Movie prime

ପୁଣି ଓଡ଼ିଶାକୁ ବର୍ଷା ବିପଦ ଏହି ସବୁ ଜିଲ୍ଲାକୁ ମିଳିଲା ସଂକେତ ଜାଣନ୍ତୁ ସତର୍କ ରହିବେ କେଉଁ କେଉଁ ଜିଲ୍ଲା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ପୁଣି ମାଡି ଆସୁଛି ଲଘୁଚାପ। ଅକ୍ଟୋବର ରେ ୨ ଟି ଲଘୁଚାପ ଆସିବାର ସମ୍ଭାବନା ରହିଛି। ଏଥର ଫିକା ପଡ଼ିବ ଦଶହରା ପୂଜା। କାରଣ ଅକ୍ଟୋବର ରେ ପଛକୁ ପଛ ୨ ଟି ଲଘୁଚାପର ପୂର୍ବାନୁମାନ କରାଯାଇଛି। ଅକ୍ଟୋବର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ୨ଟି ଲଘୁଚାପ ରହିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୫ ତାରିଖରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ। 
ଉତ୍ତର ବଙ୍ଗୋପସାଗର ଉପରେ ରହିବ ଏହାର ପ୍ରଭାବ ଏଥିପାଇଁ ଅକ୍ଟୋବର ୧ ରୁ ୪ ତାରିଖ ମଧ୍ୟରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।ଅକ୍ଟୋବର ୯ ରୁ ୧୬ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବ ଅଧିକରହିବ। ମୌସୁମୀ ପରବର୍ତ୍ତୀ ଏହି ଲଘୁଚାପ ରେ ରାଜ୍ୟରେ ଅଧିକ ବର୍ଷା ହେଇ ପାରେ। 
ପୁଣି ସେପଟେ ଆଜି ବଙ୍ଗୋପସାଗର ରେ ସୃଷ୍ଟି ହେଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ କାଲି ପାଇଁ ୯ଟି ଏବଂ ୧୯ ତାରିଖ ରେ ୧୭ଟି ଜିଲ୍ଲାକୁ ସତର୍କ ପାଇଁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ବଙ୍ଗୋପସାଗର ୨୦ ତାରିଖ ରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ। 
ପ୍ରବଳ ରୁ ଅତିପ୍ରବଳ ବର୍ଷା ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୧ ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଦର୍ଶକ ବନ୍ଧୁ ବର୍ତ୍ତମାନ ଆପଣ ମାନେ ତ ଜାଣିଥିବେ ୨ଟି ଲଘୁଚାପର କ୍ଷେତ୍ରର ଏବଂ ଘୂର୍ଣ୍ଣିବଳୟ ଆସୁଛି। ଏହାର ପ୍ରଭବରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର କେଉଁଠି ନା କେଉଁଠି ବର୍ଷା ହେବାର ସମ୍ଭାବନା ରହିଛି।