Movie prime

ଅଣ୍ଟାଏ ଉଚ୍ଚର ପାଣି ପାର କଲେ ଆମ ପିଲାମାନେ ଶିକ୍ଷିତ ହେବେ ବିକାଶତା ର କରୁଣ ଚିତ୍ର ଦେଖନ୍ତୁ କେମିତି ପାଠ ପଢ଼ିବା ପାଇଁ ପିଲା କରୁଛନ୍ତି ସଂଘର୍ଷ

 
Special report
ନମସ୍କାର ପାଠକ ବନ୍ଧୁ ଗଣ। ମନ ରେ ରହିଛି ପାଠ ପଢିବା ର ଆଶା। ଆଉ ଆଖିରେ ରହିଛି ବଡ ହେବାର ସ୍ୱପ୍ନ । ହେଲେ ସ୍ଵପ୍ନ ରେ ବାଧକ ସାଜିଛି ନଦୀ । ପ୍ରତିଦିନ ନଦୀ ରେ ଭାସିଲେ ମିଳୁଛି ବିଦ୍ୟା
ଜୀବନ ଆଉ ବିଦ୍ୟାଳୟ ମଧ୍ୟରେ ପାଚେରୀ ସାଜିଛି ଭରା ନଦୀ ନଦୀ ରେ ଭାସୁଛି ଅନେକ ନିରୀହ ଜୀବନ।
ଆଉ କେତେ ଦିନ ଏମିତି ଭାସିବାକୁ ପଡ଼ିବ। ବିପଦ ଭିତରେ ନିରୀହ ଶିଶୁ ଙ୍କ ଜୀବନ। କେତେ ଦିନ ଆଉ ଚାଲି ଥିବ ଏ ସବୁ ବିପଦ କୁ ଆଉ କେତେ ଦିନ ମୁଣ୍ଡାଇ ଥିବେ ଶିଶୁ ମାନେ। ଅନ୍ୟମାନେ ଯେତେ ବେଳେ ଗାଡି ସୁବିଧା ରେ ବିଦ୍ୟାଳୟ କୁ ଯାଉ ଛନ୍ତି
ସେତେ ବେଳେ ଏହି ଶିଶୁ ମାନେ ନିଜ ଜୀବନ କୁ ପାଣି ଛଡାଇ ପାଣି ର ଛାତି ଚିରି ଆଗକୁ ଆଗେଇ ଆସନ୍ତି ବିଦ୍ୟାଳୟ ଅଭିମୁଖେ।
ସେମାନେ ଗରିବ ପିଲା ବୋଲି ସେମାନଙ୍କ ଜୀବନ କଣ ଜୀବନ ନୁହେଁ। ଥରେ ଏମାନ ଙ୍କ କଥା ଭାବିଲେ ଯଦି ଆପଣ ଙ୍କ ପିଲା ଏମାନ ଙ୍କ ପରି ବିପଦ କୁ ମୁଣ୍ଡେଇ ପ୍ରେତେକ ଦିନ ଯିବା ଆସିବା କରନ୍ତେ ତାହେଲେ ଆପଣ ମାନେ କଣ କରନ୍ତେ।
ଆପଣ ମାନେ କଣ ଧର୍ଯ୍ୟ ଧରି ଘରେ ବସି ରହି ପାରିବେ କି?
ଏହି ଶିଶୁ ମାନଙ୍କ ପିତା ମାତା ମାନେ କେତେ ଚିନ୍ତା ରେ ରହି ନିଜ ପିଲା କୁ ନଦୀ ପାର କରି ବିଦ୍ୟାଳୟ କୁ ଛାଡୁ ଛନ୍ତି କାରଣ ସେମାନଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ। ଏହି ନିରୀହ ଶିଶୁ ମାନଙ୍କ ଦୁଃଖ କୁ ଆଉ କେବେ ଦେଖିବ ଏହି ସ୍ଥାନୀୟ ପ୍ରଶାସନ। କେବେ ଏହି ପିଲା ମାନେ ନଦୀ ରେ ନ ଯାଇ ବ୍ରିଜ ଉପରେ ପାଠ ପଢି ବାକୁ ଯାଇ ପାରିବେ।