Movie prime

କଠିନ ପରିଶ୍ରମ ପାଇଁ ଧନ୍ୟବାଦ୍ ଦେଲେ ବିଧାୟକ ରୁଦ୍ର ମହାରଥୀ ଦେଖନ୍ତୁ ମିଳିଲା କଠିନ ପରିଶ୍ରମରେ ପ୍ରଶଂସା

 
Special Report
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଉଛୁଳା ନଈ ଓ ଅକାତ୍ କାତ ପାଣି।ତାହାରି ଭିତରେ ଚାଲିଛି ବିଦ୍ୟୁତ ମରାମତି କାମ।ବନ୍ୟା ରେ ଲୋକମାନେ ପାଣି ଘେରରେ ରହିଛନ୍ତି।ଏବଂ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଚାରିଆଡ଼େ ବର୍ତ୍ତମାନ ପ୍ରବଳ ବର୍ଷା ହେବାରେ ଲାଗିଛି।ଲୋକମାନେ ବାହାରକୁ ବାହାରି ପାରୁ ନାହାଁନ୍ତି।
ତେଣୁ ଲୋକମାନଙ୍କର ପାଖକୁ ବିଦ୍ୟୁତ ସେବା ପହଞ୍ଚାଇବାକୁ ଚାଲିଛି ଜୋରଦାର କାମ।ଜୀବନକୁ ପାଣି ଛଡ଼ାଇ ସୁଅ ମୁହଁଙ୍କୁ ଡଙ୍ଗାରେ ଯାଇଛନ୍ତି ଓଡ୍ରା ଟିମ୍,ବିଦ୍ୟୁତ ବିଭାଗର କର୍ମଚାରୀ ମାନେ।ବଢ଼ି ପାଣିରେ ନଇଁ ଯାଇଥିବା ଖୁଣ୍ଟରେ ଚଢି ମରାମତି କରୁଥିବା କର୍ମଚାରୀ ଙ୍କୁ ଯେତେ ପ୍ରଶଂସା କରିଲେ ମଧ୍ୟ କମ୍ ପଡିବ।କିଛି ନ ଭାବି ବିଦ୍ୟୁତ ମରାମତି ପାଇଁ ଚାଲି ଯାଇଛନ୍ତି।ଲୋକମାନେ ଏଥିପାଇଁ ବହୁତ ହଇରାଣ ହେଉଛନ୍ତି।
ଆଉ ଶେଷରେ ତିନି ଦିନ ରେ ଅକ୍ଲାନ୍ତ ପରିଶ୍ରମ ପରେ ଲୋକ ମାନଙ୍କୁ ମିଳିଛି ବିଦ୍ୟୁତ ସେବା।ଏହାଦେଖି ଲୋକମାନେ ବହୁତ ଖୁସି ହୋଇଛନ୍ତି।ଆଉ କର୍ମଚାରୀ ମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି।ଯାହାକି ତାଙ୍କ ପାଇଁ ବହୁତ କମ।ଦୟା ନଦୀରେ ତିନି ଦିନ ବଢି ପାଣିରେ ବିଦ୍ୟୁତ ମରାମତି କାମ ଚାଲିଥିଲା।ଏହି ଦୃଶ୍ୟ ପୁରୀ ଜିଲ୍ଲା ରେ ଦେଖିବାକୁ ମିଳିଛି। ନଈ ମଝିରେ ଚାଲିଛି ବିଦ୍ୟୁତ ସେବା ମରାମତି। ବଢି ପାଣି ଭିତରେ ଖୁଣ୍ଟି ଛିଣ୍ଡି ଯାଇଥିଲା।
ଯାହାକୁ କର୍ମଚାରୀ ମାନେ ମରାମତି କରିବା ପାଇଁ ଆସିଥିଲେ।ବର୍ତ୍ତମାନ ସେହି ସମୟରେ ଦୃଶ୍ୟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବିଦ୍ୟୁତ ମରାମତି କାମ ଦେଖି ରୁଦ୍ର ଭାଇ ଧନ୍ୟବାଦ ଜଣାଇଛନ୍ତି।କାରଣ କିଛି ଭୟ ନ କରି ଲୋକମାନଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ନଈ ଭିତରେ ପଶି କାମ କରୁଥିଲେ।ପ୍ରଥମ ଦିନରେ କାମ ଶେଷ ନ ହେବାରୁ ଦ୍ୱିତୀୟ ଦିନରେ ଆଉ ଥରେ ମରାମତି କାମ କରୁଥିଲେ।ବହୁତ ଅସୁବିଧା ହୋଇଥିଲେ ମଧ୍ୟ କାର୍ଯ୍ୟ ଅଟକାଇ ନଥିଲେ।