Movie prime

ଆପଣଙ୍କ ପ୍ରିୟ ଓଡ଼ିଆ ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଓଡିଆ ସିନେମା ଦେଖୁଥିବେ। ହେଲେ କେବେ ଆପଣ ଓଡିଆ ସିନେମାର ହିରୋଇନ୍ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କ ରେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ସେହି ହିରୋଇନ୍ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ। ପ୍ରଥମେ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଯେକି କଟକ ରେ ଜନ୍ମଗ୍ରହଣ କରିଛନ୍ତି।
ସେ ଗ୍ରଜୁଏଟ ଅଟନ୍ତି ଏବଂ ଶୈଳବାଳା କଲେଜରେ ସେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସମାପନ କରିଛନ୍ତି। ରିୟା ଦେ ଯିଏକି ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଛନ୍ତି। ସେ ଫକୀର ମୋହନ କଲେଜ୍ ରେ ତାଙ୍କ କମର୍ସ ପାଠ ପଢା ଶେଷ କରିଛନ୍ତି। ଦିବ୍ୟାଦିସା ମହାନ୍ତି ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ ଗ୍ରାଜୁଏଟ୍ ଅଟନ୍ତି, ସେ ଭୁବନେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ। ଝିଲୀକ୍ ଭଟ୍ଟାଚାର୍ଯ୍ୟ ସେ ଇଂଲିଶ ଅନର୍ସ ରେ ମାଷ୍ଟର ଡ଼ିଗ୍ରୀ କରୁଛନ୍ତି।
ଏବଂ ସେ ଭାରତ ନାଟ୍ୟମ ମଧ୍ୟ ଶିଖିଛନ୍ତି। ତାଙ୍କ ଜନ୍ମ ମଧ୍ୟ ହେଉଛି ପଶ୍ଚିମବଙ୍ଗ ରେ। ପ୍ରିୟା ଚୌଧୁରୀ ତାଙ୍କର ଜନ୍ମ ମଧ୍ଯ ହେଉଛି ଭୁବନେଶ୍ୱରରେ। ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ତାଙ୍କ ଗ୍ରାଜୁଏସନ୍ ଶେଷ କରିଛନ୍ତି। ଭୂମିକା ଦାସ୍ ତାଙ୍କର ସ୍କୁଲ ଟାଇମ୍ ମଧ୍ୟ ହେଉଛି ଭୁବନେଶ୍ୱରରେ , ସେ ସେଠାରେ ଜନ୍ମଗ୍ରହଣ ମଧ୍ଯ କରିଥିଲେ। ଡିଏଭି ପବ୍ଲିକ ସ୍କୁଲ ୟୁନିଟ ୮ ରେ ନିଜର ହାଇ ସ୍କୁଲ ଶିକ୍ଷା ସମାପନ କରିଛନ୍ତି।
ଶୀତଲ ପାତ୍ର ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ବର। ତାଙ୍କର ମଧ୍ଯ ସ୍କୁଲ୍ ଟାଇମ୍ ଅତିବାହିତ ହୋଇଛି ଭୁବନେଶ୍ଵର ଡିଏଭି ସ୍କୁଲ ୟୁନିଟ ୮ ଭୁବନେଶ୍ବର ରେ। ତାଙ୍କ କଲେଜ୍ ସମ୍ପର୍କ ରେ କିଛି ସୂଚନା ମିଳି ନାହିଁ। ରଚନା ବାନାର୍ଜୀ ଯେକି ପଶ୍ଚିମବଙ୍ଗ ରେ ଜନ୍ମ ଗ୍ରହଣ କରିଥିଲେ। ଏବଂ ସେ ଗ୍ରାଜୁଏସନ୍ ଶେଷ କରିଛନ୍ତି। ଏଲିନା ସାମନ୍ତରାୟ ସେ ଜଣେ ଇଂଲିଶ ଅନର୍ସ ଛାତ୍ରୀ ଥିଲେ ସେ ରେଭେନ୍ସା କଲେଜରେ ନିଜ ଶିକ୍ଷା ସମାପନ କରିଛନ୍ତି।