Movie prime

ଥିଲୁ ଝିଅ ହେଲୁ ପୁଅ - କହିଲେ ମନର କଥା କେମିତି ଥିଲା ଏହି ଯାତ୍ରା ଦେଖନ୍ତୁ

 
Special Report
ଟ୍ରାନ୍ସ୍ ମ୍ୟାନ ଏବଂ ଟ୍ରାନ୍ସ୍ ୱ ମ୍ୟାନ ଙ୍କ ମଧ୍ୟରେ ଭେଦଭାବ କଣ ରହିଛି ସେଥିପାଇଁ ଏକ ପ୍ରୋଗ୍ରାମ ଚାଲିଥିଲା।ସେମାନେ ମଧ୍ୟ ଆମ ଭଳି ଜଣେ ମଣିଷ।ସୁମନ ମହାକୁଡ଼ ଙ୍କ ସହିତ ତାଙ୍କର ଟ୍ରାନ୍ସ୍ ମ୍ୟାନ ଓ ଟ୍ରାନ୍ସ୍ ୱ ମ୍ୟାନ ସାଥୀ ମାନେ ଅଛନ୍ତି।ସେମାନେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ଏଥିପାଇଁ ଏହି ପ୍ରୋଗ୍ରାମ ରଖିଛନ୍ତି କାରଣ ସମାଜରେ କେବେ ବି ଟ୍ରାନ୍ସ୍ ଜେଣ୍ଡର ର ମାନେ କେହି ଜାଣି ନାହାଁନ୍ତି।ଯଦି କୌଣସି ସତ୍ୟାତା ଜାଣିବାକୁ ମିଳୁଛି ତାହେଲେ ମିଡ଼ିଆ ପାଖରୁ ହିଁ ଆସୁଛି।
ଯଦି ସେହି ମିଡ଼ିଆ ମାନେ ଏହାକୁ ଜାଣି ପାରୁ ନାହାଁନ୍ତି ତାହେଲେ ସେମାନଙ୍କୁ ହିଁ ଜଣାଇବା ଦରକାର।ଟ୍ରାନ୍ସ୍ ମ୍ୟାନ ଯେଉଁ ମାନେ ଝିଅ ରୁ ପୁଅ ହୋଇଛନ୍ତି।କିନ୍ତୁ ସେମାନେ କିନ୍ନର ବୋଲି କୁହନ୍ତି ନାହିଁ।ପୁଅ ବୋଲି ହିଁ କହିଥାନ୍ତି।କିନ୍ନର ୱାର୍ଡ ଯେତେବେଳେ ଆସିଥାଏ ସମସ୍ତେ ପଛେଇ ଯାଇଥାନ୍ତି।ଆଜି ନହେଲେ କାଲି ସମସ୍ତେ ଏଭଳି ଚିନ୍ତାଧାରା ରଖିବେ ନାହିଁ ବୋଲି ସେମାନେ ଭାବୁଛନ୍ତି। ସେଥିପାଇଁ ଏହି ପ୍ରୋଗ୍ରାମ ଆରମ୍ଭ କରିଛନ୍ତି।
ଆଗକୁ ମଧ୍ୟ ଏହିଭଳି ପ୍ରୋଗ୍ରାମ କରିବେ।ଜଣେ ଯୁବକ ଯିଏ କି ଝିଅ ରୁ ପୁଅ ହୋଇଛନ୍ତି ତାଙ୍କର ନାମ ହେଉଛି ସନ୍ତୋଷ କୁମାର ଜେନା।ସନ୍ତୋଷ ଛୋଟ ବେଳୁ ସମସ୍ତଙ୍କୁ ତାଙ୍କୁ ପୁଅ ବୋଲି କହିବାକୁ ଜବରଦସ୍ତି କରିଥାନ୍ତି।ଛୁଆ ମାନଙ୍କୁ ତାଙ୍କୁ ଭାଇ ଡାକିବା ପାଇଁ ବାଡ଼େଇକି କହିଛନ୍ତି ।ତାଙ୍କ ସାହି ରେ ଯେଉଁ ଲୋକମାନେ ଅଛନ୍ତି କି ସାଙ୍ଗ ସାଥୀ ମାନେ ଅଛନ୍ତି ସେମାନେ ପୁଅ ବୋଲି କହୁଥିଲେ।କିନ୍ତୁ ସନ୍ତୋଷ ଙ୍କ ଶରୀର ଝିଅଙ୍କ ଶରୀର ପରି ଥିଲା।
ଅନେକ ଲୋକ କୁହନ୍ତୁ ଯେ ଜଣେ ଝିଅ ହୋଇ ପୁଅ ଡାକିବାକୁ ସମସ୍ତଙ୍କୁ କହୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିଲା।କିନ୍ତୁ ସନ୍ତୋଷ ନିଜକୁ ପୁଅ ବୋଲି ହିଁ ଅନୁଭବ କରିଥିଲେ।ସେ ତାଙ୍କ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହିଁଥାନ୍ତି।ଭଗବାନ ସମସ୍ତଙ୍କୁ ବଞ୍ଚିବାର ଅଧିକାର ଦେଇଛନ୍ତି।ମଣିଷ ହେଉଛନ୍ତି ସର୍ବ ଶ୍ରେଷ୍ଠ ପ୍ରାଣୀ। ତେଣୁ ସେ ଗୋଟେ ଥର ଜନ୍ମ ହୋଇଛନ୍ତି ଯେମିତି ଚାହିଁବେ ସେମିତି ବଞ୍ଚିବେ।ସମାଜରେ ଭଲ କରିଲେ ବି କହିବେ,ଖରାପ କରିଲେ ବି କହିବେ।