୁ ଏଠାରେ ଏକ ଉପମା ମାଧ୍ୟମରେ ଉପସ୍ଥାପିତ କରାଯାଇଛି।
ଯାହାର ଅର୍ଥ କେବଳ ଏତିକି ଅଟେ ଯେ ଜୀବନରେ ମନୁଷ୍ୟର କାମ ପ୍ରବୃତ୍ତି, ମନୁଷ୍ୟ ର ଚେତନା ଓ ମନୁଷ୍ୟର ଆତ୍ମା ଉପରେ ଏଭଳି ଧୂଆଁ ର ପ୍ରବୃତ୍ତି ସବୁବେଳେ ଏଭଳି ଏକ କୁଣ୍ଡଳ ଜାତ କରେ।ଯାହାଦ୍ଵାରା ମନୁଷ୍ୟ ସତ ମିଛ,ଠିକ୍ ଭୁଲ୍, କେଉଁଠି କରିବା ଆବଶ୍ୟକ,
କେଉଁଠି ତ୍ୟାଗ କରିବା ଆବଶ୍ୟକ ଏସବୁ ଜାଣି ପାରେ ନାହିଁ।ଏହି ଶ୍ଳୋକ ମାଧ୍ୟମରେ ଦର୍ପଣ ରେ ଯେଉଁ ଭଳି ଭାବରେ ଧୂଳି ଜମିଗଲେ ଦର୍ପଣ ରେ ପ୍ରତିବିମ୍ବ ସ୍ପଷ୍ଟ ଜଣା ପଡେନାହିଁ।
ସେହିଭଳି ଅଗ୍ନି ଚାରିପଟେ ଅଧିକ ଧୂଆଁ ହେଲେ ଅଗ୍ନି ତେଜ ବାନ ହୋଇ ଜଳି ପାରେ ନାହିଁ।ଆଉ ଏହା ସହିତ ମଧ୍ୟ କୁହାଯାଇଛି ଯେଉଁ ଭଳି ଭାବରେ ଗ୍ର-ଭ-ସ୍ଥ ଶିଶୁ ଯେତେବେଳେ ଗ-ର୍ଭା-ଶ-ୟ ରେ ଥାଏ
 ସେ ସମୟରେ ସେ ଏପଟ ସେପଟ ହଲିବା ବି ତାର ସ୍ଵାଧୀନତା ରହି ନଥାଏ।ଜୀବନର ଏହି ଅବସ୍ଥା ବୃକ୍ଷ ସହିତ ସମାନ।ବୃକ୍ଷ ବି ଗୋଟିଏ ଜୀବାତ୍ମା ଅଟେ।କିନ୍ତୁ ତାଙ୍କର କାମର ପ୍ରବଳତା ହେତୁ ସେମାନେ କେଉଁ ଆଡ଼େ ଚାଲି ପାରନ୍ତି ନାହିଁ।