Movie prime

କାନ ଧରିଲେ, ଭୁଲ ମାଗିଲେ ,ଆଉ କହିଲେ ମୁଁ କଣ ଏମିତି କରି ପାରିବି??

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ହ୍ୟୁମାନ ସାଗର ଙ୍କୁ ନେଇ ନୁଆ ନୁଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବଂ ଏହି ଘଟଣା ମଧ୍ଯ ଦିନକୁ ଦିନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।
ତେବେ ଆପଣ ମାନେ ଜାଣିଥିବେ କି ହ୍ୟୁମାନ ସାଗର ଙ୍କ ଅନ୍ୟ ଏକ ଯୁବତୀ ଙ୍କ ସହ ସମ୍ପର୍କ ଅଛି ବୋଲି ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଅଭିଯୋଗ କରିଥିଲେ।
ମାତ୍ର ଏହି ଅଭିଯୋଗ କୁ ସମ୍ପୂର୍ଣ ଭାବରେ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର। ସେ କହିଛନ୍ତି ତାଙ୍କର ଆଉ ବୟସ ନାହିଁ କି ସେ ଆଉ ୨୨ କି ୨୫ ବର୍ଷ ର ପିଲା ନାହାଁନ୍ତି ଯାହାଫଳରେ କି ସେ ଅନ୍ୟ କାହା ସହ ସମ୍ପର୍କ ରଖିବେ।
ତେଣୁ ସେ ଏହି ଅଭିଯୋଗ କୁ ସମ୍ପୂର୍ଣ ଭାବରେ ମିଥ୍ୟା ବୋଲି ଦର୍ଶାଇ ଛନ୍ତି। ସେ କହିଛନ୍ତି କି ଏହା ହେଉଛି ସ୍ଵାମୀ ସ୍ତ୍ରୀ ମଧ୍ୟରେ ବୁଝାବଣା ହେବାର କଥା। ଏକଥା ମିଡିଆ ସାମ୍ନାକୁ ମଧ୍ୟ ଆସିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ଜୀବନରେ ଏତେ ମାତ୍ରାରେ କେହି ମଧ୍ଯ ଏତେ ଗୁରୁତ୍ଵ ନୁହଁନ୍ତି କି ଯାହା ପାଇଁ ସେ ତାଙ୍କ ପରିବାର କୁ ହତାଦର କରିବେ। ସେ ମଧ୍ଯ ଚାହୁଁଛନ୍ତି କି ଏସବୁ ତାଙ୍କ ମଧ୍ୟରେ ଅପଶିକ ସମାଧାନ ହୋଇ ଯାଉ।
ସେ କହିଛନ୍ତି ଯେତେବେଳେ ଏସବୁ କିଛି ଠିକ ହେବା ତାହା ମଧ୍ୟ ମିଡ଼ିଆ ସାମ୍ନାରେ ହିଁ ହେବ କାରଣ ଶ୍ରେୟା ମିଡିଆ ସାମ୍ନାରେ ହିଁ ଏହି ଅଭିଯୋଗ କରିଛନ୍ତି।
ତାଙ୍କ ସ୍ତ୍ରୀ ର ଅଭିଯୋଗ ପାଇଁ ମଧ୍ଯ ତାଙ୍କ ମନ ନିହାତି ଭାବରେ ଦୁଃଖିତ ଅଛି କାରଣ ତାଙ୍କୁ ଅନେକ ଲୋକ ମାନେ ମଧ୍ୟ ରୋଷ୍ଟ କରିବାରେ ଲାଗିଛନ୍ତି। ଶ୍ରେୟା ଙ୍କ ମୁଣ୍ଡରେ କେହି ଜଣେ ଏହି ସମସ୍ତ କଥା ମଧ୍ଯ ପୁରାଉଛନ୍ତି ବୋଲି ସେ କହିଥିଲେ।
ଏବଂ ଏହି ସମସ୍ତ ଘଟଣା ଏକ ପଇସା ଟ୍ରାଞ୍ଜାକ୍ସନ୍ କୁ ନେଇ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ତେବେ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ କଣ ତାହା ଜାଣିବାକୁ ହେଲେ ଏହି ଘଟଣାର ତଦନ୍ତ କୁ ଅପେକ୍ଷା କରିବାକୁ ପଡ଼ିବ।