Movie prime

ଧରା ପଡ଼ିଲା ଶାଶୂଙ୍କର ଶକଶକ ହେବାର ସତ ଦେଖନ୍ତୁ ସାମ୍ନାକୁ ଆସିଲା ବଡ କାରଣ

 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।

ଆଜିକା ଦୁନିଆରେ ଘଟୁଥିବା ଯୌତୁକ ନିର୍ଯ୍ୟାତନା ଆଉ ଏହାକୁ ନେଇ ହେଉଥିବା ହ-ତ୍ୟା ଆଉ ଆ-ତ୍ମ-ହ-ତ୍ୟା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ ।

ସୋସିଆଲ ମିଡିଆରେ ଏବେ ଗୋଟିଏ ହିଁ ଚର୍ଚ୍ଚା ହେଉଛି ଯୌତୁକ ନିର୍ଯ୍ୟାତନା ପାଇଁ କେତେ ମାଆ ବାପା ତାଙ୍କ ଝିଅକୁ ହରାଉଛନ୍ତି ତାହାର ହିସାବ ନାହିଁ ।

ଆଜିକା ସମାଜରେ ଏହି ଯୌତୁକ ନିର୍ଯ୍ୟାତନା ବହୁତ ମାତ୍ରାରେ ବଢ଼ିଚାଲିଛି । ଏବେ ଏହି ଯୌତୁକ ନିର୍ଯାତନା ପାଇଁ ଚାଲିଗଲା ଆଉ ଏକ ଜୀବନ ।

ଯୌତୁକ ନିର୍ଯାତନା ପାଇଁ ଜୀବନ ଯୁଦ୍ଧରେ ହାରିଗଲା ଆଉ ଜଣେ ମହିଳା । କୋଳ ଶୂନ୍ୟ ହୋଇଗଲା ସେହି ବାପା ମାଆଙ୍କର । ଯିଏ ନିଜ ଝିଅକୁ ବଡ କରି ତାର ସୁଖ ସଂସାର ଦେଖିବାକୁ ଆଉ କାହାକୁ ତାକୁ ବିଶ୍ଵାସର ସହ ଟେକି ଦେଇଥିଲେ ।
ଏହି ଯୁବତୀ ଜଣକ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ଏହି ଘଟଣା ଘଟିଛି ଭୁବନେଶ୍ୱର ସହରରେ ।
ଏହି ସହରର ଜଣେ ବୋହୂ ଯାହାଙ୍କ ନାମ ହେଉଛି ସୁଶ୍ରୀ ସଂଗୀତା । ଏହି ମହିଳାଙ୍କ ଘର ହେଉଛି ନିଆଳି । ସେ ୨୦୧୩ ମସିହା ଜାନୁଆରୀ ମାସରେ ବିବାହ କରିଥିଲେ । 
ଏହି ମହିଳା ଜଣକ ବିବାହ କରିବା ପରେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ ।
ଆଉ ଏବେ ବୋହୂ ମରିଗଲା ପରେ ଶାଶୁ ଜଣକ ଗଣମାଧ୍ୟମ ଆଗରେ କହୁଛି ଦୀପାବଳୀ ଦିନ ରାତି ୧୦ ଟା ସମୟରେ ଟିକେ ଘରେ ମନ ମାଳିନ୍ୟ ଆଉ ଛୋଟ ଝଗଡ଼ା ହୋଇଥିଲା ମଜାରେ ।
ଆଉ ଏହାପରେ ବୋହୂ ଘରକୁ ଯାଇ କବାଟ ଦେଇଦେଇଥିଲା । ଆଉ ତାପରେ ଦେଖିଲା ବେଳକୁ ସେ ବେହୋସ୍ ହୋଇଯାଇଥିଲା ।
ଏହାପରେ ଶାଶୁ ଜଣକ ଝିଅଘର ପରିବାରକୁ ଫୋନ କରି ଝିଅର ଭାଇଙ୍କୁ ଏହିସବୁ କହିଲେ ଆଉ ସେ କହିଲେ ଝିଅ ବେହୋସ୍ ହୋଇଯାଇଛି ଆଉ ଆମେ ତାକୁ ଏମ୍ସ ହସ୍ପିଟାଲ ନେଉଛି ତୁମେ ଜଲଦି ଆସ । 
ସେଠାକୁ ପରିବାରଲୋକ ଯାଇ ଦେଖିଲା ବେଳକୁ ତାଙ୍କ ଝିଅ ସଂଗୀତା ଆଉ ଏହି ଦୁନିଆରେ ନାହିଁ । ଯୌତୁକ ନିର୍ଯ୍ୟାତନା ପାଇଁ ତାଙ୍କ ଝିଅର ଜୀବନ ଚାଲିଯାଇଛି ବୋଲି ଝିଅ ଘରଲୋକ ଥାନାରେ ଅଭିଯୋଗ କରିଥିଲେ ।
ଆଉ ଏହାର ତଦନ୍ତ ହେବା ପରେ ପୋଲିସ ସୁଶ୍ରୀଙ୍କ ଶାଶୁକୁ ଗିରଫ କରିଛି । ଆଉ ମିଡ଼ିଆ ଆଗରେ ସେ ଯେଉଁ ମିଛ ମିଛିକା କାନ୍ଦ କାନ୍ଦୁଥିଲେ ତାହାର ସତ୍ୟ ଏବେ ସାମ୍ନାକୁ ଆସୁଛି ।
ସୁଶ୍ରୀ ସଂଗୀତାଙ୍କ ସ୍ବାମୀ ପ୍ରବୀଣ ଏବଂ ତାଙ୍କ ଶଶୁର ଏବେବି ଫେରାର ଅଛନ୍ତି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।