Movie prime

ନି-ଶା ଦେଇ ଟେକି ନେଇଥିଲେ ଏବେ ଉଦ୍ଧାର ହେଲେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଅଚେତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରୁ କଲେଜ ଛାତ୍ରୀଙ୍କୁ ନିଶା ଦେଇ ଅ-ପ-ହ-ର-ଣ କରାଯାଇଥିବା ଅଭିଯୋଗ ହୋଇଛି।
ଅ-ପ-ହୃ-ତା ଛାତ୍ରୀଙ୍କୁ ୩ ଘଣ୍ଟା କାଳ ଏକ କାରରେ ଅଚେତ ଅବସ୍ଥାରେ ବୁଲାଇ ଶେଷରେ ସାଲେପୁର ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଏକ ଆବର୍ଜନା ଗୃହରେ ହାତଗୋଡ ଓ ମୁହଁ ବାନ୍ଧି ଫୋପାଡ଼ିଦେଇଥିଲେ ଦୁ-ର୍ବୃ-ତ ମାନେ। 
ସ୍ଥାନୀୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରୀ ଜଣଙ୍କ କଲେଜ ଛୁଟି ପରେ ଘରକୁ ଆସିବା ପାଇଁ ସାଲେପୁର ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ।
ଏହି ସମୟରେ କିଛି ଦୁ-ର୍ବୃ-ତଙ୍କ ସହ ଜଣେ ଯୁବତୀ ତାଙ୍କୁ ତାଙ୍କ ବାପା ତହସିଲ ଅଫିସ ପଛପଟେ ଅପେକ୍ଷା କରିଥିବା କହିଥିଲେ। ଛାତ୍ରୀଙ୍କୁ କିଛି ନିଶା ଶୁଂଘାଇ ଜୋରଜବରଦସ୍ତ ଅ-ପ-ହ-ର-ଣ କରିନେଇଥିଲେ।
ଦୀର୍ଘ ସମୟ ଧରି ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ। 
ସ୍ଥାନୀୟ ଲୋକ ଛାତ୍ରୀଜଣଙ୍କୁ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡ଼ିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ମାମୁଁ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।
ଛାତ୍ରୀଙ୍କ କହିବାନୁଯାୟୀ, କଲେଜ ସରିବା ପରେ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ।
ପ୍ରଥମେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଡାକିଥିଲେ। ସେ ନଶୁଣିବାରୁ ଆଉ ଜଣେ କଲେଜ ଡ୍ରେସ ପିନ୍ଧା ଝିଅ ଆସି ତାଙ୍କୁ ଡାକିଥିଲେ। କିଛି ବାଟ ଗଲା ପରେ ତାଙ୍କୁ ଅଚେତ କରାଇଦେଇଥିଲେ। 
ପରେ ଏକ କାର୍‌ ଭିତରେ ଚେତା ଆସିଥିଲା। ଚେତା ଆସିବା ପରେ ପୁଣି ତାଙ୍କୁ ଚେତାଶୂନ୍ୟ କରାଇଦେଇଥିଲେ। ତେବେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଅଚେତ ହେଲେ,
କିଏ ତାଙ୍କୁ ଅ-ପ-ହ-ର-ଣ କରିଥିଲେ ଓ କାହିଁକି କରିଥିଲେ ତାହାର ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ।
ଦୀର୍ଘ ସମୟ ଧରି ଛାତ୍ରୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ପାଇନଥିଲେ। ପରେ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।