Movie prime

ଦାଦାବଟି ନଦେବାରୁ ପରିଣାମ ହେଲା ସାଙ୍ଘାତିକ ଦେଖନ୍ତୁ କେମିତି ଉଠାଇ ନେଲେ ଫାଷ୍ଟଫୁଡ୍ ଷ୍ଟଲ

 
Special report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦାଦା ବଟି ଦେବାକୁ ମନା କରିବାରୁ ଦମ୍ପତି ଙ୍କୁ କିଛି ଲୋକାଲ ଗୁଣ୍ଡା ହଇରାଣ କରିଛନ୍ତି। ଯାହାକୁ ନେଇ ଦମ୍ପତି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।
କିନ୍ତୁ ସବୁଠାରୁ ବିଡମ୍ବନା ର ବିଷୟ ପୋଲିସ କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନ ଉଠୁଛି।ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କର ଏକ ଫାଷ୍ଟ ଫୁଡ୍ ଷ୍ଟଲ୍ ପଡିଥିଲା। ପଟିଆର ଲାଲୁ ପାଇକାର ସହିତ ଦାଦା ବଟି କୁ ନେଇ ଗଣ୍ଡ ଗୋଳ ହୋଇଥିଲା।
ଲାଲୁ କହିଥିଲେ ଯେ ବଟି ନଦେଲେ ତାଙ୍କ ଦୋକାନ ଏଠାରୁ ଉଠାଇ ଦେବେ।ଏହାପରେ ସକାଳ ୧୦:୩୦ ମିନିଟ୍ ରେ ସ୍ବାମୀ ସ୍ତ୍ରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।
କିନ୍ତୁ ସକାଳୁ ଉଠି ଆସି ଯେତେବେଳେ ସ୍ବାମୀ ସ୍ତ୍ରୀ ଦେଖିଲେ ତାଙ୍କର ଦୋକାନ ସେଠାରେ ନାହିଁ।ଦମ୍ପତି ସନ୍ଦେହ କରି ଲାଲୁ ନାମ କହିଲେ।୨୨ ତାରିଖ ଦିନ ଥାନାରେ ଲାଲୁ ଙ୍କ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରିଥିଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ଲାଲୁ ଚାରିଆଡ଼େ ବଟି ଆଦାୟ କରନ୍ତି। ଲାଲୁ ଲୋକମାନେ ଯେଉଁଠି ଦୋକାନ କରିଛନ୍ତି ତାଙ୍କ ଜାଗା କହି ଟଙ୍କା ମାଗିଥାନ୍ତି।ମହିଳା ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କର ଫାଷ୍ଟ ଫୁଡ୍ ଷ୍ଟଲ୍ ଟି କୁ ଚୋରି କରି ନେଇ ଯାଇଛନ୍ତି।
ଯେଉଁ ଦିନ ତାଙ୍କ ଦୋକାନ ଚୋରି ହେଲା ତା ପୂର୍ବ ଦିନ ମହିଳା ଆଉ ତାଙ୍କ ସ୍ବାମୀ ଙ୍କ ଝଗଡ଼ା କରିଥିଲେ।ସିସିଟିଭି ରୁ ବି ଯାଞ୍ଚ୍ କରି ଜାଣିବାକୁ ପାଇଲେ।ତାଙ୍କ ଗ୍ରାମରୁ ଯେଉଁ ମୁଖ୍ୟ ମୁଖ୍ୟ ଲୋକମାନେ ଆସିଥିଲେ ସେମାନେ ବୁଝି ଦେବେ ବୋଲି କହିଥିଲେ।
ଲାଲୁ ଙ୍କ ର ଯେଉଁମାନେ ଦୋକାନ କୁ ଉଠାଇବା ପାଇଁ ସହଯୋଗ କରିଥିଲେ ଦମ୍ପତି ସେହି ମାନଙ୍କୁ ଧରି ଥାନାକୁ ଆଣିଥିଲେ।ସେ କେବଳ ଟଙ୍କା ହିଁ ମାଗୁଥିଲେ।
ଟଙ୍କା ନ ଦେବାରୁ ଲାଲୁ ଏଭଳି କରିଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।