Movie prime

ନାହିଁ ଗୋଟେ ହାତ ହେଲେ ଆଜିବି ଅଛି ଦୃଢ଼ ମନୋବଳ ଦେଖନ୍ତୁ ଗୋଟିଏ ହାତରେ କେମିତି ରୋଜୋଗାର କରୁଛନ୍ତି ଲକ୍ଷ ଲକ୍ଷ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ହାତ କଟିଗଲା ପରେ ବାଇଗଣ ଚାଷ କରି ଦୁର୍ଗାପ୍ରସାଦ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ନଟବରପୁର ଶାସନ ହେଉଛି ଦୁର୍ଗାପ୍ରସାଦଙ୍କ ଘର। ତେବେ ଦୁର୍ଗାପ୍ରସାଦ ସିନା ବ୍ରହ୍ମାଣ କୁଳରେ ଜନ୍ମ ହୋଇଛନ୍ତି କିନ୍ତୁ ଚାଷକୁ ଆପଣ ନେଇଛନ୍ତି ଦୁର୍ଗାପ୍ରସାଦ।
ଦୁର୍ଭାଗ୍ୟ ବଶତଃ ଏକ ଦୁ-ର୍ଘ-ଟ-ଣାରେ ଦୁର୍ଗାପ୍ରସାଦଙ୍କ ଗୋଟେ ହାତ କାନ୍ଧ ଠାରୁ ଅଲଗା ହୋଇଯାଇଥିଲା।ଆଉ ସେହି ଦିନଠାରୁ ଦିବ୍ୟାଙ୍ଗ ହୋଇ ରହିଛନ୍ତି। କିନ୍ତୁ ତଥାପି ଦୁର୍ଗାପ୍ରସାଦଙ୍କ ସାହସ ଭାଙ୍ଗି ନଥିଲା।
ଦୁର୍ଗାପ୍ରସାଦ ନିଜର ପିତୃପୁରୁଷରୁ ରହି ଆସୁଥିବା ଏକର ଏକର ଜମିରେ ନିଜେ ଏବଂ କିଛି ଲେବର ଲଗେଇ ପାୱାରଟେଲର ସାହଯ୍ୟରେ ଚାଷ କରି ଫଳେଇ ପାରିଛନ୍ତି ସୁନାର ଫସଲ।
ଆଉ ଏହା ସହ ଗାଁ'ର ଲୋକ ମାନେ ବି ଦାଦନ ଖଟିବାକୁ ବାହରକୁ ନଯାଇ ନିଜ ଗାଁ'ରେ ରୋଜଗାରକ୍ଷମ ହୋଇପାରିଛନ୍ତି। 
ତେବେ କେମିକାଲ ଯୁକ୍ତ ସାର ପରିବର୍ତ୍ତେ ଅର୍ଗାନିକ ସାର, ଜୀବ ମୃ-ତ, ୱେଷ୍ଟଏଣ୍ଡି କମ୍ପଯ ଏହିସବୁକୁ ମିଶାଇ ସାରା ପ୍ରସ୍ତୁତ କରି କଲରା, କାକୁଡି, ଭେଣ୍ଡି, ବାଇଗଣ, ଜହ୍ନି, ମକା ଭଳି ବିଭିନ୍ନ ପରିବା ଉତ୍ପାଦନ କରିପାରୁଛନ୍ତି ଦୁର୍ଗାପ୍ରସାଦ।
ତେବେ ଦୁର୍ଗାପ୍ରସାଦଙ୍କର ଗୋଟିଏ ହତା ନଥିଲ ମଧ୍ୟ ସେ ଅନ୍ୟ ଏକ ହାତରେ ପାୱାରଟେଲର ଠେଲି ଏଭଳି ଚାଷ କରିପାରୁଛନ୍ତି। ଆଉ ତା ସହିତ ନିଜେ ସ୍କୁଟି ଚଳେଇବା ସହ କ୍ଷେତରେ ଔଷଧ ମଧ୍ୟ ପକଉଛନ୍ତି ଦୁର୍ଗାପ୍ରସାଦ। 
ତେବେ ଉଦ୍ୟାନ ବିଭାଗ ପକ୍ଷରୁ ବୁନ୍ଧା ଜଳସେଚନର ବ୍ୟବସ୍ଥା କରାଯିବା ସହିତ ଦୁର୍ଗାପ୍ରସାଦ ଦିବ୍ୟାଙ୍ଗ ହେତୁ ଏକ ସୋଲାର ଡ୍ରାୟର ମଧ୍ୟ ଦିଆଯାଇଛି।
ଯାହା ଦ୍ବାରା ବଡି,ପାମ୍ପଡ,ଆମ୍ବସରା, ଆମ୍ବୁଲ ପ୍ରଭୃତି ଶ୍ଲୁକ ଜିନିଷ ତିଆରି କରି ଲାଭବାନ ହେବା ସହିତ ନିଜ ପରିବାରକୁ ମଧ୍ୟ ଚଳାଉଛନ୍ତି ଦୁର୍ଗାପ୍ରସାଦ। ଯାହାକି ଅନ୍ୟ ଲୋକ ମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.