Movie prime

ଶେଷରେ ମୁଁହ ଖୋଲିଲେ Depika ସେ କଦଳୀ ବାଲା ଝିଅ ନିଜର ହେଲେ ମୁଁ ନୁହେଁ

 
Special Report
ଦୀପିକା ନିଜର ଅଧିକାର ପାଇବା ପାଇଁ ଦିନେଶ ଙ୍କ ଘର ଆଗରେ ଏବେ ମଧ୍ୟ ଧାରଣା ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ଦୀପିକା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର ମାମଲା କୋର୍ଟ ରେ ହିଁ ରହିଥିଲା।ତେଣୁ ତିନି ବର୍ଷ ହୋଇଗଲାଣି ସେ ଦିନେଶ ଙ୍କ ଘର ଆଗରେ ଧାରଣା ଦେଇ ନଥିଲେ।କିନ୍ତୁ ଯେବେ ସେ ଜାଣିଲେ ଦିନେଶ ଜଣେ ଗଉଡ ଘର ଝିଅକୁ ବିବାହ କରିବା ପାଇଁ ଆରେଞ୍ଜ କରୁଛନ୍ତି ସେଥିପାଇଁ ଦୀପିକା ଧାରଣା ରେ ବସି ରହିଛନ୍ତି।
ଏବେ ମଧ୍ୟ ଦିନେଶ ଙ୍କ ଘରେ ତାଲା ପଡିଛି। ସେମାନେ କେଉଁଠି ଅଛନ୍ତି, କୁଆଡେ ଯାଇଛନ୍ତି ଦୀପିକା କିଛି ଜାଣି ନାହାନ୍ତି।କିନ୍ତୁ ଦିନେଶ ଯେତେବେଳେ ତାଙ୍କୁ ଭଲ ପାଉଥିଲେ ସେତେବେଳେ ଶୋଇଲେ ହେଉ ଅବା ଉଠିଲେ କଲ୍ କରି କଥା ହେଉଥିଲେ। ବାହା ହେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ଏବେ ପତ୍ନୀ ରୂପେ ଗ୍ରହଣ କରିବାକୁ ମନା କରି ଦେଉଛନ୍ତି।ଦୀପିକା ୫୦ ଦିନ ଉପରକୁ ହୋଇଯିବ ଧାରଣା ରେ ବସି ରହିଛନ୍ତି।
ଦୀପିକା ଏବେ ମଧ୍ୟ କହୁଛନ୍ତି ଯେ ଦିନେଶ ଯାହା କରୁଛନ୍ତି ନିଜ ଇଶାରା ରେ କରୁ ନାହାନ୍ତି।ସେ ଯାହା କରୁଛନ୍ତି ତାଙ୍କ ମନ କହୁ ନାହିଁ।କିନ୍ତୁ ସେ ବାଧ୍ୟବାଧକତା ରେ କରୁଛନ୍ତି।ଦୀପିକା ଭୁବନେଶ୍ୱର କୁ ଯାଇ ମହିଳା କମିଶନର ଙ୍କୁ ଦେଖା କରିଛନ୍ତି।ସେଠାରେ ଥାଇ ଦୀପିକା ଭାବିଥିଲେ ଯେ ଦିନେଶ ତାଙ୍କ ପାଖକୁ ଆସିବେ ଆଉ ନିର୍ଭୟ ରେ କହିବେ ଦୀପିକା ତାଙ୍କ ସ୍ତ୍ରୀ।ଏବଂ ଛୁଆ ମଧ୍ୟ ହେଉଛି ତାଙ୍କର।
କିନ୍ତୁ ସେମିତି କିଛି ହେଲା ନାହିଁ।
କିଏ କିଏ କହୁଛନ୍ତି ଦିନେଶ କଦଳୀ ବାଲା ଝିଅ ଓ ଆଉ କିଏ କହିଲେ ଗଉଡ ଝିଅକୁ ବାହା ହୋଇଛନ୍ତି।
ଦୀପିକା ବର୍ତ୍ତମାନ ଭାବୁଛନ୍ତି ଯେ ମୁଁ ହେଉଛି ପର ସେ ହେଉଛି ନିଜର। ମୁଁ ହେଉଛି ବାକି ସେ ହେଉଛି ନଗଦ।ମୁଁ ଗତ ସେ ହେଉଛି ବର୍ତ୍ତମାନ।ମୋ ପ୍ରେମ ଖଟା ଆଉ ତା ପ୍ରେମ ମିଠା।ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।