Movie prime

୧୦୮ ଜରୁରୀ କାଳୀନ ସେବାକୁ ଆସୁଛି ଫ୍ରଡ କଲ ଦେଖନ୍ତୁ ଲୋକମାନେ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଖବର ବିଷୟରେ ଜାଣି ପାରିବେ ।
ସୋସିଆଲ ମିଡିଆରେ ଏବେ ଏମିତି କିଛି ଖବର ଭାଇରାଲ ହେଉଛି ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ ।ଏହାସହ ଆପଣଙ୍କୁ ରାଗ ମଧ୍ୟ ଆସିବ ।
ଏହିସବୁ ଘଟଣା ଆଜିକା ଦୁନିଆରେ ବହୁତ ମାତ୍ରାରେ ଘଟି ଚାଲିଛି । ଏହିସବୁ ଖବରକୁ ନେଇ ଏବେ ଏକ କଥା ସାମ୍ନାକୁ ଆସିଛି । ଦୁନିଆରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କି ମାଗଣାରେ ମିଳୁଥିବା ସେବାକୁ ନେଇ ଉପହାସ କରୁଛନ୍ତି । 
ଆପଣମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ନଜର ପକାନ୍ତୁ । ଆପଣମାନେ ତ ଜାଣିଥିବେ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ହେଲ୍ପ ଲାଇନ ନମ୍ବର ୧୦୪, ଏବଂ ୧୦୮ ଖୋଲାଯାଇଛି।
ଗୁରୁତର ରୋଗୀଙ୍କୁ କେମିତି ହସ୍ପିଟାଲ ପଠାଯିବ ବା ଅନ୍ୟାନ୍ୟ ଶାରିରୀକ ସମସ୍ୟା ଥିଲେ ତୁରନ୍ତ କିପରି ଆମ୍ବୁଲାନ୍ସ ସେବା ମିଳିବ ଏହି ନମ୍ବରରୁ ସୂଚନା ମିଳିଥାଏ । କିନ୍ତୁ ଆଜିକା ସମାଜରେ କିଛି ବଦମାସ୍ ଅଛନ୍ତି ଯେଉଁମାନେ ଏହି ନମ୍ବରରେ କଲ୍ କରି ଟାଇମ୍ ପାସ୍ କରୁଛନ୍ତି ।
କଲ୍ ସେଣ୍ଟରରେ ବସିଥିବା ମହିଳାମାନଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ଅ-ଶ୍ଳୀ-ଳ ଭାଷା କହୁଛନ୍ତି । ଏମିତି ଅନେକ ବଦମାସ୍ ଲୋକ ଏଭଳି କଲ୍ କରି ହଇରାଣ କରିଛନ୍ତି ।
ସରକାର ଜାରି କରିଥିବା ଏହି ହେଲ୍ପ ଲାଇନ୍ ନମ୍ବରକୁ କଲ୍ କରି ଅନେକ ବେକାର ଲୋକ ଅନେକ ବଦମାସ୍ କରିବା ସହ ଖରାପ ଭାଷାରେ କଥା ହେଉଛନ୍ତି । ଲୋକ ଯେତେବେଳେ ଅସୁବିଧାରେ ପଡିଥାନ୍ତି ଅର୍ଥାତ୍ ଦେହ ଖରାପ ହୋଇଥାଏ ।
ସେମାନେ ୧୦୪ ଏବଂ ୧୦୮ କୁ କଲ୍ କରିଥାନ୍ତି କିନ୍ତୁ ଏହିଭଳି ବଦମାସ୍ ଲୋକ ଏହି ହେଲ୍ପ ଲାଇନ୍ ନମ୍ବରକୁ କଲ୍ କରି ଫାଲତୁ କଥା ହୋଇଥାନ୍ତି ।
ଆଉ ଯେଉଁ ବ୍ୟକ୍ତି ଏହାର ସେବା ପାଇବାକୁ ଚାହୁଁଛନ୍ତି ସେ ଠିକ୍ ସମୟରେ ପାଇ ପାରୁନାହାଁନ୍ତି । ସରକାରୀ ଜାରି କରିଥିବା ଏହି ହେଲ୍ପ ଲାଇନ ନମ୍ବର ୧୦୪ ଏବଂ ୧୦୮ କୁ ୫ ଲକ୍ଷ ମିଛ କଲ୍ ଏହି ଚଳିତ ବର୍ଷ ଆସିଛି ବୋଲି ଜଣାପଡିଛି । ଏହା ହେଉଛି ଜାନୁଆରୀ ମାସରୁ ଅକ୍ଟୋବର ମାସ ଭିତରେ । ଏଭଳି ଅନେକ ଲୋକ ଅନେକ ପ୍ରକାରର କଥା କହୁଛନ୍ତି । ଯେଉଁଥିପାଇଁ ଏହି କର୍ମଚାରୀମାନେ ହଇରାଣ ହୋଇଗଲେଣି । ବଦମାସମାନଙ୍କ କଲ୍ ଯୋଗୁଁ ପ୍ରକୃତ ରୋଗୀ ଜରୁରୀ କାଳୀନ ସେବା ପାଇ ପାରୁନାହାଁନ୍ତି । ସତରେ ଏହା ବହୁତ ଅବିବେକୀ କାମ ଅଟେ ।