Movie prime

ବିନା ସ୍ୱାର୍ଥରେ ସେବା ଏମିତି ନିଶ୍ୱାର୍ଥପର ସେବା ଦେଖିଲେ ଆପଣ ବି କହିବେ ସାବାସ ମାଉସୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କ ମଧ୍ୟ ହୃଦୟ ତରଳି ଯିବ।
ଆଜ୍ଞା ହଁ ଏବେ ଏକ ବୁଢ଼ୀ ମାଉସୀ ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ବୟସର ଅପରାହ୍ନ ରେ ଆସି ପହଞ୍ଚି ସାରିଛନ୍ତି ସେ। ଅଣ୍ଟା ନଇଁ ଗଲେ ମଧ୍ୟ ସେ ରାସ୍ତାରେ ପଡ଼ିଥିବା ସମସ୍ତ ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ଗୋଟାଇ ଏକ ବସ୍ତାରେ ଆଣି ରଖୁଛନ୍ତି।
ତାଙ୍କର ଏବେ ନାତି ନାତୁଣୀ ଙ୍କ ସହ ଖେଳିବା ଏବଂ ପୁଅ ବୋହୂ ଙ୍କ ଠାରୁ ସେବା ପାଇବାର ବୟସ ଏହା। ହେଲେ ସେ କ୍ୟାପିଟାଲ ହସ୍ପିଟାଲ ସାରା ବୁଲି ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଉ ଥିଲେ।
ହେଲେ ଯେତେବେଳେ ସେ ମିଡିଆ ଭାଇ ମାନଙ୍କୁ ଦେଖିଲେ ସେତେବେଳେ ସେ ଆଉ ବୋତଲ ନଗୋଟାଇ ବସ୍ତା କୁ ସେଠାରେ ଥୋଇ ଚାଲି ଯାଇଥିଲେ। ଏହାପରେ ସେ ଏକ ତାଙ୍କର ସାଙ୍ଗ କୁ ଧରି ଆସିଲେ। ଏବଂ ତାଙ୍କ ସାଙ୍ଗ ଆଖିକୁ ମଧ୍ୟ କିଛି ଦେଖା ଯାଉ ନାହିଁ।
ଅନେକ ବର୍ଷ ହେବ ସେ ତାଙ୍କ ସାଙ୍ଗ କୁ ନବା ଆଣିବା କରୁଛନ୍ତି। ତାଙ୍କ ସାଙ୍ଗ ମଧ୍ୟ କହିଥିଲେ କି ଉକ୍ତ ମାଉସୀ ଜଣକ ଯାହାଙ୍କ ନାମ ହେଉଛି ବାୟାଣୀ ସେ ହିଁ ତାଙ୍କର ସବୁ ସୁବିଧା ଅସୁବିଧା ବୁଝି ଥାଆନ୍ତି।
ଏବଂ ସେ କେବଳ ବୋତଲ ଗୋଟାଉଛନ୍ତି ତାଙ୍କ ସାଙ୍ଗ ପାଇଁ। କାରଣ ସେଥିରୁ ଯାହା ଟଙ୍କା ଆସିବ ତାହା ତାଙ୍କ ସାଙ୍ଗ ପାଇଁ ଖର୍ଚ୍ଚ ହେବ। ବୃଦ୍ଧା ଜଣକ ପୁଅ ବୋହୂ ସମସ୍ତେ ଅଛନ୍ତି ଏବଂ ସେ ପେନସନ ମଧ୍ଯ ପାଆନ୍ତି।
ହେଲେ ସେ ନିଜର ସାଙ୍ଗ କୁ ଅର୍ଥ ଦେବା ପାଇଁ ଏଭଳି ଭାବରେ ବୋତଲ ଗୋଟାଉଛନ୍ତି ବୋଲି କହିଛନ୍ତି। ବୋତଲ କୁ ବିକି ସାରିବା ପରେ ସେ ଯେତିକି ଅର୍ଥ ପାଇ ଥାଆନ୍ତି ସେ ସମସ୍ତ ସେ ତାଙ୍କ ସାଙ୍ଗ କୁ ପ୍ରଦାନ କରି ଦେଇଥାନ୍ତି।
ତେବେ ଏଭଳି ସ୍ୱାର୍ଥପର ଦୁନିଆରେ ସତରେ ଏଭଳି ଜଣେ ଜଣେ ମହାନ୍ ବ୍ୟକ୍ତିତ୍ଵ ଙ୍କୁ ଭେଟିବା ନିଶ୍ଚିତ ଭାବରେ ବେଶ ଆଶ୍ଚର୍ଯ୍ୟ ଜନକ ଅଟେ। ତେବେ ଆପଣଙ୍କୁ ଏହି ମାଉସୀ ଙ୍କ କଥା କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।