Movie prime
ଦିନେଶ ଙ୍କ ପାଇଁ ଦୀପିକା ଙ୍କ ୧୬ ଷୋମବାର ବ୍ରତ ଆଶା ଶୀଘ୍ର ଗ୍ରହଣ କରିବେ Dinesh
 
Special Report
ଦୀପିକା ବର୍ତ୍ତମାନ ତାଙ୍କ ପ୍ରେମିକ ଦିନେଶ ଙ୍କ ପାଇଁ ଷୋହଳ ସୋମବାର କରିଛନ୍ତି। ନିଷ୍ଠାର ସହିତ ଦୀପିକା ମହାଦେବ ଙ୍କ ପାଖରେ ବ୍ରତ କରୁଛନ୍ତି।ଯେମିତି ମାତା ପାର୍ବତୀ ଶୋହଳ ସୋମବାର କରି ଭଗବାନ ଶିବଙ୍କୁ ପାଇଥିଲେ ଠିକ୍ ସେହିଭଳି ଦୀପିକା ମଧ୍ୟ ଶୋହଳ ସୋମବାର ବ୍ରତ କରି ଦିନେଶ ଙ୍କୁ ପାଇବେ।ଦୀପିକା ୧୩ ପାଳି ବ୍ରତ କରି ସାରିଲେଣି ବୋଲି ଦୀପିକା କହିଛନ୍ତି।
ଆଉ ମାତ୍ର ତିନୋଟି ପାଳି ରହିଛି। ଏହାପରେ ତାଙ୍କର ବ୍ରତ ଶେଷ ହୋଇଯିବ।ଆଉ ଏହାପରେ ଦୀନେଶ ତାଙ୍କ ପାଖକୁ ଫେରି ଆସିବ।ପୁଣିଥରେ ତାଙ୍କ କୋଳେଇ ନେବେ।ଦିନେଶ ତାଙ୍କ ଦୀପିକା ଙ୍କ ପାଖକୁ ପୁଣିଥରେ ଫେରି ଆସିବେ।ଆଜି ଦିନେଶ ଙ୍କ ପାଇଁ ଦୀପିକା ଷୋହଳ ସୋମବାର ବ୍ରତ କରିଛନ୍ତି। ପୁରା ନିଷ୍ଠାର ସହିତ ଆଜି ଦିନଟିକୁ ପୁରା ମାନିଛନ୍ତି।ମହାଦେବ ଙ୍କୁ ସେ ପୁରା ଭକ୍ତି ର ସହିତ ଡାକିଛନ୍ତି।
ଆଉ ମହାଦେବ ଙ୍କୁ ମାଗିଛନ୍ତି ତାଙ୍କ ପାଖକୁ ତାଙ୍କ ଦିନେଶ କେମିତି ବହୁତ ଜଲ୍ଦୀ ଫେରି ଆସନ୍ତୁ।ଆଉ ସେ ଓପାସ କରି ଦିନେଶ ଙ୍କୁ ଅପେକ୍ଷା କରି ରହିଛନ୍ତି।ଦେଢ଼ ମାସ ଉପରକୁ ହୋଇଗଲାଣି ଦୀପିକା ଦିନେଶ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି।ଭୋକ ଉପାସରେ ସେମିତି ବସି ରହିଛନ୍ତି ଦୀପିକା।ଗଞ୍ଜାମ ରେ ବର୍ତ୍ତମାନ ଦୀପିକା ଏବଂ ଦିନେଶ ଙ୍କ ପ୍ରେମ କାହାଣୀ କୁ ନେଇ ଉଠୁଛି ପଡ଼ୁଛି।
ଦୀପିକା ଦିନେଶ ଙ୍କ ଘର ଆଗରେ ବସି ନ୍ୟାୟ ପାଇଁ ଧାରଣା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ଦୀପିକା ଙ୍କୁ ନ୍ୟାୟ ମିଳିନାହିଁ।ଦିନେଶ ଦୀପିକା ଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବା ପାଇଁ ରାଜି ନାହାନ୍ତି।ତାଙ୍କର କୌଣସି ଛୁଆ ନାହିଁ ବୋଲି ମଧ୍ୟ କହିଛନ୍ତି।ଏପଟେ ଶାଶୂ ଆଉ ଶଶୁର ମଧ୍ୟ ଦୀପିକା ଙ୍କୁ ହଇରାଣ କରୁଛନ୍ତି।ଦିନେଶ ମଧ୍ୟ ତାଙ୍କ ଘରେ ନାହାନ୍ତି। ଦିନେଶ ଆଉ କାହାକୁ ବାହା ହୋଇଯିବେ ସେହି ଚିନ୍ତାରେ ବସି ରହିଛନ୍ତି ଦୀପିକା।