Movie prime

ହୋଟେଲରେ ବାସନ ମାଜିଥିଲେ ଆଜି ଲକ୍ଷପତି ଦେଖନ୍ତୁ କେମିତି ଥିଲା ସଂଘର୍ଷ କାହାଣୀ Exclusive

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଏକ ସାକ୍ଷାତକାରରେ ଅଛନ୍ତି ରାକେଶ କୁମାର ସାହୁ। ରାକେଶ ପ୍ରଥମେ ଭୁବନେଶ୍ୱର ଗୋଟେ ହୋଟେଲରେ ଲୋକଙ୍କ ଅଇଁଠା ବାସନ ମାଜୁଥିଲେ।
ତା'ପରେ ତାଙ୍କୁ ଜଣେ ବ୍ୟକ୍ତି କହିଥିଲେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପାଇଁ। ଆଉ ରାକେଶ ମଧ୍ୟ ସେହି କୋର୍ସଟିକୁ କରିଥିଲେ।
ତା'ପରେ ରାକେଶଙ୍କ ପରି ଏମିତି ବହୁତ ଲୋକ ଅଛନ୍ତି ଯୋଉ ମାନେ ଆରମ୍ଭ ଏଇଥିରୁ ହିଁ କରୁଛନ୍ତି। ରାକେଶ ଧିରେ ଧିରେ ଚେଷ୍ଟା କଲେ ତାଙ୍କର ଏହି କାମକୁ ବିଜନେସରେ ପରିଣତ କରିବା ପାଇଁ।
ଏବେ ରାକେଶଙ୍କର ନିଜର ବିଜନେସ ଅଛି "କ୍ଲବ ଚକଲେଟ ଦଅ ସ୍କୁଲ ଅଫ ବ୍ୟାକିଂ ଆଣ୍ଡ ଫାଇନ ପେଷ୍ଟ୍ରିଏଟ୍"। ସେଠାକୁ ଅନେକ ଲୋକ ମଧ୍ୟ ଯାଉଛନ୍ତି ଆଉ ଶାନ୍ତି ହେଇ ଆସୁଛନ୍ତି।
ରାକେଶ ଘରେ ଭଲ ଚା କରନ୍ତି ଆଉ ରୋଷେଇ ବି କରନ୍ତି ବୋଲି କହିଛନ୍ତି। ସେ ଭାବିଥିଲେ ଏମିତି କରୁ କରୁ ସେ ଦିନେ ଭଲ ରୋଷେଇଆ ହେବ ବୋଲି।
କିନ୍ତୁ ରାକେଶ ଭାବି ନଥିଲେ କ୍ୟାରିୟରେ ଜଣେ ଭଲ ଶିକ୍ଷକ ହେଇଯିବେ ବୋଲି। ହଜାର ହଜାର ଷ୍ଟୁଡେଣ୍ଟ ତିଆରି କରି ପାରିଥିବାରୁ ରାକେଶ ବହୁତ ଖୁସି ଅଛନ୍ତି। 
ଯେଉଁ ମାନେ କି ଏହି ରୋଷେଇକୁ ନିଜର ପ୍ରଫ୍ରେସନ ବନେଇ କି ଫରେନରେ ହଜାର ହଜାର ଟଙ୍କା କମଉଛନ୍ତି। ସେଥିପାଇଁ ସେ ବହୁତ୍ ଖୁସି ହେବା ସହିତ ଫ୍ୟାମିଲି ଏବଂ ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ରାକେଶ କହିଛନ୍ତି ତାଙ୍କ ବାପା କହିଥିଲେ ଯେ ପର୍ଯ୍ୟନ୍ତ ପଇସାର ମୂଲ୍ୟ ବୁଝି ନାହୁଁ ସେପର୍ଯ୍ୟନ୍ତ ଆମେ ଟଙ୍କା ରୋଜଗାର କରି ମଧ୍ୟ ଠିକ୍ ରେ ରଖି ପାରିବା ନାହିଁ।
ରାକେଶଙ୍କ ପାଖକୁ କାମ ଶିଖିବା ପାଇଁ ଜଣେ ୧୯ ବର୍ଷର ଝିଅଟିଏ ଆସିଥିଲେ। ସେ ଠିକ୍ ରେ କଥାକହି ପାରନ୍ତି କି ଶୁଣିବି ପାରନ୍ତିନାହିଁ। ଏହାପରେ ଝଅଟିକୁ ରାକେଶ ସକାଳୁ କାମ ଶିଖିବା ପାଇଁ ଆସିବାକୁ କହିଥିଲେ। 
କିନ୍ତୁ ଝିଅଟି ପ୍ରାୟ ସମୟ ଡେରିରେ ଆସନ୍ତି ସେଥିପାଇଁ ରାକେଶ ଦିନେ ଗାଳି ମଧ୍ୟ କରିଥିଲେ। ଶେଷରେ ଏହାର କାରଣ ଜାଣିବାକୁ ପାଇଥିଲେ ଯେ ଝିଅଟି ଦିନସାରା ତାଙ୍କ ମାଆଙ୍କ ସହିତ ଯାଇ ଅଲଗା ଅଲଗା ଘରେ କାମ କରନ୍ତି।
ଏବଂ କହିଛନ୍ତି ଏହିଭଳି ଲୋକଙ୍କୁ ଦେଖି ଆମେ ଆଗକୁ ଉନ୍ନତି କରିପାରିବା। ତେବେ ରାଜେଶ୍ ବାସନ ସଫା ବେଳେ ବହୁତ୍ ଖରାପ ଭାଷା ଶୁଣିଛନ୍ତି।
କିନ୍ତୁ ଏବେ ତାଙ୍କ ଛାତ୍ର ଛାତ୍ରୀ ବିଦେଶରେ ଯାଇ ଚାକିରି କରୁଛନ୍ତି। ବନ୍ଧୁଗଣ ସବୁବେଳେ ଖୁସିରେ ରହିବା ରକେଶଙ୍କ ପାଇଁ ଜୀବନର ସବୁଠାରୁ ଗୋଟେ ବଡ ପାର୍ଟ।