Movie prime

ସମ୍ନାକୁ ଆସିଲେ ଝିଲି ସିରିଏଲ ସିଦ୍ଧାର୍ଥ ଦେଖନ୍ତୁ କଣ କହିଲେ ଅନୁଭବ ମହାନ୍ତି ଏବଂ ବାବୁଶାନ ମହାନ୍ତି ଙ୍କ ବିଷୟରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଡିଆ ଧାରାବାହିକ ର ଅଭିନେତା ଅମର ଙ୍କୁ ବେଶ ଭଲ ଭାବରେ ଜାଣି ଥିବେ। ତାଙ୍କୁ ସମସ୍ତେ ତୁ ମୋ ଜୀବନ ସାଥୀ ରେ ଆଦି ଭୂମିକାରେ ବେଶ ଭଲ ଭାବରେ ଜାଣିଛନ୍ତି।
ସେହି ଭୂମିକାରେ ସେ ଲୋକ ମାନଙ୍କ ନିକଟରୁ ଅନେକ ଭଲ ପାଇବା ମଧ୍ୟ ସାଉଁଟି ଥିଲେ। ଏବେ ସେ ଝିଲି ଧାରାବାହିକ ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।
ତାଙ୍କର ଜୀବନ୍ତ ଅଭିନୟ ପାଇଁ ଏବେ ସେ ସମସ୍ତଙ୍କ ହୃଦୟରେ ରାଜ ମଧ୍ଯ କରୁଛନ୍ତି। ତେବେ ଆପଣ ମାନେ ତାଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଏବେ ତାଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ସେ କହିଥିଲେ କି ଓଲିଉଡ଼ ରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବାବୁଶାନ ମହାନ୍ତି ଙ୍କୁ ଖୁବ ପସନ୍ଦ କରନ୍ତି। ବାବୁଶାନ୍ ଙ୍କୁ ମଧ୍ୟ ସେ ବହୁତ ଭଲ ପାଇବା ସହ ତାଙ୍କ ଦମନ ଫିଲ୍ମ୍ ଦେଖି ସାରିବା ପରେ,
ସେଥିରେ ବାବୁଶାନ ଙ୍କ ଅଭିନୟ ଦେଖି ତାଙ୍କୁ ଡର ମଧ୍ଯ ଲାଗୁଛି କି ସେ ସେହି ସ୍ଥାନରେ ପାଦ ରଖି ପାରିବେ କି ନାହିଁ। ତାଙ୍କର ଶେଷ ଶିକ୍ଷାଗତ ଯୋଗ୍ୟତା ହେଉଛି MBA।
ତାଙ୍କ ଭଉଣୀ ,ଭାଇ ,ମାଆ ଏବଂ ବାପା ସବୁବେଳେ ତାଙ୍କୁ ଏଇ ଲାଇନ ରେ ସପୋର୍ଟ ମଧ୍ଯ କରିଛନ୍ତି। ପ୍ରଥମେ ପ୍ରଥମେ ତାଙ୍କ ବାପା ତାଙ୍କୁ ଚାକିରୀ କରିବା ପାଇଁ କହୁଥିଲେ। ହେଲେ ତାଙ୍କ ମାଆ ଓ ଭଉଣୀ ତାଙ୍କ ବାପା ଙ୍କୁ ବୁଝାଇ ଦେଇଥିଲେ।
ତାଙ୍କ ବାପା ଏବେ ଅନେକ ଗର୍ବ ମଧ୍ଯ ଅନୁଭବ କରୁଛନ୍ତି। କାରଣ ଏବେ ଅମର ଙ୍କ ନାମରେ ତାଙ୍କ ବାପା ଙ୍କୁ ଅନେକ ଲୋକ ମାନେ ମଧ୍ୟ ଚିହ୍ନି ଛନ୍ତି। ତାଙ୍କ ବାପା ହେଉଛନ୍ତି ଜଣେ ଓକିଲ ଏବଂ ସେ ଓଡ଼ିଶା ହାଇ କୋର୍ଟ ରେ ଅଛନ୍ତି।
ସେଥିପାଇଁ ତାଙ୍କୁ ପ୍ରଥମେ ଚାକିରୀ କରିବାକୁ କହିଥିଲେ। ଯାହାକି ଅମର କରି ନଥିଲେ। ମାତ୍ର ଏବେ ଅମର ହେଉଛନ୍ତି ଓଡିଆ ଧାରାବାହିକ ଜଗତର ଏକ ସୁନାମ ଧନ୍ୟ ଅଭିନେତା।