Movie prime

ଚାକିରୀ ଛାଡ଼ି ଏବେ ରୋଜୋଗାର ୧୦ ଲକ୍ଷ ଟଙ୍କା ଦେଖନ୍ତୁ କେମିତି

 
Viral

ନମସ୍କାର ପେଶାରେ ଡିପ୍ଲୋମା ଇଞ୍ଜିନିୟର ଆଉ ଚାକିରି ମଧ୍ୟ କରୁଥିଲେ ଏନଟିପିସି ଭଳି କଂପାନୀରେ। ହେଲେ ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଆଜି ଜଣେ ସଫଳ କୁକୁଡା ଚାଷୀର ପରିଚୟ ଦେଇଛି।

ଅଳ୍ପ ସମ୍ବଳରେ ଏବଂ ବିନା କୌଣସି ସରକାରୀ ସାହାଯ୍ୟରେ ନିଜକୁ ପ୍ରତିଷ୍ଠା କରିବା ସହିତ ଅନ୍ୟ ଯୁବ ଉଦ୍ୟମୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଫଳ ଚାଷୀ ଓ ଅଣ୍ଡା ବ୍ୟବସାୟୀ ସୁଶାନ୍ତ। 

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରୟିପୁର ଗାଁ'ର ବିଟେକ ପଢୁଆ ଉଚ୍ଚ ଶିକ୍ଷିତ ସୁଶାନ୍ତ ଖଟୁଆଙ୍କ କୁକୁଡ଼ା ଫାର୍ମର ଦୃଶ୍ୟ। ସୁଶାନ୍ତ ଫାର୍ମରେ ଅଣ୍ଡା ଦିଆ ତିନିଶହ କିସମର ପାଖପାଖି ଛଅ ହଜାର କୁକୁଡ଼ା।
ଆଉ ସେହି କୁକୁଡା ମାନଙ୍କ ଠାରୁ ପ୍ରତିଦିନ ଅମଳ କରୁଛନ୍ତି ୬୦୦୦ ରୁ ଉର୍ଦ୍ଧ୍ବ ଅଣ୍ଡା। ଏବଂ ଅଣ୍ଡା ଗୁଡିକ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ୟବସାୟ, ସ୍କୁଲ୍, ଅଙ୍ଗନୱାଡି କେନ୍ଦ୍ରକୁ ବିକ୍ରି ମଧ୍ୟ କରିଛନ୍ତି ସୁଶାନ୍ତ ଖଟୁଆ। 
ତେବେ ସୁଶାନ୍ତ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅଣ୍ଡା ଅମଳ କୁକୁଡ଼ାକୁ ଖାଇବାକୁ ଦେବା ଆଦି କାର୍ଯ୍ୟ କରିବା ପାଇଁ ନିଯୁକ୍ତି ଦେଇଛନ୍ତି ଚାରିଜଣ ଯୁବକଙ୍କୁ।
ହାଇଟେକ୍ ପଦ୍ଧତିରେ କୁକୁଡା ପାଳନ କରି କରିଥିବା ସୁଶାନ୍ତଙ୍କ ଫାର୍ମର ରହିଛି ଅନେକ ଚାହିଦା। ଆଉ ରୋଜଗାର କରିଛନ୍ତି ବାର୍ଷିକ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ହେଲେ କୁକୁଡା ଦାନା ଓଡ଼ିଶାରେ ମିଳୁନଥିବାରୁ ସବୁ ଜିନିଷ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହେବାକୁ ପଡୁଛି। 
ଆଉ ତାହା ସହିତ କୁକୁଡା ଦାନା ଏବଂ ଅନ୍ୟ ଜିନିଷ ଓଡ଼ିଶାରେ ପହଞ୍ଚିଲା ବେଳକୁ ତାହାର ରେଟ୍ ଅଧିକ ହେଇଯାଉଛି ବୋଲି କହିଛନ୍ତି ସୁଶାନ୍ତ।
ତେବେ ସ୍ଥାନୀୟ ଲୋକେ ସୁଶାନ୍ତଙ୍କ ଫାର୍ମକୁ ଦେଖିବାକୁ ଆସୁଥିବା ବେଳେ ଏହା ଯୁବପିଢୀଙ୍କ ପାଇଁ ଏକ ଉଦାହରଣ ମଧ୍ୟ ପାଲଟିଛି। ଆଉ ଏହାକୁ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଏକ ଲେଡମାର୍କ ବୋଲି କହିଛନ୍ତି।