Movie prime

ଲୁଟ କରି ଧରା ପଡ଼ିଲେ ନାବାଳକ ଚୋର ଦେଖନ୍ତୁ କଲେଜ ଛାତ୍ର ହୋଇ କରୁଥିଲେ କେଉଁଭଳି କାର୍ଯ୍ୟ

 
Special report
ସୁବର୍ଣ୍ଣ ପୁର ଜିଲ୍ଲାର ଉଲଣ୍ଡା ପୋଲିସ ଡକାୟତ ଦଳ ଙ୍କୁ ଗିରଫ କରିଥିବା ବେଳେ ଗିରଫ ଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ନାବାଳକ କଲେଜ ଛାତ୍ର।ମିଳିଥିବା ସୂଚନା ଅନୁସାରେ ବିନିକା ମହା ନଦୀ ଘାଟ ରୁ ବାଲି ନେଇ ଆସିଥିବା ଏକ ହାଇୱେ ଗାଡ଼ି କୁ ଉଲଣ୍ଡା ପୋଲିସ ଅଟକାଇଛନ୍ତି।
ସୂଚନା ଅନୁସାରେ ଚାରିଜଣ ବାଇକ୍ ରେ ଆସି ହାଇୱେ ଗାଡ଼ି କୁ ଅଟକାଇ ଥିଲେ।ତେବେ ଗାଡିର ଚାଳକ ସେଠାରୁ ଚତୁରତା ସହିତ ଖସି ପଳେଇ ଥିବା ବେଳେ ହେଲ୍ପର ଙ୍କୁ ଆକ୍ରମଣ କରିଥିଲେ।
ତାଙ୍କ ପାଖରେ ଥିବା ମୋବାଇଲ୍ ଓ ସାଢ଼େ ଛ ହଜାର ଟଙ୍କା ଡକାୟତ ଦଳ ଲୁଟି ନେଇଥିଲେ। ତେଣୁ ଏହାକୁ ନେଇ ଥାନାରେ ଯେତେବେଳେ ଅଭିଯୋଗ କରାଯାଇଥିଲା ଉଲଣ୍ଡା ପୋଲିସ ତୁରନ୍ତ ଘଟଣା କୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଥିଲେ।
ଆଉ ପରେ ଏହି ଘଟଣାରେ ଚାରିଜଣ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମଟର ସାଇକେଲ, ଖେଳନା ବନ୍ଧୁକ,ଛ ହଜାର ପାଞ୍ଚ ସହ ଟଙ୍କା ଏବଂ ଛଟି ମୋବାଇଲ୍ ଜବତ କରିଛନ୍ତି।
ପୋଲିସ ଗିରଫ କରିଥିବା ଚାରିଜଣ ହେଉଛନ୍ତି ସ୍ୱର୍ଣ୍ଣପୂର୍ ସହରର ଦେବାଶିଷ, ବୀର ମହାରାଜ ପୁର ଯୁଗେଇ ମେହେର,ଏବଂ ବୀର ମହାରାଜ ପୁର ମହା ବିଦ୍ୟାଳୟ ର ଜଣେ ଯୁକ୍ତ ତିନି ଏବଂ ଆଉ ଜଣେ ଯୁକ୍ତ ଦୁଇ ର ନାବାଳକ ଛାତ୍ର।
ସେପଟେ ଦେବାଶିଷ ଙ୍କ ନାମରେ ପୂର୍ବରୁ ଥାନାରେ ମାମଲା ରହିଛି। ତେଣୁ ଦୁଇ ଜଣ ନାବାଳକ ଛାତ୍ର ଙ୍କୁ କୋର୍ଟ ରେ ହାଜର କରାଯିବା ସହିତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଛି।
ଦୁଇ ଜଣ ପିଲା ପାଠ ପଢ଼ିବା ବୟସରେ ଡକାୟତି କରୁଛନ୍ତି।ସତରେ ଆଜିକାଲି ର ପିଲାମାନେ ବହୁତ ଖରାପ ବାଟ କୁ ଚାଲି ଗଲେଣି। କାହାକୁ ଖାତିର କରୁ ନାହାନ୍ତି।
ତାଙ୍କ ପାଖରୁ ପୋଲିସ ଅନେକ ସାମଗ୍ରୀ ଜବତ କରିଛନ୍ତି।ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।