ହକି ୱାଲ୍ଟ କପରେ ସମସ୍ତଙ୍କୁ ଝୂମାଇ ଦେଲେ ଲୋକପ୍ରିୟ ଗୀତିକାର ଅନନ୍ୟା ଶ୍ରୀତମ ନନ୍ଦ
Thu, 12 Jan 2023

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରଂଗାରଂଗ କାର୍ଯ୍ୟକ୍ରମ ଭିତରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍-୨୦୨୩ ଉଦ୍ଘାଟିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍କୁ ଉଦ୍ଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି ସଭାପତି ତୟା ବିକ୍ରମ,
ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ସହ ବଲିଉଡର କେତେକ ସିଙ୍ଗର ମାନେ ବି ଏହି କାର୍ଯ୍ୟକ୍ରମକୁ ରଙ୍ଗୀନ କରିବେ।
ହେଲେ ଏବେ ସେମାନେ ଆସି ନାହାନ୍ତି ଏବେ ଆମ ଓଡିଶାର କିଛି ବରିଷ୍ଠ କଳାକାର ମାନେ ବାରବାଟୀ ଦୁଲୁକାଉ ଛନ୍ତି। ମଞ୍ଚ ଉପରେ ଓଡିଆ ଗାୟକ ଅନନ୍ୟା ନିଜର ଦମଦାର ପର୍ଫରମାନ୍ସ ଦେଇଛନ୍ତି।
ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ ବ୍ଲାକ୍ସ୍ବାନ ଗ୍ରୁପ୍, ଓଡ଼ିଶାର ଜଣାଶୁଣା ଗାୟିକା ଅନନ୍ୟା ନନ୍ଦ ନିଜର ଜଲୱା ଦେଖାଇଛନ୍ତି।
ଓଡ଼ିଆ ଆକ୍ଟର ସବ୍ୟସାଚୀ ମିଶ୍ର, ଅର୍ଚ୍ଚତା ସାହୁ, ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନକାଶ ଅଜିଜ, ଏଲିନା ସାମନ୍ତରାୟ।
ଏହା ସହିତ ଦେଖିବାକୁ ମିକୁଛି ଅନନ୍ୟା ନନ୍ଦ ,ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍କୁ ଆସିଛନ୍ତି।
ସେହିପରି ପ୍ରିନ୍ସ ଡ୍ୟାନ୍ସ ଗ୍ରୁଅପ ରଙ୍ଗାରଙ୍ଗ ମଂଚରେ ନାଚିବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁଅପ। ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି।
ଆଉ ଏବେ ସୋସିଆଲ ମିଡିଆରେ ଅନନ୍ୟା ନନ୍ଦ ଙ୍କର ଏକ ସୁନ୍ଦର୍ ସଙ୍ଗୀତ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ତେବେ ବନ୍ଧୁଗଣ କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ର ମହୋତ୍ସବ ସମାରୋହ ଆୟୋଜିତ ହେଇସାରିଛି। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।
ପ୍ରାୟ ୩ ସପ୍ତାହ ଧରି ଭୁବନେଶ୍ୱର ଓ ରାଉରକେଲା ରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍କୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।