Movie prime

ଚିଠି ଭାଇରାଲ ହେବାପରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଲେ ବିଧାୟକ Rudra Maharathy ଦେଖନ୍ତୁ ଛୋଟ ଛୁଆଟି ଚିଠିରେ କଣ ଲେଖିଥିଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ଏମିତି ଅନେକ ଘଟଣା ମାଧ୍ୟମରେ ଅର୍ଥାତ୍ ସବୁ ଅଞ୍ଚଳର ଘଟଣାକୁ ଆପଣ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣି ପାରୁଛନ୍ତି ।ଆଉ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଯିବେ ।
ଆପଣମାନେ ତ ଜାଣିଥିବେ ଅନେକ ଅଞ୍ଚଳର ରାସ୍ତା ବହୁତ ଖରାପ ଅଛି । ଆଉ ସରକାର ଏହାକୁ ଠିକ୍ କରୁନାହାଁନ୍ତି । ଆଉ ସେଥିପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏମିତି ଏକ ରାସ୍ତା ପାଇଁ ପିପିଲି ଅଞ୍ଚଳରେ ଅନେକ ଲୋକ ଆଉ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଉ ସେଥିପାଇଁ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହେବେ ଜଣେ ଦ୍ଵିତୀୟ ଶ୍ରେଣୀର ଛାତ୍ର ବିଧାୟକଙ୍କ ପାଖକୁ ରାସ୍ତାର ମରାମତି ପାଇଁ ଚିଠି ଲେଖିଥିଲା ।
ଆଉ ସେହି ଦ୍ଵିତୀୟ ଶ୍ରେଣୀର ଛାତ୍ରଙ୍କ ନାମ ହେଉଛି ରଶ୍ମୀରଞ୍ଜନ ରାଉତ । ଆଉ ସେ ରାସ୍ତା ମରାମତି ଆଉ କେନାଲ ରାସ୍ତା ଠିକ୍ କରିବା ପାଇଁ ବିଧାୟକଙ୍କୁ ଚିଠି ଲେଖିଥିଲେ । ଆଉ ଏବେ ବିଧାୟକ ରୁଦ୍ର ମହାରଥୀ ଏହି ଚିଠି ବିଷୟରେ ଜାଣିବା ପରେ ସେ ଛାତ୍ର ରଶ୍ମିରଞ୍ଜନ ଏବଂ ତାଙ୍କ ପରିବାରଙ୍କ ସହିତ ଦେଖା କରିଥିଲେ ।ଆଉ ତାଙ୍କ ସହ ସକାଳ ଜଳଖିଆ ଖାଇଥିଲେ । ଆଉ ଛାତ୍ରଙ୍କର ଏହି କାର୍ଯ୍ୟକୁ ନେଇ ସେ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟ ଏବେ ଟେଣ୍ଡର ପ୍ରକ୍ରିୟାରେ ରହିଛି ।ଆଉ ବର୍ଷାଦିନ ପରେ କାମ ଆରମ୍ଭ ହେବ ବୋଲି ବିଧାୟକ ରୁଦ୍ର ମହାରଥୀ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ନଭେମ୍ବର ମାସ ଶେଷ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଆଉ ଛାତ୍ରଟିର ଏହିଭଳି ଉଦ୍ୟମକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ହେଉଛି । ଆଉ ରଶ୍ମିଙ୍କ ବାପା ମା ତାଙ୍କ ପୁଅର କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଆଉ ଏହି ମରାମତି ଶୀଘ୍ର ହୋଇଯିବ ବୋଲି ବିଧାୟକ ରୁଦ୍ର ମହାରଥୀ କହିଛନ୍ତି ।