Movie prime

Biriyani ଖାଇ ଚାଲିଗଲା ଯୁବତୀ ଙ୍କ ଜୀବନ, ସହର ରେ ହେଲା ଆତଙ୍କ

 
Special report
ଅନଲାଇନ୍ ରୁ ଅର୍ଡର୍ କରିଥିବା ବିରିୟାନି ଜଣେ ଛାତ୍ରୀ ଙ୍କ ଜୀବନ ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି।ଛାତ୍ରୀ ଜଣଙ୍କ ଅନଲାଇନ୍ ରୁ ବିରିୟାନି ଅର୍ଡର୍ କରି ଖାଇବା ପରେ ତାଙ୍କ ପେଟ ଖୁବ୍ ଜୋରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା।
ଆଉ ଏହାପରେ ପରିବାର ଲୋକଙ୍କ ତରଫରୁ ଯେତେବେଳେ ତାଙ୍କୁ ମେଡିକାଲ୍ ରେ ଚିକିତ୍ସା କରିବା ପାଇଁ ଭର୍ତି କରାଯାଇଥିଲା ଡାକ୍ତର କହିଲେ ଝିଅଟିର ଫୁଡ୍ ପଏଜିନିଂ ହୋଇଛି।
ଆଉ ଏହାପରେ ମେଡିକାଲ୍ ରେ ୩ ଦିନ ରହିଲା ପରେ ବର୍ତ୍ତମାନ ଝିଅ ଟି ର ମୃ-ତ୍ୟୁ ହୋଇଛି। ଯୁବତୀ ଜଣଙ୍କ ହେଉଛନ୍ତି କେରଳ ର ୨୦ ବର୍ଷୀୟା ଅଞ୍ଜୁ।ଛାତ୍ରୀ ଜଣଙ୍କ ନିଜେ ୩୧ ଡିସେମ୍ବର ରେ ବିରିୟାନି ଅର୍ଡର୍ କରିଥିଲେ।
ଆଉ ଏହା ଆସିବା ପରେ ଏହାକୁ ସେ ଖାଇଥିଲେ।ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ ଗୋଟିଏ ରେଷ୍ଟୁରାଣ୍ଟ ରୁ ବିରିୟାନି ଅର୍ଡର୍ କରିଥିଲେ।ଆଉ ଏହାକୁ ଖାଇବା ପରେ ତାଙ୍କ ଶରୀରରେ ଯନ୍ତ୍ରଣା ହୋଇଥିଲା।
ତାଙ୍କ ପେଟ ଖୁବ୍ ଜୋରେ ବିନ୍ଧିବା ଆରମ୍ଭ ହୋଇ ଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ମୃ-ତ୍ୟୁ ର କାରଣ ଫୁଡ୍ ପଏଜିନିଂ କୁହାଯାଇଛି।
ତେବେ ମୃ-ତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କ ବାପା ମା ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲ୍ ରେ ଭର୍ତି କରିଥିଲେ।ଶରୀର ଅଧିକ ଗୁରୁତର ହେବାରୁ ତାଙ୍କୁ ପରବର୍ତ୍ତୀ ସମୟରେ କର୍ଣାଟକ ରେ ଆଉ ଗୋଟିଏ ହସ୍ପିଟାଲ୍ ରେ ସ୍ଥାନାନ୍ତରିତ କରିଥିଲେ।
ବର୍ତ୍ତମାନ କେରଳ ର ହେଲ୍ଥ ମିନିଷ୍ଟର ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।ସାଧାରଣତଃ ସମସ୍ତେ ବିରିୟାନି ଖାଇବାକୁ ବହୁତ ପସନ୍ଦ କରନ୍ତି।ଆଉ ଏହାକୁ ଅନଲାଇନ୍ ଅର୍ଡର୍ କରନ୍ତି।
ବର୍ତ୍ତମାନ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।