Movie prime

ଝିଅକୁ ସ୍କୁଲ ନେବାବେଳେ ଘରେ ଫୁଟିଲା ଗୁ-ଳି ଦେଖନ୍ତୁ କେମିତି ଘଟିଲା ଭୟଙ୍କର କାଣ୍ଡ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଲିଯାତ୍ରା ସରୁ ସରୁ ରୌପ୍ୟ ନଗରୀରେ ଫୁଟିଛି ଗୁଳି। କଟକ ସୂତହାଟ ର ରବି ନାମକ ବ୍ୟକ୍ତି ଙ୍କ ଘରୁ ଗତ କାଲି ସକାଳ ସାତ ଘଟିକା ସମୟରେ ଦୁର୍ବୃତ ମାନେ ଗୁଳି ମାଡ଼ କରିଛନ୍ତି।
ଗୁଳି ମାଡ଼ରେ ରହି ଙ୍କର ରୋଷେଇ ଘରର ଝରକା ର କାଚ ଭାଙ୍ଗି ଯାଇଛି। ଆସ୍ଵସ୍ଥି ର କଥା ଏହାକି ଏହି ଗୁଳି ମାଡ଼ ଯୋଗୁଁ କାହାର କୌଣସି କ୍ଷତି ହୋଇ ନାହିଁ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି। ଏବଂ ବ୍ୟକ୍ତି ଜଣକ ଏହା କହିଛନ୍ତି କି ପୂର୍ବରୁ ତାଙ୍କର କାହା ସହ ମଧ୍ୟ କୌଣସି ପ୍ରକାରର ଶତ୍ରୁତା ନଥିଲା। ବ୍ୟକ୍ତି ଜଣକ କହିଛନ୍ତି କି ସେ ତାଙ୍କ ଝିଅ କୁ ସ୍କୁଲ ନେଇ ଯିବା ସମୟରେ ଏଭଳି ଘଟଣା ଘଟିଛି।
ଏହାପରେ ବ୍ୟକ୍ତି ଜଣକ ଏହି ଘଟଣା ସଂପର୍କ ରେ ଥାନାରେ ଅଭିଯୋଗ ମଧ୍ଯ କରିଥିଲେ। ଏବଂ ଏହି ଘଟଣା ପାଇଁ ତାଙ୍କର କାହା ଉପରେ ସନ୍ଦେହ ନାହିଁ ବୋଲି କହିଥିଲେ।
ଅବ୍ୟପଟେ ଯେଉଁ ଗୁଳି ତାଙ୍କ ଝରକା କାଚ ରେ ବାଜିଛି ସେହି ଗୁଳି ଏବେ ପର୍ଯ୍ୟନ୍ତ ମଧ୍ଯ ମିଳି ପାରି ନାହିଁ। ଏହି ଘଟଣା ନିଶ୍ଚିତ ଏକ ରହସ୍ୟ ମୟ ଲାଗୁଛି।
ରବି ଙ୍କ ଘରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ମାନେ ଏବେ ମଧ୍ୟ ଭୟଭୀତ ଭାବରେ ଅଛନ୍ତି। କାରଣ ସେମାନେ ଜାଣି ପାରୁ ନାହାଁନ୍ତି କାହା ସହ କେଉଁ ଘଟଣା କେତେବେଳେ ବି ଘଟି ଯାଇ ପାରେ।
ଯେତେବେଳେ କୌଣସି ଶତ୍ରୁତା ନଥାଇ ଏଭଳି ଅମାନବୀୟ ଘଟଣା ଘଟି ପାରୁଛି ସେତେବେଳେ କିଛି ବି ସମ୍ଭବ ହୋଇ ପାରେ। ଘଟଣାର ପ୍ରକୃତ ସତ୍ୟାସତ୍ୟ ଏବେ ପର୍ଯ୍ୟନ୍ତ ଜଣା ପଡି ନାହିଁ।
ତେବେ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରିବାରେ ଲାଗି ପଡିଛି। ତେବେ ତଦନ୍ତ ପରେ ହିଁ ପୋଲିସ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ସୂଚନା ମିଳିଛି।