Movie prime

ଛେଳିକୁ ଆରେଷ୍ଟ କରି ଚର୍ଚ୍ଚାରେ ବନ ବିଭାଗ ଦେଖନ୍ତୁ କେମିତି ବାଘ ଛାଡି ଛେଳି ପଛରେ ଗୋଡାଉଛନ୍ତି ବାବୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ବନ ବିଭାଗ ର ଖୁବ ଅସଚେତନତା ଦେଖିବାକୁ ମିଳୁଛି। କାରଣ ପ୍ରାୟ ବନ୍ୟ ପ୍ରାଣୀ ମାନେ ଏବେ ଅବହେଳିତ ହେବାରେ ଲାଗିଛନ୍ତି ଯାହାକି ଏବେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଜଙ୍ଗଲ ରୁ କାଠ ଚୋରି ମଧ୍ୟ ହୋଇ ଯାଉଥିବା ବେଳେ ସେଥି ପ୍ରତି କିଛି କର୍ଯ୍ୟନ୍ତୁଷ୍ଠାନ ଗ୍ରହଣ ନକରି ଛେଳି ଗଛ ଖାଇ ଦେଲା ବୋଲି ପ୍ରତିକ୍ରିୟା ରଖୁଛନ୍ତି।
ଏବଂ ଏଥି ପାଇଁ ଏକ ଛେଳି କୁ ମଧ୍ୟ ବାନ୍ଧିକି ରଖିଛନ୍ତି। ଛେଳି ଗଛ ଖାଉଥିବା ସମୟରେ ବନବିଭାଗ କର୍ମଚାରି ମାନେ ସେହି ଛେଳି ଟିକୁ ଧରି ଆଣିଥିଲେ ଏବଂ ଏବେ ସେହି ଛେଳି ଟିକୁ ତିନି ଦିନ ହେବ ବାନ୍ଧି ମଧ୍ୟ ରଖିଛନ୍ତି। ଛେଳି ମାଲିକ ଙ୍କ ଅଭିଯୋଗ ହେଉଛି କି ଛେଳି ଟି କିଛି ଗଛ ଖାଇବା ରୁ ଛେଳି କୁ ଜୋର୍ ଜବରଦସ୍ତ ନେଇ ଯାଇଛନ୍ତି ବନ କର୍ମଚାରୀ ମାନେ। ଛେଳି ଟିକୁ ଛାଡ଼ି ବାକୁ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେ ଛେଳି ଟିକୁ ଛାଡ଼ି ନଥିଲେ।
ତିନି ଦିନ ହେଲାଣି ଛେଳି ଟିକୁ ଖଲିକୋଟ ବନାଞ୍ଚଳ ଅଧିକାରୀ କାର୍ଯ୍ୟଳୟ ପରିସରରେ ଥିବା ପୋଷ୍ଟ ମଟର୍ମ ରୁମ୍ ରେ ରଖା ଯାଇ ଅଛି। ଏହି ସମ୍ପର୍କ ରେ ଖଲିକୋଟ ରେଞ୍ଜର ମଧ୍ଯ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ଖଲିକୋଟ ରେ କିଛି ଦିନ ହେବ ମାତିଛନ୍ତି କାଠ ମାଫିଆ। ଦିନ ଦୁଇପ୍ରହରରେ କାଟି ନେଉଛନ୍ତି ଶାଗୁଆନ କାଠ ହେଲେ ସେମାନଙ୍କୁ ଧରିବାରେ ସକ୍ଷମ ହେଉନି ବନ ବିଭାଗ।
ସେପଟେ ଶିକାରୀ ବି ମାତି ଛନ୍ତି ବିଭିନ୍ନ ପଶୁ ପକ୍ଷୀ ମାନଙ୍କ ଶିକାର କରିବା ପାଇଁ। ହେଲେ ବନ ବିଭାଗ ର ସେ ସବୁ ପ୍ରତି ଦୃଷ୍ଟି ନାହିଁ। ସାମାନ୍ୟ ଛେଳି ଗଛ ଖାଇଲା ବୋଲି ତାକୁ ବାନ୍ଧି ନେଇ ଚାଲି ଯାଉଛନ୍ତି। ତେବେ ବନ ବିଭାଗ ର ଏଭଳି ବ୍ୟବହାର ନିଶ୍ଚିତ ଭାବରେ ଅବହେଳିତ ଅଟେ। ଏବଂ ସରକାର ଙ୍କ ଏଥି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ।