Movie prime

କାହିଁକି ପିଲା ମାନଙ୍କ ପ୍ରେମରେ ରାଜି ହୁଅନ୍ତିନି ବାପା ମା ଜାଣନ୍ତୁ ଏହାର କାରଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅଫତାବ ଅମିନ୍ ପୁନାୱାଲା ଙ୍କ ସମ୍ପର୍କ ରେ ତ ନିଶ୍ଚିତ ଭାବରେ ଜାଣିଥିବେ ଯିଏକି ନିଜ ପ୍ରେମିକା ଶ୍ରଦ୍ଧା ଙ୍କୁ ଆରି ରେ କାଟି ତାଙ୍କୁ ୩୫ ଖଣ୍ଡ କରି ପକାଇଥିଲେ।
ଏହାପରେ ତାକୁ ଧରା ନପଡ଼ିବା ଡରରେ ଫ୍ରୀଜ ରେ ରଖିବା ସହ ବିଭିନ୍ନ ସ୍ଥାନ ମାନଙ୍କରେ ମଧ୍ୟ ପକାଉଥିଲେ। ଏବଂ କୁକୁରକୁ ମଧ୍ୟ ଖାଇବାକୁ ଦେଇ ଦେଉଥିଲେ। ହେଲେ ତାହାକୁ କେବେ ହେଲେ ମଧ୍ୟ ପ୍ରେମ କୁହା ଯିବ ନାହିଁ।
ଏହାକୁ ନେଇ ଏକ ସମାଜସେବୀ ମତ ଦେଇଛନ୍ତି କି ଏହା ପ୍ରେମ ନୁହେଁ। କାରଣ ଆମ ସମାଜରେ ଅନେକ ପ୍ରେମ ସମ୍ପର୍କ ର ଉଦାହରଣ ଅଛି ତେଣୁ ସେ ସୀତା ରାମ ଙ୍କ ହେଉ କିମ୍ବା ରାଧା କୃଷ୍ଣ ଙ୍କ ହେଉ।
ଏବଂ ଆଜିର ସମାଜରେ ଯୁବ ପିଢୀ ମାନେ ପ୍ରେମ ମାତ୍ରେ ହିଁ ଲିଭ୍ ଇନ୍ ରେ ରହିବା ପାଇଁ ପଶନ୍ଦ କରିଛନ୍ତି। ମାତ୍ର ଏହାକୁ ଲିଗାଲି ଅନୁମୋଦନ କରାଯାଇ ନାହିଁ। ହେଲେ ଯେଉଁ ମାନେ ରହୁଛନ୍ତି,
ଯଦି ସେମାନଙ୍କର କୌଣସି ଶିଶୁ ଜନ୍ମ ହୁଏ ତେବେ ସଂପୂର୍ଣ୍ଣ ଭାବରେ ଅଧିକାର ପାଇବ ବୋଲି ରାୟ ଶୁଣା ଯାଇଛି। ହେଲେ ସେଟା ଆମର ଦାୟିତ୍ବ କି ଆମେ ଯାହା ସହ ମିଶୁଛେ ତାହା ଉପରେ ଆମେ ମାନେ କେତେଦୂର ଭରଷା ବିଶ୍ବାସ କରି ପାରିବା।
ସେ ଆମ ମାନଙ୍କ ପାଇଁ କେତେଦୂର ବିଶ୍ବାସ ଯୋଗ୍ୟ ଅଟନ୍ତି। ନିଜ ସୁରକ୍ଷା ଆମର ନିଜ ହାତରେ ହିଁ ଥାଏ । ଯାହାକୁ ଆମକୁ ଅନ୍ୟ ଜଣକ ସହ ମିଶିବା ପୂର୍ବ ରୁ ଚିନ୍ତା କରିବାକୁ ପଡ଼ିଥାଏ।
ତେବେ ଆମେ ମାନେ କିଏ ମିଛ କହୁଛି କି କିଏ ସତ କହୁଛି ତାହା ମଧ୍ୟ ପ୍ରାୟ ସମୟରେ ଜାଣି ପାରି ନଥାଉ। କାରଣ ଆମ ପାଖରେ ସେଭଳି କୌଣସି ଦିବ୍ୟଶକ୍ତି ମଧ୍ଯ ନାହିଁ।
ସେଥି ପାଇଁ ସର୍ବ ପ୍ରଥମେ ଆମକୁ ଆଗ ନିଜର ସୁରକ୍ଷା ବିଷୟରେ ହିଁ ଚିନ୍ତା କରିବାକୁ ପଡିବ। ଜାଣିବାକୁ ହେବ କି ଯାହାକୁ ଆମେ ଭଲ ପାଉଛେ ତାହା ସହ ଆମେ କେତେ ଦୂର ସୁରକ୍ଷିତ ଅଛେ।