Movie prime

ଆଇ ଲଭ ୟୁ ୨ କୁ ବନ୍ଦ କରି ଆଉଥରେ କାହିଁକି ଆରମ୍ଭ କରିବାକୁ କହିଲେ ପ୍ରଯୋଜକ ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରି ର ପ୍ରଯୋଜକ ସଞ୍ଜୟ ନାୟକ ଏଭଳି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ କିଛି ଦିନ ତଳେ ଆଇ ଲଭ୍ ୟୁ ୨ ନାମରେ ଏକ ଫିଲ୍ମ୍ ଆସିବାକୁ ଯାଉଥିଲା। ହେଲେ ସଞ୍ଜୟ ନାୟକ କହିଛନ୍ତି କି ସେ ଫିଲ୍ମ୍ ର ସୁଟିଂ କୁ ଏବେ ସେ ବନ୍ଦ କରି ଦେଇଛନ୍ତି। ସେହି ଫିଲ୍ମ୍ ରେ ମଧ୍ୟ ତାଙ୍କର ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ମାତ୍ର ସେ ଏବେ ସେହି ଫିଲ୍ମ୍ କୁ ପୁନର୍ବାର ନିର୍ମାଣ କରିବା ପାଇଁ ଯାଉଛନ୍ତି। ଏବଂ ସେ ଭିନ୍ନ ଏକ ଉପାୟରେ ଆଇ ଲଭ୍ ୟୁ ୨ ବନେଇବାକୁ ଯାଉଛନ୍ତି। ସେ ସେହି ଫିଲ୍ମ୍ ରେ ହିରୋ କିଏ ରହିବେ ଓ ହିରୋଇନ୍ କିଏ ରହିବେ
ଏହି ସମ୍ପର୍କରେ ସେ କୌଣସି ପ୍ରକାରର ପ୍ରତିକ୍ରିୟା ମଧ୍ଯ ଦେଇ ନାହାଁନ୍ତି। ସେ କହିଛନ୍ତି କି ଓଡିଆ ଫିଲ୍ମ ଏଭଳି ପ୍ରସ୍ତୁତ କରିବା ଉଚିତ ଯାହା ଦ୍ୱାରା କେବେ ହେଲେ ମଧ୍ୟ ଦର୍ଶକ ମାନଙ୍କୁ ବୋକା ବନେଇ ହେବ ନାହିଁ।
ଯଦି ସେ ବାଧ୍ୟ କରି କୌଣସି ଦର୍ଶକ ଙ୍କୁ ହଲ କୁ ଯିବା ପାଇଁ କହିବେ ତେବେ କୌଣସି ଲୋକ ହଲ କୁ ଆସିବେ ନାହିଁ। କେବଳ ତାଙ୍କ ମନ ପସନ୍ଦ ର ଫିଲ୍ମ ଆଉ ମନ ପସନ୍ଦ ର କାହାଣୀ ହେଲେ ହିଁ ସେମାନେ ହଲ୍ କୁ ଆସିବେ।
ଯେଭଳି କି ସେ ଦମନ୍ ର ଉଦାହରଣ ଦେଉଛନ୍ତି। କାରଣ ଦମନ ତାଙ୍କ ହୃଦୟ କୁ ଛୁଇଁ ଥିଲା ସେଥିପାଇଁ ସେମାନେ ହଲ କୁ ସିନେମା ଦେଖିବା ପାଇଁ ଆସିଥିଲେ।
ତେବେ ଏବେ ଦେଖିବା ବାକି ରହିଲା କି ଏହି ଆଇ ଲଭ୍ ୟୁ ୨ ର ସୁଟିଂ କେବେ ଠାରୁ ଆରମ୍ଭ ହେବା ପାଇଁ ଯାଉଛି। ଏବଂ ଏହି ଫିଲ୍ମ୍ ରେ ମୁଖ୍ୟ ଭୂମିକାରେ କେଉଁ ହିରୋ ଓ ହିରୋଇନ୍ ନଜର ଆସୁଛନ୍ତି।
ଆଶା ଅଛି କି ଏହା ବକ୍ସ ଅଫିସରେ ଧମାଲ କରିବ। ତେବେ ଦେଖାଯାଉ ଏହି ଫିଲ୍ମ୍ କୁ ଦର୍ଶକ ମାନେ କେତେ ମାତ୍ରାରେ ପଶନ୍ଦ କରୁଛନ୍ତି।