Movie prime

ବନ୍ଧା ହେବେ ହ୍ୟୁମାନ ସାଗର , ନିଜ ସ୍ତ୍ରୀ କୁ ପ୍ରତି ଦିନ ନିଶା ରେ ପିଟୁଥିବା ସ୍ତ୍ରୀ କଲେ ଥାନା ରେ ଅଭିଯୋଗ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି ଯାହାକି ହେଉଛି ହ୍ୟୁମାନ ସାଗର ଙ୍କୁ ଏବେ ବାନ୍ଧିବ ପୋଲିସ।
ପ୍ରଥମେ ତାଙ୍କୁ ବୁଝାଇବେ ଯଦି ହ୍ୟୁମାନ ସାଗର ନ ବୁଝନ୍ତି ତେବେ ସେ ଥାନାକୁ ଯିବେ। ସ୍ତ୍ରୀ ଙ୍କ ଅଭିଯୋଗ ପରେ ଏବେ ଥାନା କୁ ଯିବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଏହା ଶୁଣିବାକୁ ମିଳିଛି କି ମହିଳା ଥାନା ପ୍ରଥମେ ଉଭୟଙ୍କୁ ଡ଼ାକି ବୁଝାଇବ।
ଯଦି ହ୍ୟୁମାନ ଙ୍କୁ ସ୍ତ୍ରୀ ମାମଲା ପ୍ରତ୍ୟାହାର କରିବାକୁ ନ ଚାହାନ୍ତି ତେବେ ହ୍ୟୁମାନ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଟକ ମହିଳା ଥାନା। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି।
ଗତ କାଲି ହ୍ୟୁମାନ ଙ୍କ ସ୍ତ୍ରୀ ଏନେଇ ଅଭିଯୋଗ ମଧ୍ଯ କରିଥିଲେ। ଏହାପରେ ତାହା ମହିଳା ଥାନା କୁ ସ୍ଥାନାନ୍ତର ହୋଇଥିଲା। ଏବେ କଟକ ମହିଳା ଥାନାରେ ସେହି ଘଟଣାର ତଦନ୍ତ ମଧ୍ୟ ଚାଲି ଥିବାର ଜଣା ପଡ଼ିଛି।
ପ୍ରଥମେ ଉଭୟ ପକ୍ଷ ଙ୍କୁ ଡକା ଯାଇ ଆପଶିକ ବୁଝାବଣା କରାଯିବ ବୋଲି ଜଣା ପଡ଼ିଛି। ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଶାରେ କଣ୍ଟ୍ରୋଭର୍ଶିଆଲ ଗାୟକ ହେଉଛନ୍ତି ହ୍ୟୁମାନ ସାଗର।
କାରଣ ଜଗା ଙ୍କ ଭଜନ ଗାଇବା ପାଇଁ ଅନେକ ବିବାଦ ଲାଗି ରହିଥିଲା ଆଉ ଏବେ ନିଜ ସ୍ତ୍ରୀ ଙ୍କ ଅଭିଯୋଗ ରେ ସେ ଛନ୍ଦି ହୋଇ ଯାଇଛନ୍ତି।
ଯାହାଙ୍କ ସଙ୍ଗୀତ ଏତେ ମଧୁର ତାଙ୍କର ବ୍ୟକ୍ତିଗତ ଜୀବନ କେତେ ସଙ୍ଗୀନ ସେକଥା ଏବେ ସାମ୍ନାକୁ ଆଣିଛନ୍ତି ହ୍ୟୁମାନ ସାଗର ଙ୍କ ପତ୍ନୀ ଶ୍ରୀୟା।
ପତ୍ନୀ ଶ୍ରୀୟା ଙ୍କ ଅଭିଯୋଗ କ୍ରମେ ହ୍ୟୁମାନ ସାଗର ଘରକୁ ମଦ ପିଇ ଆସି ତାଙ୍କ ସ୍ତ୍ରୀ ଙ୍କୁ ମାଡ଼ ମାରୁଥିଲେ। ଯେତେ ମନାକଲେ ମଧ୍ୟ ଶୁଣୁ ନଥିଲେ ହ୍ୟୁମାନ ସାଗର।
ତାଙ୍କ ସ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ତାଙ୍କର ଓ ହ୍ୟୁମାନ ସାଗର ଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗୁଥିଲା।ବାରମ୍ବାର ତାକୁ ବୁଝାଇବା ପରେ ମଧ୍ଯ ତାଙ୍କ ସ୍ଥିତି ସୁଧୁରି ନଥିଲା।
ଏଥିପାଇଁ ତାଙ୍କ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ସେଥିପାଇଁ ତାଙ୍କ ସ୍ତ୍ରୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି।