Movie prime

ଘରେ ରଖେଇ ଦେଉନାହାନ୍ତି ପୁଅ ବୋହୁ ଗୁହାଳରେ ବିତୁଛି ଜୀବନ

 
VIRAl News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମାଜରେ ଏଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକୁ କି ବିଶ୍ବାସ କରିବା ମଧ୍ଯ କଷ୍ଟକର ହୋଇ ପଡ଼ୁଛି।

ଆପଣ ମାନେ ଜାଣିଥିବେ କି ବାପା ଓ ମାଆ ପିଲା ଜନ୍ମ କରିଥାଆନ୍ତି କାରଣ ସେମାନେ ଯେପରି ବୃଦ୍ଧ ଜୀବନରେ ସାହାଯ୍ୟ ପାଇ ପାରିବେ।

ଯେତେବେଳ ପିଲାଟି ଭଗବାନ ଙ୍କୁ ଦେଖି ନଥାଏ ସେତେବେଳେ ସେ ତା ନିଜ ବାପା ମାଆ ଙ୍କୁ ହିଁ ଭଗବାନ ବୋଲି ମନେ କରିଥାଏ।

ହେଲେ ଯାଜପୁର ବୋରି ରୁ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା ମାଆ କି ତାଙ୍କର ଚାରି ପୁଅ ଓ ଚାରି ବୋହୁ ଅଛନ୍ତି। ହେଲେ ତିନି ପୁଅ ବୋହୂ ବାପା ମାଆଙ୍କୁ ମାଡ଼ ମାରିବା ସହିତ ଗୁହାଳ ଘରେ ରହିବା ପାଇଁ ବାଧ୍ୟ ମଧ୍ଯ କରିଛନ୍ତି।
ଏବଂ ଆଜି ପର୍ଯ୍ୟନ୍ତ ସେମାନେ ଗୁହାଳ ଘରେ ମଧ୍ୟ ରହୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଅ ମାନେ ମଧ୍ୟ ବୋହୂ କଥାରେ ପଡ଼ି ବାପା ମାଆଙ୍କୁ ଅଲଗା କରି ଦେଇଛନ୍ତି।
ଏବେ ବାପା ମାଆ ଦୁଇଜଣ ମହିଳା କମିଶନର କୁ ଅଭିଯୋଗ କରିବା ପାଇଁ ଆସିଛନ୍ତି। ମାଆ ଜଣକ ଅଭିଯୋଗ କରିଛନ୍ତି କି ତାଙ୍କୁ ରାତି ୧୨ ଟାରେ ଘରୁ ସମସ୍ତ ଜିନିଷ ପତ୍ର ବାହାର କରି ଘରୁ ବାହାର କରି ଦେଇଥିଲେ।
ବଡ଼ ପୁଅ ବୋହୂ ସେମାନଙ୍କୁ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ ତିନି ପୁଅ ବୋହୂ ସେମାନଙ୍କୁ ରଖିବାକୁ ଚାହୁଁ ନାହାଁନ୍ତି। ଖାଇବାକୁ ମଧ୍ୟ ଦେଉ ନାହାଁନ୍ତି ସେମାନେ ବୃଦ୍ଧ ବାପା ମାଆ ଦୁଇ ଜଣକୁ।
ସେମାନଙ୍କ ଜମି ବାଡି କିଛି ନଥିବା ବେଳେ ସମସ୍ତ ଜମିବାଡ଼ି ସେମାନେ ତାଙ୍କ ପୁଅ କୁ ଦେଇଦେଇ ଛନ୍ତି। ବାପା ମାଆ ନିଜ ପେଟ କାଟି ଛୁଆ ମାନଙ୍କୁ ଖାଇବାକୁ ଦେଉଥିବା ବେଳେ ହେଲେ ଆଜି ସେହି ପିଲା ମାନେ ନିଜ ମାଆ ବାପା ଙ୍କ କଥା ଚିନ୍ତା କରୁ ନାହାଁନ୍ତି।
ଅଧା ରାସ୍ତାରେ ତାଙ୍କ ସାଥ ମଧ୍ଯ ସେ ଛାଡ଼ି ଦେଇ ଚାଲି ଯାଇଛନ୍ତି। ତାଙ୍କୁ ମଧ୍ୟ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।