Movie prime
ହାର ମାନିବେନି ଦୀପିକା ଆରମ୍ଭ କଲେ ବାଡିଆ ଡାଲମା ଏଥର ଡାଲି ଛୁଙ୍କ ରେ ଛିଙ୍କିବେ Dinesh
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସୁଦ୍ଧା ମଧ୍ୟ ଦୀପିକା ଙ୍କୁ ତାଙ୍କ ନ୍ୟାୟ ମିଳି ନାହିଁ। ନ୍ୟାୟ ଟିକେ ପାଇବା ପାଇଁ ମଧ୍ଯ ଦୀପିକା ଅନେକ ସଂଘର୍ଷ କରି ସାରିଲେଣି। ହେଲେ ଦିନେଶ କି ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ କାହାର ହେଲେ ମଧ୍ୟ ହୃଦୟ ତରଳି ନାହିଁ। ଦିନେଶ ମଧ୍ୟ ଥରୁ ଟିଏ ଦୀପିକା ଙ୍କୁ ଦେଖା କରିବା ପାଇଁ ଆସି ନାହାନ୍ତି। ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ ମଝି ରାସ୍ତାରେ ଦୀପିକା ଙ୍କ ହାତ ଛାଡ଼ି ଦେଇଛନ୍ତି।
ଦୀପିକା ଏବେ ଦିନେଶ ଙ୍କ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନେଇ ସାରିଛନ୍ତି। ତାଙ୍କୁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ତାଙ୍କୁ ଓ ତାଙ୍କ ପୁଅ କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଦୀପିକା ସେଠାରୁ ଓହରିବେ ନାହିଁ। ଖାସ ଏଥି ପାଇଁ ଦୀପିକା ଏବେ ଦିନେଶ ଙ୍କ ଘର ସାମ୍ନାରେ ଛୁଙ୍କ ଦେଇ ରୋଷେଇ କରୁଛନ୍ତି। ରୋଷେଇ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଆଣି ମଧ୍ୟ ସେଠାରେ ସେ ରଖିଛନ୍ତି।
ଦୀନ ଥିଲା ଦୀପିକା ଅନେକ କଷ୍ଟରେ ଦୁଃଖରେ ଦିନେଶ ଙ୍କ ଘର ସାମ୍ନାରେ ବସିଥିଲେ ଏବଂ ଦିନେଶ ଙ୍କ ଘର ଲୋକ ମାନେ ଘରେ ଚିକେନ ମଟନ୍ କରି ଖାଈ ଦୀପିକା ଙ୍କ ଉପରକୁ କଣ୍ଟା ପକାଇଥିଲେ। ହେଲେ ଆଜି ଦୀପିକା ଦିନେଶ ଙ୍କ ଘର ସାମ୍ନାରେ ବସି ରୋଷେଇ କରୁଛନ୍ତି। ଏବଂ ଦିନେଶ ଙ୍କ ଘର ଲୋକ ତାଙ୍କ ଘରେ ଚାବି ପକାଇ ସମସ୍ତେ କୁଆଡେ଼ ପଳାଇ ଯାଇଛନ୍ତି।
ଦୀପିକା ଙ୍କ କହିବା କଥା କି ଦିନେଶ ଓ ତାଙ୍କ ପରିବାରର ଲୋକ ମାନେ ତାଙ୍କ ବାହାଘର ସେହି କଦଳୀ ବାଲା ଝିଅ ସହ କରିଦେବେ ବୋଲି ଯାଇଛନ୍ତି। ତେବେ ଦୀପିକା ଙ୍କ କହିବା କଥା ଦିନେଶ ଯୁଆଡେ ବି ଯାଆନ୍ତୁ ମାତ୍ର ତାଙ୍କର ପୁଅ କୁ ନ୍ୟାୟ ମିଳିବା ସହ ବାପା ର ପରିଚୟ ମଧ୍ୟ ମିଳୁ। ଏଭଳି ନହେବା ପର୍ଯ୍ୟନ୍ତ ଦୀପିକା ତାଙ୍କ ଲଢେଇ ଜାରି ରଖିବେ। ତାଙ୍କ ପୁଅ ପାଇଁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ସେଠାରେ ହିଁ ବସି ରହିବେ।