Movie prime

ସତର୍କ ରୁହ ଏହି ସବୁ ଜିଲ୍ଲା ୫ ଦିନ ଯାଇଁ ପ୍ରବଳ ବର୍ଷା ପାଣିପାଗ ବିଭାଗ ଦେଲା ସତର୍କ ସୂଚନା ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କଣ ଅଛି

 
Weather

ରାଜ୍ୟରେ ଚାରିଆଡେ ପ୍ରବଳ ବର୍ଷା ହେଉଥିବାରୁ ଲୋକମାନଙ୍କର ଘୋର ସମସ୍ୟା ଦେଖାଯାଉଛି । ସ୍କୁଲ କଲେଜ ଯିବାରେ ପିଲାମାନଙ୍କର ଅସୁବିଧା ହେଉଛି ।

ରାସ୍ତାଘାଟରେ ପାଣି ଜମି ରହୁଥିବାରୁ ଯାହା ଫଳରେ ଗାଡ଼ି ମଟର ଯିବା ଆସିବା ରେ ମଧ୍ୟ ସମସ୍ୟା ଦେଖାଯାଉଛି । ଗରିବ ଶ୍ରେଣୀର ଲୋକମାନଙ୍କର ଘରେ ରହିବାକୁ ଅସୁବିଧା ହଉଛି,ଘରେ ପାଣି ପସି ଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପାଞ୍ଚଦିନ ଯାଏଁ ଭୀଷଣ ବର୍ଷା ସମ୍ଭାବନା ଏବେ ଉତ୍ତର ଓଡିଶା ମୁଁହା ଲଘୁଚାପ,ଉତ୍ତର ଓଡିଶା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରୀୟ ରହିଛି ।
ଆସନ୍ତା ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଯାଜପୁର , କେନ୍ଦୁଝର, ମୟୂରଭଞ୍ଜ,ବରଗଡ଼, ସମ୍ବଲପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
 ଏହି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି ରହିଛି । ଏ ସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ। ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ବହୁତ ଆଶଙ୍କା ରହିଛି । ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ। ସେହିପରି ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଏସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭବନା ରହିଛି। ୧୭ ଓ ୧୮ରେ କମିପାରେ ବର୍ଷାର ପରିମାଣ ।
ଭଦ୍ରକ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି, ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ତଳିଅ ଅଞ୍ଚଳର ଚାଷ ଜମିରେ ପାଣି ଜମିଚି ଅସାନ୍ତ ହୋଇଉଠୁଚି ଉଦୟପୁର ଓ ତାଳସାରୀ ସମୁଦ୍ରରକୂଳ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତବତୀ ଭୋଗରାଇ ବ୍ଲକରେ ଥିବା ଏହି ଦୁଇ ବେଳାଭୂମିରେ ଉଚ୍ଚ ଜୁଆର ଉଠୁଥିବାର ଦେଖିବାକୁମିଳୁଛି ।
ସାଠା ପଞ୍ଚାୟତର ବୁଦ୍ଧିଆମାରି ଏବଂ ଖଡ୍ଖଡ଼ି ଗାଁ ଭିତରକୁ ସମୁଦ୍ର ଜୁଆର ପାଣି ପସି ଆସିଥିବାରୁ ଭୟଭୀତ ହୋଇପଡିଛନ୍ତି ଗାଁ ଲୋକେ ଏକର ଏକର ଚାଷ ଜମିରେ ମାଡ଼ିଆସିଛି ଜୁଆରପାଣି ରାଜ୍ୟରେ ଜୁନ୍ ୧ ରୁ ଏଯାଏଁ ୩୪୦.୮ ମିଲିମିଟର ବର୍ଷା ଏହି ସମୟରେ ୩୪୫.୫ ମିଲିମିଟର ବର୍ଷା ହେବା କଥା ନିଅଣ୍ଟିଆ ବର୍ଷା ଏକ ପ୍ରତିଶତ ରହିଛି ।
ଏଯାଏଁ ଛଅଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହେଇଛି। ସେହିପରି ୭ଟି ଜିଲ୍ଲାରେ ନିଅଣ୍ଟିଆ ଓ ବାକି ୧୭ ଜିଲ୍ଲାରେ ସ୍ଵାଭାବିକ ଭାବରେ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି ।