Movie prime

ଏଥର ମୋବାଇଲ ଚାର୍ଜର ରେ ରୋଷେଇ ସମ୍ଭବ ଜାଣନ୍ତୁ କେମିତି କରିବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟ ସହ ସବୁ କିଛି ବଦଳିବାରେ ଲାଗିଛି। ଲୋକ ମାନେ ମଧ୍ୟ ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଗେଇବାକୁ ଲାଗିଲେଣି। ସେଥି ପାଇଁ ସେମାନେ ଦିନକୁ ଦିନ ନୂଆ ନୂଆ ଉଦ୍ଭାବନ ମଧ୍ୟ କରିବାରେ ଲାଗିଛନ୍ତି। ଆମେ ଏବେ ଆପଣଙ୍କୁ ସେଭଳି କିଛି ଦେଖାଇବାକୁ ଯାଉଛୁ।
ଏଭଳି ଏକ ନୂତନ ଚୂଲା ଆସିଛି ବଜାରକୁ ଯାହାକୁ ଦେଖିବା ମାତ୍ରେ ହିଁ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଭୁବନେଶ୍ଵରର ବିଜୟ କେତନ ବ୍ରହ୍ମା ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଭଳି ଏକ ଚୂଲା। ଯାହାକି ମୋବାଇଲ୍ ଚାର୍ଜର କନେକ୍ଟର ଦ୍ବାରା ଜଳି ପାରିବ। ଏବଂ ଏଥିରେ ଏକ କେଜି ଜାଳେଣି ରେ ୧୦ ଜଣ ଲୋକଙ୍କ ପାଇଁ ରୋଷେଇ ମଧ୍ୟ ହୋଇ ପାରିବ। 
ଏହି ଚୂଲା ଦ୍ବାରା ଆପଣ ମାନେ ବେଶ ଲାଭବାନ ମଧ୍ୟ ହୋଇ ପାରିବେ କାରଣ ଏହା ବ୍ୟୟବହୁଳ ନୁହେଁ। ସମସ୍ତଙ୍କ ସୁବିଧା ନିମନ୍ତେ ଏହି ଚୂଲା କୁ ପ୍ରସ୍ତୁତ କରା ଯାଇ ଅଛି। କିଛି ଜାଳେଣି ରେ ଏହି ଚୂଲା ଜାଳି ଥାଏ। ଏବଂ ମୋବାଇଲ ଚାର୍ଜର କନେକ୍ଟ କରିବା ମାତ୍ରେ ସେଥିରୁ ଧୁଆଁ ମଧ୍ୟ ବାହାରି ନଥାଏ। ଏହାର ମୂଲ୍ୟ ମାତ୍ର ୨୮୦୦ ଟଙ୍କା ରହିଛି। ଯାହାକି ଏକ ମଧ୍ୟବିତ୍ତ ଧରଣର ପାରିବାର ପାଇଁ ବେଶ ଭଲ ଅଟେ।
ଆପଣ ମାନେ ଏହି ଚୂଲା ମଧ୍ୟମ ରେ ଅନେକ ଜିନିଷ ମଧ୍ୟ ପ୍ରସ୍ତୁତ କରି ପାରିବେ। ଏହି ଚୂଲା କୁ ମଧ୍ଯ ଆବଶ୍ୟକ ସ୍ଥଳେ ଆପଣ ମାନେ ହାଇ ଲୋ ମଧ୍ୟ କରି ପାରିବେ। ଏହି ଚୂଲା ଖୁବ୍ କମ୍ ଇଲେକ୍ଟ୍ରି ଖର୍ଚ୍ଚ ହେବା ସହ ଏହି ଚୂଲା ଇନ୍ଭର୍ଟର ମଧ୍ୟ ଚାଲି ପାରିବ ନଚେତ୍ ବ୍ୟାଟେରୀ କିମ୍ୱା ସୋଲାର ପ୍ୟାନେଲ ଦ୍ବାରା ମଧ୍ଯ ଏହି ଚୂଲା କୁ ଜଳା ଯାଇ ପାରିବ। ତେବେ ଏହି ଚୂଲା ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମଧ୍ୟମରେ ଜଣାଇବେ।