Movie prime

ଦିନେଶ ଙ୍କ ଶୁଭ ମନାସୀ ୧୦୮ ଦୀପ ଜାଳିଲେ ଦୀପିକା ଦେଖନ୍ତୁ ସାଙ୍ଗରେ ଥିଲେ ପ୍ରମିଳା ମା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ ।ଆଉ ଆପଣମାନେ ସମସ୍ତେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରେମ କାହାଣୀ ଯାହା ଦିନେଶ ଆଉ ଦୀପିକାଙ୍କୁ ନେଇ ଆସିଛି ସେହି ବିଷୟରେ ତ ସମସ୍ତେ ଜାଣିଥିବେ ।ଆଉ ଏହି ଘଟଣା ଏବେ ରାଜ୍ୟର ସବୁଆଡ଼େ ଚର୍ଚ୍ଚା ହେଉଛି ।
ଆଉ ଏହି ଘଟଣାର ଦିନକୁ ଦିନ ନୂଆ ନୂଆ ମୋଡ଼ ଆସୁଛି । ଆଉ ଏହି ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ମଧ୍ୟ ମିଳୁଛି ।ଆଉ ସମସ୍ତଙ୍କର ଅପେକ୍ଷା କି କେବେ ଦୀପିକାଙ୍କୁ ନ୍ୟାୟ ମିଳିବ ।ଆଜିକୁ ୩୧ ଦିନ ହେଲା ଦୀପିକା ଧାରଣାରେ ବସିଛନ୍ତି ।କିନ୍ତୁ ଏପର୍ଯ୍ୟନ୍ତ ଦିନେଶଙ୍କ ତରଫରୁ କିଛି ଖବର ସାମ୍ନାକୁ ଆସିନାହିଁ । କି ଦିନେଶ ମଧ୍ୟ ସାମ୍ନାକୁ ଆସିନାହାନ୍ତି ।ଆଉ କେବେ ସେ ଆସିବେ ତାହାକୁ ହିଁ ଅପେକ୍ଷା ।
ଆଉ ଆପଣମାନେ ତ ସମସ୍ତେ ଜାଣିଥିବେ କି ଦୀପିକା ଦିନେଶଙ୍କ ଘର ଆଗରେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା କରିଥିଲେ । ଆଉ ଏହି ବିଷୟରେ ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିଥିବେ । ଆଉ ପୂଜା ପରଦିନ ଦୀପିକା ୧୦୮ ଦୀପ ଜାଳିଛନ୍ତି । ଆଉ ଏହା ମଧ୍ୟ ସେ ଦିନେଶଙ୍କ ଘର ଆଗରେ ପ୍ରଭୁ ଗଣେଶଙ୍କ ପାଖରେ ଜାଳିଛନ୍ତି ।ଆଉ ଏହି ଦୀପ ସେ ଦିନେଶଙ୍କର ମଙ୍ଗଳ ପାଇଁ ଜାଳିଛନ୍ତି ।
ଦୀପିକା ଏହି ଦୀପ ଜାଳିବାର କାରଣ ଗଣମାଧ୍ୟମ ଆଗରେ କହିଛନ୍ତି, ସେ କହିଛନ୍ତି ଦୀନେଶଙ୍କ ପାଇଁ ସେ ଏହି ଦୀପ ଜାଳିଛନ୍ତି । ଦିନେଶଙ୍କୁ ସଦବୁଦ୍ଧି ଭଗବାନ ଦିଅନ୍ତୁ ସେ ଏହା ପ୍ରାର୍ଥନା କରୁଛନ୍ତି । ଆଉ ତାଙ୍କ ପୁଅକୁ ବାପାର ପରିଚୟ ଦିନେଶ ଦିଅନ୍ତୁ ବୋଲି ସେ କହିଛନ୍ତି । ଆଉ ଭଗବାନଙ୍କ ଆଗରେ ୧୦୮ ଦୀପ ଜାଳି ଦିନେଶ ତାଙ୍କ ପାଖକୁ ଫେରିବେ ବୋଲି ପ୍ରାର୍ଥନା କରିଛନ୍ତି । ଆଉ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଥିଲେ । ଦେଖାଯାଉ ଦୀପିକା ଆଉ ଦିନେଶଙ୍କ ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।