Movie prime

ଦମନ ଫିଲ୍ମ୍ ଦେଖି ସୁନ୍ଦର ପ୍ରତିକ୍ରିୟା ରଖିଲେ ଓଡ଼ିଆ କମେଡିଆନ ରାଜୁ ଦାସ ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକ ମାନଙ୍କ ଭଲ ପାଇବା ଆଉ ନାହିଁ ପୂର୍ବଭଳି।
ପୂର୍ବରୁ ଯେମିତି ଚଳଚ୍ଚିତ୍ର ଦେଖିବ ପାଇଁ ଦର୍ଶକ ମାନେ ବହୁ ପରିମାଣରେ ଯାଉଥିଲେ ଓ ହାଉସ ଫୁଲ ହେଇ ଯାଉଥିଲା। ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଲା ଭଳି କାହାଣୀକୁ ନେଇ ଚଳଚ୍ଚିତ୍ର କଲେ ନିଶ୍ଚୟ ଚଳଚ୍ଚିତ୍ର ହିଟ ହେବ।
ବର୍ତ୍ତମାନ ସମୟରେ ଯେଉଁ ଭଳି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ବାବୁଶାନଙ୍କୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ଯାହାର ନାମ 'ଦମନ' ଅଟେ। 
ଏହି ଚଳଚ୍ଚିତ୍ରଟି ଏକ ବାସ୍ତବିକ ଘଟଣାକୁ ନେଇ ହୋଇଛି। ଏହି ବାସ୍ତବିକ ଘଟଣାଟି ହେଉଛି ଆମ ଓଡିଶା ରାଜ୍ୟର, ଏହି ଦମନ ଚଳଚ୍ଚିତ୍ରରେ ବାବୁଶାନ୍ ଡାକ୍ତର ଭୂମିକାରେ ନଜର ଆସୁଛନ୍ତି।
ଚଳଚ୍ଚିତ୍ରଟି ସୁପର ହିଟ ହୋଇଛି, ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ସବୁଆଡେ ଚର୍ଚ୍ଚା ବିଷୟ ପାଲଟିଛି ଦମନ ଫିଲ୍ମଟି।
ବନ୍ଧୁଗଣ ଏହି ଫିଲ୍ମଟିରେ ଜଣେ ଫେମସ୍ ଡାକ୍ତରଙ୍କ ନିଜ ଜୀବନରେ କେତେ ପରିଶ୍ରମ କରିଛନ୍ତି ସେ କାହାଣୀ ବିଷୟରେ ଏଠାରେ ଚିତ୍ରଣ କରାଯାଇଛି। 
ଆଉ ବେଶି ଭଲ ଲାଗିଲା ରିୟଲ ଷ୍ଟୋରି ରହିବା ସହିତ ଯୋଉ କୋଆଟିଷ୍ଟି ମାନେ ଅଛନ୍ତି ସେଥିପାଇଁ ବହୁତ ଭଲ ଲାଗିଲା ବୋଲି କହିଛନ୍ତି ରାଜୁଦାସ।
ଆଉ ବାବୁଶାନ ତ ଫିଲ୍ମରେ ଭଲ ଅଭିନୟ କରିଛନ୍ତି ସେଥିରେ ଆଉ କିଛି କହିବାର ନାହିଁ ବୋଲି କହିଛନ୍ତି ରାଜୁଦାସ।
କିନ୍ତୁ ବାବୁଶାନଙ୍କ ସହିତ ଯେଉଁ ମାନେ ବି ଆକ୍ଟିଂ କରିଛନ୍ତି ଆଉ ପଦେ ପଦେ ଯୋଉ ଡାଇଲୋଗ କହିଛନ୍ତି ସେମାନେ ବି ଅତିସୁନ୍ଦର ଭାବରେ ଅଭିନୟ କରିଛନ୍ତି।
ରାଜୁ ଦାସ କହିଛନ୍ତି ୩୦ ବର୍ଷ ତଳେ ଯେମିତି ଟିକେଟ ବ୍ଲାଙ୍କ ହୋଉଥିଲା ମାସେ ଦୁଇ ମାସ ତଳେ ପୁଣି ସେ ଯୁଗ ବୋଧେ ଫେରି ଆସିଲା।
ସେଇ ଶ୍ରୀରାମ ପଣ୍ଡା, ସେଇ ଉତ୍ତମ ମହାନ୍ତି, ବିଜୟ ମହାନ୍ତିଙ୍କ ଯୁଗ ପୁଣି ଫେରିଆସିଲା ଭଳି ଲାଗୁଛି ବୋଲି କହିଛନ୍ତି ରାଜୁଦାସ। ରାଜୁଦାସ ବହୁତ ଶୁଭେଚ୍ଛା ଜଣାଉଛନ୍ତି 'ଦମନ' ଫିଲ୍ମକୁ।
ରାଜୁ ଦାସ କହିଛନ୍ତି, ଯେ ଯଦି ଦମନ ଭଳି ରିୟଲ ଷ୍ଟୋରି ଉପରେ ଫିଲ୍ମ ରିଲିଜ ହୁଏ ତା'ହେଲେ ଦର୍ଶକ ମାନେ ନିଶ୍ଚିନ୍ତ ଭାବେ ଓଡ଼ିଆ ସିନେମା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିବେ।