Movie prime

ଗାଆଁ ଦାଣ୍ଡ ରେ ବାହା କରିଥିଲେ ପ୍ରମିଳା, ଏବେ ପୁଣି ଧାରଣା କୁ ଫେରିଲେ ଟିନା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ, ଆପଣ ମାନେ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ବର୍ତ୍ତମାନ ସେ ଘରେ ଘରେ ଅସହାୟ ଲୋକଙ୍କ ଆଶାର ଆଲୋକ ହୋଇପାରିଛନ୍ତି।
ଅନେକ ଝିଅ ବୋହୁ ମାନଙ୍କୁ ନ୍ୟାୟ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ଏହାକୁ ନେଇ ସେ ଅନେକ ଥର ବିବାଦ ଘେରାରେ ମଧ୍ୟ ଆସିଛନ୍ତି। କିନ୍ତୁ କିଛି ମଧ୍ୟ ଖାତିର ନ କରି ସେ ସମସ୍ତଙ୍କ ପାଇଁ ସଦା ସର୍ବଦା ଛିଡା ହୋଇ ଆସିଛନ୍ତି। 
ନିକଟରେ କିଛି ମାସ ତଳେ ତପସ୍ଵିନୀ ଏବଂ ଦୀପିକା ଙ୍କୁ ନ୍ୟାୟ ମିଳିବା ଦାବୀରେ ସେମାନଙ୍କ ସହିତ ଧାରଣାରେ ବସିଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ।
ତେବେ ବନ୍ଧୁଗଣ ଦେଖିବାକୁ ମିଳିଥିଲା ଗାଁ ଦାଣ୍ଡରେ ବାହା କରିଥିଲେ ପ୍ରମିଳା।ହତାରେ ହାତକୁ ଛନ୍ଦି ସିନ୍ଦୁର ପିନ୍ଧାଇ ବିବାହ କରିଥିଲେ ପୁଅ ଝିଅଙ୍କୁ। ହେଲେ ଏପଟେ ବାହାଘରକୁ ସପ୍ତାହଟେ ବି ବିତିନି ଟିନା ରାଣୀ ପୁଣି ବସିଛନ୍ତି ଧାରଣାରେ।
 ଆଉ ଏହାର କାରଣ ହେଉଛି ଯେ ତାଙ୍କ ସ୍ଵାମୀ ଫେରାର ହୋଇଯାଇଛି। ପ୍ରେମିକ ଘର ବାରଣ୍ଡାରେ ବସି ନିଜର ହକ ପାଇଥିଲା ପ୍ରେମିକା। 
ଆଉ ଭଦ୍ର ଲୋକଙ୍କୁ ନେଇ ପ୍ରମିଳା ତ୍ରୀପାଠୀ ବାହାଘର ବି କରିଥିଲେ। ଗଞ୍ଜାମ ଜିଲ୍ଲାରେ ପ୍ରେମ ପ୍ରତାରଣା ପୁଣି ନେଇଛି ନୂଆ ରୂପ। ଆଉ ଏଥର ପ୍ରେମିକା ପୁଣି ଫେରିଛି ନିଜର ଧାରଣାସ୍ଥଳୀକୁ।
ଗଞ୍ଜାମ ଭଞ୍ଜ ନଗର ନିକଟ ଗଲେରୀ ଗାଁର ଏ ଦୃଶ୍ୟ ଆଉ ଯେଉଁ ଠାରେ ଥିଲା ବାହାଘରର ଏଭଳି କିଛି ଦୃଶ୍ୟ। ତେବେ ଟିନା ରାଣୀ ବସି ରହିଥିଲେ ଧାରଣାରେ ନିଜ ପ୍ରେମିକ ଦୁଷ୍ମନ୍ତଙ୍କୁ ବାହା ହେବା ପାଇଁ। ଗୋଟିଏ ବାହାଘରରେ ଉଭୟଙ୍କ ଦେଖା ହୋଇଥିଲା ଆଉ ତା'ପରେ ପ୍ରେମ ବି ହେଲା। 
ହେଲେ ଟିନା ରାଣୀ ଜାଣିନଥିଲେ ଏହି ପ୍ରେମ ଦିନେ ଏମିତି ଭୟଙ୍କର ରୂପ ନେଇ ତାଙ୍କୁ ଦାଣ୍ଡରେ ବସାଇବ ଯେ ସେ କାହାକୁ ବି ମୁହଁ ଦେଖାଇ ପାରିବେ ନାହିଁ।
ହେଲେ ତଥାପି ବି ସେ ମନରେ ସାହସ ରଖି ଧାରଣାରେ ବସିରହିଥିଲେ। ଆଉ ଏହା ପରେ ପ୍ରମିଳା ତ୍ରୀପାଠୀଙ୍କ ହସ୍ତକ୍ଷେପ ପରେ ପୁଣି ବାହାଘର ବି ହୋଇଥିଲା।
ହେଲେ ଏବେ ଟିନା ମଥା ମୁକୁଟ ଓ ଲାଲା ଶାଢ଼ୀ ଓହ୍ଲାଇ ଦେଇ ପୁଣି ଧାରଣାରେ ବସିଥିଲେ। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.