Movie prime

ଜନ୍ମକଲା ମା କୁ ପିଟି ପିଟି ହ-ତ୍ୟା କଲା ପୁଅ ଆଉ ତା ପରେ କଲା ଏମିତି କାଣ୍ଡ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ନୂଆ ବର୍ଷରେ ଘଟି ଯାଇଥିବା ଏକ ଜଘନ୍ୟ କାଣ୍ଡ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ।
ଯାହାକି ହେଉଛି ଜନ୍ମ କଲା ମାଆ କୁ ମାରି ପୋଡ଼ି ଦେଇଛି ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା, ନିମାପଡ଼ା ବ୍ଲକ୍ , ଗୋପୀନାଥପୁର ର ରଙ୍ଗଣି ସାହି ରେ। ପୂର୍ବରୁ ତାଙ୍କର ପୁଅ ବୋହୁଙ୍କ ସହ ଝଗଡା ଲାଗୁଥିଲା।
ମାତ୍ର ଏହି ଝଗଡ଼ା ଗତ କାଲି ଏତେ ଭୟଙ୍କର ରୁପ ନେଇଥିଲା ଯେ ପୁଅ ବୋହୁ ମାଆ କୁ ପିଟି ପିଟି ମାରି ଦେଇଥିଲେ। ପରେ ମାଆର ମୃ-ତ ଦେହକୁ ଘର ପଛ ପଟେ ପୋଡ଼ି ମଧ୍ୟ ଦେଇଥିଲେ।
ଏବଂ ପରେ ଗ୍ରାମବାସୀ ମାନେ ଘର ପଛପଟେ ନିଆ ଜଳୁଥିବା ଦେଖି ଏତେ ରାତିରେ ନିଆ କିଏ ଲଗାଇଛି ବୋଲି ତାଙ୍କ ମନରେ ସନ୍ଦେହ ମଧ୍ଯ ହୋଇଥିଲା। ପାଖରେ ଯାଇ ଦେଖିବା ସମୟରେ ସେଠାରେ ମହିଳା ଙ୍କ ଗୋଡ଼ ଦୁଇଟି ଦେଖା ଯାଉଛି।
ଏନେଇ ଗ୍ରାମାସୀମାନେ ମଧ୍ଯ ଥାନା କୁ ଫୋନ କରିଥିଲେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧା ପୋଡ଼ା ମୃ-ତ ଦେହ କୁ ଜବତ କରିଥିଲେ। ମୃ-ତ-କ ଜଣକ ହେଉଛନ୍ତି ସୁଲୋଚନା ଦେଇ।
ବୟସ ତାଙ୍କର ମଧ୍ୟ ୫୮ ବର୍ଷ। ଏହି ଘଟଣାରେ ପୋଲିସ ମୃ-ତ ମହିଳା ଙ୍କ ପୁଅ ପ୍ରବଞ୍ଜନ ସେନାପତି ଙ୍କୁ ଥାନାରେ ଅଟକ ମଧ୍ଯ ରଖିଛି। ସେପଟେ ପୁରୀ ବୈଜ୍ଞାନିକ ଟିମ ମଧ୍ଯ ଆସି ଘଟଣାର ତଦନ୍ତ କରିଛି।
ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଗ୍ରାମବାସୀମାନେ ମଧ୍ୟ ପୋଲିସ ନିକଟରେ ତାହା ଦାବି କରିଛନ୍ତି।
ଏଥିରେ ଅନ୍ୟ ଲୋକ ମାନେ ଯେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ତାଙ୍କୁ ତୁରନ୍ତ ଧରା ଯାଉ ବୋଲି ମଧ୍ୟ ସେଠାକାର ଗ୍ରାମବାସୀ ମାନେ ଏହା ଦାବି କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ପରେ ହିଁ ଏହି ଘଟଣାର ଉପଯୁକ୍ତ ଦୋଷୀ କିଏ ସେ ଧରା ପଡିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.