Movie prime
ଏତେ ଦୁଃଖ ପାଇ ସାରିବା ପରେ ଏବେ ଚିହ୍ନି ପାରୁଚି ଦିନେଶ କଣ - ଦୀପିକା
 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ସାହାଯ୍ୟରେ ଆପଣମାନେ ତ ସବୁ ଦେଶ ଆଉ ରାଜ୍ୟ ଏବଂ ସବୁ ଅଞ୍ଚଳର ଅନେକ ଘଟଣା ବିଷୟରେ ଜାଣି ପାରୁଥିବେ । ଆଉ ଦୀପିକା ଏବଂ ଦିନେଶଙ୍କ ପ୍ରେମ କାହାଣୀ ବିଷୟରେ ତ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଆଉ ଦୀପିକା ଧାରଣାରେ ବସି ସ୍ତ୍ରୀର ଅଧିକାର ଏବଂ ନିଜ ପୁଅକୁ ବାପାର ପରିଚୟ ଦାବି କରିଛନ୍ତି ।
କିନ୍ତୁ ତାଙ୍କ ଧାରଣାରେ ବସିବାକୁ ୪୭ ଦିନ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଦିନେଶଙ୍କର ଦେଖା ନାହିଁ । ଆଉ ଏହି ଘଟଣା ଦିନକୁ ଦିନ ନୂଆ ନୂଆ ମୋଡ଼ ନେଉଛି । ଦୀପିକା ଏହି ଧାରଣାକୁ ନେଇ ଗଣମାଧ୍ୟମ ଆଗରେ ସବୁବେଳେ ପ୍ରତିକ୍ରିୟା ରଖନ୍ତି କିନ୍ତୁ ଦିନେଶଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ । ଆଉ ଏବେ ଏହି ଘଟଣାକୁ ୪୭ ଦିନ ହୋଇଗଲାଣି । ଆଉ ଦୀପିକା କହିଛନ୍ତି ୪୭ ଦିନ ୪୭ ବର୍ଷ ଭଳି ଲାଗୁଛି ।
ଆଉ ଆଜି ତାଙ୍କର ଏକ ଶୁଣାଣି ଅଛି ହୁଏତ ତାଙ୍କୁ ସେଠାରେ ନ୍ୟାୟ ମିଳିପାରେ । ମହିଳା କମିଶନର ଏହି ଘଟଣାର ତଦନ୍ତ କରିବେ ଆଉ ଦୀପିକାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି । ଆଉ ଏହାକୁ ନେଇ ସେ ଗଣମାଧ୍ୟମରେ କହିଛନ୍ତି । ଏହାସହ ତାଙ୍କ ସହିତ ପ୍ରମିଳା ମାଉସୀ ଆଉ ଆଡଭୋକେଟ୍ ଦୀପକ ପଟ୍ଟନାୟକ ସାର୍ ଏବଂ ମନିସ ସାର୍ ଅଛନ୍ତି ଆଉ ତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି କି ସେ ଜାଣିନଥିଲେ କି ଦିନେଶ କେବେ ଏମିତି ତାଙ୍କ ସହିତ କରିବ ବୋଲି । 
ସେ ବହୁତ କଷ୍ଟରେ ଅଛନ୍ତି ଆଉ ସେ କୁକୁର ଠାରୁ ହୀନ ଜୀବନ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି । ବର୍ଷା ପବନରେ ମଶା ଗହଳିରେ ସେ ଦାଣ୍ଡ ଦୁଆରେ ବସିଛନ୍ତି । ଆଉ ଦିନେଶ ସବୁ ଜାଣିଛନ୍ତି ଆଉ ସବୁକିଛି ଦେଖୁଛନ୍ତି ତଥାପି କିଛି କହୁନାହାନ୍ତି କି ଦୀପିକାଙ୍କ ପାଖକୁ ଆସୁନାହାନ୍ତି । ଆଉ ଏବେ ଏହି ଘଟଣା କଣ ମୋଡ଼ ନେଇଛି ତାହାହିଁ ଦେଖିବାକୁ ଅପେକ୍ଷା ରହିଛି । ଆଜି କଣ ନ୍ୟାୟ ପାଇବେ ଦୀପିକା ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ଦେଖାଯାଉ ଆଜି ଏହି ଘଟଣା କେଉଁ ମୋଡ଼ ନେଉଛି ।