Movie prime

ପୁରୀ ରଥଯାତ୍ରା ରେ ଦେଖିବାକୁ ମିଳିଲା ଆଖିରେ ଲୁହ ଆସିଲା ଭଳି ଦୃଶ୍ୟ ବୃଦ୍ଧାଙ୍କୁ କାନ୍ଧରେ ବସାଇ କଲେ ଜଗନ୍ନାଥ ଙ୍କ ଦର୍ଶନ - ୫୦ ବର୍ଷ ଧରି କରିନଥିଲେ ଭଲରେ ଦର୍ଶନ

 
fyrjyyg

ମରିନି ମଣିଷ ପଣିଆ ଏବେବି ବଞ୍ଚିଛି ମଣିଷ ପଣିଆ । ମାନବିକତା ଦୃଷ୍ଟିରୁ ଆଗେଇଲେ ଜଣେ ସେବାୟକ । କଥାରେ ଅଛି କାଳିଆ ଡୋରି ଲାଗିଲେ କିଏବା ରୋକିବା । ପୁରୀ ଶ୍ରୀ ମନ୍ଦିରରେ ଜଣେ ସେବାୟତ ମହାନ୍ କାର୍ଯ୍ୟ କରି ଏବେ ସମସ୍ତଙ୍କ ସାମ୍ନାରେ ଚର୍ଚ୍ଚାରେ । ଜଣେ ବୃଦ୍ଧା ମା ଦୀର୍ଘ ୫୦ ବର୍ଷ ଧରି ଜଗନ୍ନାଥ ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ଥିଲେ । 

ଏହି ଦୃଶ୍ୟରେ ବୃଦ୍ଧା ମା ଜଣଙ୍କ କିପରି କାଳିଆ ସାଆନ୍ତର ଟିକେ ମୁହଁ ଦେଖିବା ପାଇଁ ବ୍ୟାକୁଳ ହେଉଛନ୍ତି ଦେଖନ୍ତୁ ।  ବୟସ ତ ଆଉ ନାହିଁ ଯେ ଠେଲି ପେଲି ହୋଇ ଆଗକୁ ଆସିବେ । ସେତିକିବେଳେ କାଳିଆ ଦର୍ଶନ ପାଇଁ ବୁଢ଼ୀ ମାଙ୍କୁ ପାଛୋଟି ନେଇଛନ୍ତି ଜଣେ ସେବକ । ବୁଢ଼ୀ ମା ଟି ଆଖିରେ ଝରିପଡୁଚି କାଳିଆ କୁ ଦେଖି ଆନନ୍ଦର ଲୁହ।

କାଳିଆ ପ୍ରେମରେ ବୃଦ୍ଧା ମା ଜଣଙ୍କ ଏତେ ମୁଗ୍ଧ ଯେ ତାଙ୍କର ଘର ପ୍ରତି ଆଉ ମନୋଭାବ ନାହିଁ ।  ବୃଦ୍ଧା ମା ଜଣଙ୍କ ୫୦ ବର୍ଷ ହେଇଯିବ କାଳିଆକୁ ଦେଖି ନଥିଲେ ।  ମା ଜଣଙ୍କ ଠିକ୍ ରେ ଚାଲି ପାରୁନାହାନ୍ତି ବଡିଧରି ଚାଲୁଛନ୍ତି  ସେତିକିବେଳେ ବୃଦ୍ଧା ମା ଜଣଙ୍କ ଭାବିନଥିବେ ଯେ କାଳିଆ ସାଆନ୍ତ ତାଙ୍କ ପାଇଁ ପୁଅଟିଏ ପଠେଇବେ ତାଙ୍କୁ ସାଙ୍ଗରେ ନେଇ ତାଙ୍କ ଦର୍ଶନ କରାଇବା ପାଇଁ । 

ବୃଦ୍ଧା ମା ଜଣଙ୍କ ଜାଗା ଦର୍ଶନ କରିବ ପୂର୍ବରୁ ସେବକ ଜଣଙ୍କୁ କହିଥିଲେ ପୁଅ ମତେ ଟିକେ ଜାଗା ଦର୍ଶନ କରେଇଦେ । ସେତିକିବେଳେ ସେବକ ଜଣଙ୍କ କହିଥିଲେ ମୁଁ ତ ଅନେକ ସେବା କରୁଛି ଯଦି ପ୍ରଭୁଙ୍କ ଆଦେଶ ଅଛି ଦର୍ଶନ କରିଇଦେବା । ସତ କହିବାକୁ ଗଲେ ସେବାକ ଜଣଙ୍କୁ ମହାପ୍ରଭୁ ହିଁ ପଠାଇଥିଲେ । 

କାଳିଆକୁ ଏତିକି ପ୍ରାର୍ଥନା କରିବୁ ବୃଦ୍ଧା ମା ଜଣଙ୍କର ଦୀର୍ଘାୟୁ ଆହୁରି ରହୁ । ମା ଜଣଙ୍କ କାଳିଆ ପ୍ରେମରେ ପଡିଛନ୍ତି ଯାହାଙ୍କୁ ଦର୍ଶନ କରିବା ପାଇଁ କାଳିଆ ସାଆନ୍ତ ଜଣେ ସେବକଙ୍କୁ ପଠାଇଥିଲେ । ଯେ କି ସେ ନିଜ କାନ୍ଧରେ ବସାଇ ଜଗନ୍ନାଥଙ୍କୁ ଦର୍ଶନ କରାଉଥିଲେ । ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ ।