Movie prime

ଦୀପିକାଙ୍କୁ ଛାଡି ଶାଶୁ ଶଶୁର ଗଲେ ତୀର୍ଥ ଏବେ କେବେ ମିଳିବ ନ୍ୟାୟ ଚିନ୍ତାରେ ଦୀପିକା

 
Special Report
କଥାରେ ଅଛି ଯଦି ପୁଅ ଭଲ କାମ କରିଥାଏ ତାହେଲେ ବାପା ମା ଙ୍କୁ ପ୍ରଶଂସା ମିଳିବ।ଆଉ ଯଦି ପୁଅ ଖରାପ କାମ କରୁଛି ତାହେଲେ ବାପା ମା ଆଉ ପରିବାର ବର୍ଗ ସମସ୍ତଙ୍କୁ ନିନ୍ଦା ଅପମାନ ସହିବାକୁ ପଡ଼ିବ।ବର୍ତ୍ତମାନ ବ୍ରହ୍ମପୁର ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କେ ଦୀପିକା ତାଙ୍କ ପ୍ରେମିକ ଦିନେଶ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି କିନ୍ତୁ ଏଯାଏଁ କିଛି ସୁଫଳ ମିଳିନାହିଁ।ଓଲଟା ଆହୁରି ନିନ୍ଦା ଅପମାନ ଦୀପିକା ପାଉଛନ୍ତି।
ଯଦି ଦିନେଶ ଭୁଲ କରିଛନ୍ତି ତାହେଲେ ତାଙ୍କ ଜେଜେବାପା ଆଉ ଜେଜେମା ସେମାନେ କଣ ପାଇଁ ଶହିବେ ଏସବୁ କଷ୍ଟ।ନିନ୍ଦା ଆଉ ଅପମାନ ରେ ଦିନେଶଙ୍କ ଜେଜେବାପା ଆଉ ଜେଜେମା ରାସ୍ତାରେ ବାଟ ଚାଲି ପାରୁ ନାହାଁନ୍ତି।ଶାନ୍ତିରେ ଘରେ ରହି ପାରୁ ନାହାଁନ୍ତି। କାରଣ ଘର ଦାଣ୍ଡରେ ବସିଛି ଜଣେ ଝିଅ ଆଉ ସିଏ କହୁଛନ୍ତି ଏହି ଘରର ବୋହୂ।ଏହି କଥା କୋର୍ଟ ପ୍ରମାଣିତ କରିବେ। ଆଉ କୋର୍ଟ ରେ ଏହି ଘଟଣା ରେ ନିର୍ଦ୍ଧାରିତ ହେବ।
ବିବାହ ହୋଇନାହିଁ ତଥାପି ଦୀପିକା ସିନ୍ଦୂର ପିନ୍ଧୁଛନ୍ତି।ଏବଂ ନିଜକୁ ଦିନେଶ ଙ୍କ ସ୍ତ୍ରୀ ବୋଲି ମଧ୍ୟ କହୁଛନ୍ତି।ଆଉ ତାଙ୍କର ଏକ ପୁଅଟିଏ ମଧ୍ୟ ରହିଛି। ଡି ଏନ୍ ଏ ରିପୋର୍ଟ ରେ ଜଣାପଡିଛି ଯେ ସେହି ପୁଅଟି ହେଉଛି ଦିନେଶ ଙ୍କ ର କିନ୍ତୁ ଏହା କୋର୍ଟ ରେ ପ୍ରମାଣିତ ହେବ।କିନ୍ତୁ ତା ପୂର୍ବରୁ ଘର ଆଗରେ ଯେଉଁ ଭଳି ଘଟଣା ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।ଦିନେଶ ଙ୍କ ଜେଜେବାପା ଆଉ ଜେଜେମା ଏସବୁ ଦେଖି ବ୍ୟସ୍ତ ହୋଇ ଗଲେଣି ବୋଲି ଜଣାପଡୁଛି।
ବୟସ ସେମାନଙ୍କୁ ୭୦ ପାଖାପାଖି ହେବ। ୭୦, ବର୍ଷରେ ବୋଧ ହୁଏ କେଉଁଆଡେ ଚାଲି ଯିବାକୁ ବସିଛନ୍ତି।ଏହି ବୟସରେ ଯିଏ ରାମନାମ କୀର୍ତ୍ତନ କରିବା କଥା ସେମାନେ ଆଜି ଘର ଛାଡ଼ି କେଉଁଆଡେ ଚାଲି ଯିବାକୁ ବାହାରିଛନ୍ତି।ତାଙ୍କୁ ଏଭଳି ଜାଗାରେ ହନ୍ତସନ୍ତ ହେବାକୁ ପଡୁଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଦିନେଶ ଙ୍କ ଜେଜେବାପା ଆଉ ଜେଜେମା ଏକ ବ୍ୟାଗ ଧରି କେଉଁଆଡେ ଚାଲି ଯାଉଛନ୍ତି।ବର୍ତ୍ତମାନ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।