Movie prime

ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା ପାଇଁ ଏମିତି ଚାଲିଛି କଂସ ଚୟନ ଦେଖନ୍ତୁ କେମିତି ଚାଲିଛି କଡାକଡି ଭାବେ କଳାକାର ଚୟନ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବରଗଡ଼ ରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଳନ କରାଯାଇଥାଏ। ଏହି ଧନୁଯାତ୍ରା ପାଇଁ ମଧ୍ଯ ଲୋକ ମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ।

ଅନେକ ସ୍ଥାନରୁ ଲୋକ ମାନେ ଏଠାକୁ ଏହି ଧନୁଯାତ୍ରା ଦେଖିବାକୁ ଆସିଥାନ୍ତି। ଧନୁ ଯାତ୍ରାରେ ମଧ୍ୟ ପ୍ରତ୍ୟେକ ବର୍ଷ ଅଭିନେତା ମାନେ ଚୟନ ହୋଇଥାଆନ୍ତି। ଏବଂ ଏହି ଧନୁ ଯାତ୍ରାରେ,

ମୁଖ୍ୟତଃ କଂସ ଭୂମିକା ଚୟନ କରିବା ବେଶ କଷ୍ଟ ସାଧ୍ୟ ହୋଇଥାଏ କାରଣ ସେଭଳି ଜଣେ ବ୍ୟକ୍ତିତ୍ୱ ପାଇବା ନିଶ୍ଚିତ ଭାବରେ ଅନେକ କଷ୍ଟ ଅଟେ। ଏବେ କଂସ ଭୂମିକାରେ ରହିବା ପାଇଁ କଳାକାର ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି।
ଏଥି ପାଇଁ ଅନେକ ଲୋକ ମାନେ ମଧ୍ୟ କଂସ ଭୂମିକାରେ ଅଭିନୟ କରିବାକୁ ଚାହିଁଛନ୍ତି ବୋଲି ସେଠାକୁ ଅଡିସନ୍ ଦେବା ପାଇଁ ମଧ୍ଯ ଆସୁଛନ୍ତି।
ଗୋଟେ ପରେ ଗୋଟେ ଅନେକ କଳାକାର ମାନେ ଆସି କଂସ ର ବେଶବୁଶା ଧାରଣ କରି କଂସ ସିଂହାସନ ଉପରେ ବସି ସେଠାରେ କଂସ ଭୂମିକା ରେ ନିଜେ ଅଭିନୟ ମଧ୍ଯ କରୁଛନ୍ତି
ପ୍ରାୟତଃ ସମସ୍ତ କଂସ ଭୂମିକା ରେ ବେଶ ଭଲ ଭାବରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଦେଖିବା ପରେ ଲାଗୁଛି କି ସତରେ ଏହି ବର୍ଷ ଧନୁଯାତ୍ରାରେ କଂସ ଭୂମିକା ଚୟନ କରିବା ନିଶ୍ଚିତ ଭାବରେ କଷ୍ଟ ସାଧ୍ୟ ହୋଇ ପଡ଼ିବ।
କାରଣ ବେଶ ଭଲ ଭଲ ଅଭିନେତା ମାନେ ଏବେ ଅଭିନୟ କରୁଛନ୍ତି। ତାଙ୍କ ମଧ୍ୟରୁ ସର୍ବୋତ୍ତମ ବାଛିବା କୁ ଅନେକ କଷ୍ଟ ହେବ ବୋଲି ଅନୁମାନ କରାଯାଉଛି।
ତେବେ ଆଗକୁ ଆସୁଛି ଧନୁଯାତ୍ରା ସେଥି ପାଇଁ ଲୋକ ମାନଙ୍କ ମନରେ ଅନେକ ଆଶା ମଧ୍ଯ ଅଛି ଏବଂ ସେମାନେ ଏହି ଧନୁଯାତ୍ରା କୁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି। ତେବେ ଦେଖାଯାଉ ଏବର୍ଷ ଧନୁଯାତ୍ରା ରେ କିଏ କଂସ ଭୂମିକାରେ ନଜର ଆସୁଛନ୍ତି।