Movie prime

କଙ୍କଡ଼ା ଆଣି ଯାଇଥିଲେ ମାଡ଼ି ବସିଲା ବାଘ ଦେଖନ୍ତୁ କେମିତି ଘଟିଲା ଏମିତି ଅଘଟଣ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସଂପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କଙ୍କଡା ଖାଇବା ଲୋଭରେ ଜଣେ ବ୍ୟକ୍ତି ଯାଇ ବାଘ ମୁହଁରେ ପଡିଛନ୍ତି।

କଙ୍କଡା ଖାଇବାର ଲୋଭ ତାଙ୍କୁ ବାଘ ମୁଁହରେ ପକାଇ ଦେଇଛି। ବ୍ୟକ୍ତି ଜଣକ କଙ୍କଡା ଧରିବାକୁ ଯାଇଥିବା ସମୟରେ ମହାବଳ ବାଘ ହାବୁଡ଼ରେ ପଡିଗଲେ।

ବାଘର ଶିକାର ହେବା ପରେ ମଧ୍ୟ ବ୍ୟକ୍ତି ଜଣକ ନିଜ ଜୀବନ ହରାଇ ବସିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ, ଚବିଶପରଗଣା ଜିଲ୍ଲା କୁଲତାଡି ବ୍ଲକ କାଣ୍ଟାମାରି ଗ୍ରାମରେ।
ଗ୍ରାମର ସାତଜଣ ବ୍ୟକ୍ତି ମିଶି କଙ୍କଡା ଧରିବା ପାଇଁ ଯାଇଥିଲେ। ସେମାନେ ଏଥି ପାଇଁ ସୁନ୍ଦରବନ ନଦୀ କୁ ମଧ୍ଯ ଯାଇଥିଲେ। ହେଲେ କଙ୍କଡା ଧରି ଆସିବା ସମୟରେ ନଦୀରେ ଜୁଆର ଥିବାରୁ ସେମାନେ ଫେରି ପାରି ନଥିଲେ।
ଏହାପରେ ସେମାନେ ଏକ ସ୍ଥାନରେ ଆଶ୍ରୟ ମଧ୍ୟ ନେଇଥିଲେ। ଏବଂ ରବିବାର ଦିନ ସକାଳେ ସେମାନେ ତାଙ୍କ ଗ୍ରାମକୁ ମଧ୍ୟ ଫେରୁଥିଲେ।
ସେହି ସମୟରେ ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ନାମକ ଏକ ଯୁବକ ନଦୀରେ ନିଜ ମୁଖ ଧୋଇବା ପାଇଁ ବାହାରିଥିଲେ।
ଏବଂ ସେହି ସମୟରେ ହିଁ ଏକ ମହାବଳ ବାଘ ତାଙ୍କୁ ସେଠାରୁ ଝାମ୍ପି ନେଇ ଚାଲି ଯାଇଥିଲା।
ବାକି ଛଅ ଜଣ ସାଥୀ ତାଙ୍କୁ ଦେଖି ମଧ୍ଯ ଭୟଭୀତ ହୋଇ ଯାଇଥିଲେ। ଏହାପରେ ସେଠାରୁ ସେମାନେ ଦୌଡ଼ି ପଳେଇ ଯାଇଥିଲେ। ଏବେ ଏହି ଘଟଣା ଚାରିଆଡ଼େ ଚହଳ ସୃଷ୍ଟି କରିଛି।
ଅନେକ ଲୋକ ମାନେ ମଧ୍ୟ ଏହି ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି। ତେବେ ଆପଣ ମାନେ ଏଥି ପ୍ରତି ସୁରକ୍ଷିତ ହୋଇ ରହିବେ।